କୋଣାର୍କରୁ ସିରିଜ୍‌ ମୋବାଇଲ ଚୋରି, 4 ମହିଳାଙ୍କ ସହ ୬ ଆନ୍ତରାଜ୍ୟ ଲୁଟେରା ଗିରଫ- looter Gang arrests from Konark - LOOTER GANG ARRESTS FROM KONARK

🎬 Watch Now: Feature Video

thumbnail

By ETV Bharat Odisha Team

Published : 2 hours ago

କୋଣାର୍କ: ସୂର୍ଯ୍ୟ ମନ୍ଦିର ପରିସରରୁ ପର୍ଯ୍ୟଟକଙ୍କଠାରୁ ୭ଟି ମୋବାଇଲ୍ ଚୋରି ଘଟଣାରେ ଏକ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗକୁ ଗିରଫ କରିଛି କୋଣାର୍କ ପୋଲିସ । ଅଭିଯୁକ୍ତଙ୍କ ମଧ୍ୟରେ 4 ମହିଳା ରହିଛନ୍ତି । ସେମାନଙ୍କୁ ଗିରଫ କରିବା ପରେ ପୋଲିସ ସମସ୍ତ ଚୋରି ମୋବାଇଲ୍ ଉଦ୍ଧାର କରିଛି । ପ୍ରତ୍ୟକ ଦିନ ସୂର୍ଯ୍ୟ ମନ୍ଦିର ପରିସରରୁ ପର୍ଯ୍ୟଟକଙ୍କ ମୋବାଇଲ ଚୋରି ହେଉଥିବା ନେଇ ପୂର୍ବରୁ କୋଣାର୍କ ଥାନାରେ ଅଭିଯୋଗ ହୋଇଥିଲା । ଗତକାଲି (ରବିବାର) ଅପରାହ୍ଣରେ ଆମେରିକାରୁ ଆସିଥିବା କେତେକ ପ୍ରବାସୀ ଭାରତୀୟ ପର୍ଯ୍ୟଟକଙ୍କ ପରିବାର ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରୁଥିଲା ବେଳେ ଏହି ଆନ୍ତଃରାଜ୍ୟ ମୋବାଇଲ୍ ଲୁଟେରା ଫଟୋ ଉଠାଇଦେବା କହି ଲୁଟିଥିଲେ ମୋବାଇଲ । ସୂର୍ଯ୍ୟ ମନ୍ଦିର ଭିତରୁ ଭିନ୍ନ ଭିନ୍ନ ସ୍ଥାନରୁ ୭ଟି ମୋବାଇଲ ଲୁଟ୍‌ କରି ଚମ୍ପଟ ମାରିଥିଲେ । ପୋଲିସ ଟିମ୍‌ ସୂର୍ଯ୍ୟ ମନ୍ଦିର ପରିସରରେ ପହଞ୍ଚି ଜଣେ ପୁରୁଷ ଓ ଜଣେ ନାବାଳକ ସମେତ ୪ ଜଣ ମହିଳାକୁ କାବୁ କରିଥିଲା । ସେମାନଙ୍କ ଠାରୁ ୭ଟି ମୋବାଇଲ୍‌ ଉଦ୍ଧାର କରାଯାଇଛି । ଏଏସଆଇ ସନ୍ତୋଷ କୁମାର ସାହୁଙ୍କ ନେତୃତ୍ୱରେ ଏକ ଟିମ୍‌ କୋଣାର୍କର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ସେମାନଙ୍କଠାରୁ ସମସ୍ତ ୭ ଗୋଟି ଦାମୀ ମୋବାଇଲ ଉଦ୍ଧାର କରିଥିଲା । ଅଭିଯୁକ୍ତଙ୍କ ସମ୍ପର୍କରେ ଅଧିକ ଜେରା ଜାରି ରହିଛି ।

ଇଟିଭି ଭାରତ, ନିମାପଡା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.