ETV Bharat / entertainment

ଚେନ୍ନାଇ କନସର୍ଟ ପୂର୍ବରୁ ଦେଶୀ ହେଡ୍ ମସାଜ୍ ନେଲେ ଏଡ ଶୀରନ, ଏଆର ରେହମାନଙ୍କୁ ବି ଭେଟିଲେ - ED SHEERAN CHENNAI CONCERT

ଏଡ ଶୀରନ୍ ବର୍ତ୍ତମାନ ଭାରତ ଗସ୍ତରେ ରହିଛନ୍ତି ।ଆଜି ଚେନ୍ନାଇରେ ତାଙ୍କ କନସର୍ଟ ରହିଥିବା ବେଳେ ସେ ଏଆର ରେହମାନଙ୍କୁ ଭେଟିଛନ୍ତି ।ଏଥିସହ ସେ ଦେଶୀ ହେଡ୍ ମସାଜର ମଧ୍ୟ ମଜା ନେଇଛନ୍ତି ।

ed sheeran meet ar rahman and enjoys desi special head massage
ed sheeran meet ar rahman and enjoys desi special head massage (ANI/IANS)
author img

By ETV Bharat Entertainment Team

Published : Feb 5, 2025, 2:18 PM IST

ହାଇଦ୍ରାବାଦ: ବିଦେଶୀ ଗାୟକ ଏଡ ଶୀରନ ବର୍ତ୍ତମାନ ତାଙ୍କ କନସର୍ଟ ପାଇଁ ଭାରତରେ ଅଛନ୍ତି । ପୁଣେ, ହାଇଦ୍ରାବାଦରେ କନସର୍ଟ ସରିବା ପରେ ଏବେ ସେ ଚେନ୍ନାଇରେ ପହଞ୍ଚିଛନ୍ତି, ଯେଉଁଠାରେ ତାଙ୍କର କନସର୍ଟ 5 ଫେବୃଆରୀରେ(ଆଜି) YMCA ଗ୍ରାଉଣ୍ଡରେ ଅନୁଷ୍ଠିତ ହେବାକୁ ଯାଉଛି । ବିଶ୍ୱସ୍ତରୀୟ ପପ୍ ଆଇକନ୍ ଏଡ୍ ଶୀରନ କନସର୍ଟ ପୂର୍ବରୁ ଭାରତୀୟ ଲୋକପ୍ରିୟ ସଂଗୀତକାର ଏଆର ରେହମାନଙ୍କୁ ଭେଟିଛନ୍ତି । ଏଥିସହ ସେ ଚେନ୍ନାଇରେ ଦେଶୀ ଆତିଥ୍ୟ ମଧ୍ୟ ଉପଭୋଗ କରିଛନ୍ତି । ସେ ଦେଶୀ ହେଡ୍ ମସାଜର ମଧ୍ୟ ମଜା ନେଇଛନ୍ତି । ସେ ଏହି ବିଶେଷ ମୁହୂର୍ତ୍ତକୁ ତାଙ୍କ ପ୍ରଶଂସକଙ୍କ ସହ ସେୟାର କରିଛନ୍ତି ।

ହେଡ୍ ମସାଜ୍ ନେଲେ ଏଡ ଶୀରନ

ଏଡ୍ ଶୀରନ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଦେଶୀ ଆତିଥ୍ୟ ଉପଭୋଗ କରୁଥିବାର ଏକ ଭିଡିଓ ପୋଷ୍ଟ କରାଯାଇଛି । ଭିଡିଓରେ, ଶୀରନଙ୍କୁ ଦେଶୀ ହେଡ୍ ମସାଜ୍ କରୁଥିବାର ଦେଖାଯାଉଛି । ଭିଡିଓରେ, ଜଣେ ମସାଜର୍ ଏଡ୍ ଶୀରନଙ୍କ ମୁଣ୍ଡ ମାଲିସ କରୁଥିବାର ଦେଖିବାକୁ ମିଳୁଛି । ମସାଜ୍ କରିବା ସମୟରେ, ସେ ଏହାକୁ ଉପଭୋଗ କରୁଥିବା ନଜର ଆସିଛନ୍ତି । ଏହି ଭିଡିଓକୁ ସେୟାର କରି କ୍ୟାପସନରେ ଲେଖାଯାଇଛି, 'ଚେନ୍ନାଇରେ ଏଡ୍ ହେଡ୍ ମସାଜ୍ କରୁଛନ୍ତି'। ଶୀରନ୍ ଏହି ଭିଡିଓଟିକୁ ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ୍ ଷ୍ଟୋରୀରେ ମଧ୍ୟ ସେୟାର କରିଛନ୍ତି ଏବଂ କ୍ୟାପସନରେ ଲେଖିଛନ୍ତି, 'ଏହା ଏକ ପ୍ରକାରର ଚାପୁଡ଼ା'।

ଏଆର ରେହମାନଙ୍କୁ ଭେଟିଲେ

ସେପଟେ କସର୍ଟ ପୂର୍ବରୁ ଏଡ ଶୀରନ ଭାରତୀୟ ଲୋକପ୍ରିୟ ସଂଗୀତକାର ଏଆର ରେହମାନଙ୍କୁ ଭେଟିଛନ୍ତି । ଏଆର ରେହମାନ ଭେଟଘାଟର ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଏହି ଫଟୋ ସେୟାର କରି ସେ କ୍ୟାପସନରେ ଲାଲ ହାର୍ଟ ଇମୋଜି ଦେଇଛନ୍ତି । ସେୟାର ହୋଇଥିବା ପ୍ରଥମ ଫଟୋରେ ଏଆର ରେହମାନ ତାଙ୍କ ପୁଅ ଏବଂ ଏଡ ଶୀରନ ନଜର ଆସିଛନ୍ତି । ଦ୍ୱିତୀୟ ଫଟୋରେ ଏର ଆର ରେହମାନ ତାଙ୍କ ବାଦ୍ୟଯନ୍ତ୍ର ଦେଖାଉଥିବା ବେଳେ ଏଡ ଶୀରନ ତାଙ୍କ କ୍ୟାମେରାରେ ଫଟୋ ଉଠାଉଥିବା ନଜର ଆସିଛନ୍ତି । ଓଏହି ଫଟୋ ସାମ୍ନାକୁ ଆସିବା ପରେ ଫ୍ୟାନ୍ସ ଏହି ଯୋଡି ଏକାଠି ସଙ୍ଗାତ ସହଯୋଗର ଅନୁମାନ କରୁଛନ୍ତି ।

ଏହା ମଧ୍ୟ ପଢନ୍ତୁ: ରାମୋଜୀ ଫିଲ୍ମ ସିଟିରେ ଉଠାନ୍ତୁ ଏଡ ଶୀରନଙ୍କ କନସର୍ଟର ମଜା, ଏହି ଦିନରୁ ଆରମ୍ଭ ଆଡଭାନ୍ସ ବୁକିଂ

କେବେ ଏବେ କେଉଁଠାରେ ପରଫର୍ମ କରିବେ ଏଡ ଶୀରନ

ପୁଣେ ଓ ହାଇଦ୍ରାବାଦରେ ଏଡ ଶୀରନଙ୍କ କନସର୍ଟ ସରିଥିବା ବେଳେ ବର୍ତ୍ତମାନ ଚେନ୍ନାଇ, ବେଙ୍ଗାଲୁରୁ, ଶିଲଙ୍ଗ ଓ ଦିଲ୍ଲୀରେ ରହିଛି କନସର୍ଟ ।

  • ପୁଣେ: ୟାସ୍ ଲନ୍ସରେ -30 ଜାନୁଆରୀ
  • ହାଇଦ୍ରାବାଦ: ରାମୋଜୀ ଫିଲ୍ମ ସିଟିରେ- 2 ଫେବୃଆରୀ
  • ଚେନ୍ନାଇ: YMCA ଗ୍ରାଉଣ୍ଡରେ- 5 ଫେବୃଆରୀ
  • ବେଙ୍ଗାଲୁରୁ: ଫେବୃଆରୀ 8- NICE ଗ୍ରାଉଣ୍ଡରେ
  • ଶିଲଙ୍ଗ: 12 ଫେବୃଆରୀ-JN ଷ୍ଟାଡିୟମରେ
  • ଦିଲ୍ଲୀ ଏନସିଆର: 15 ଫେବୃଆରୀ-ଲେଜର ଭ୍ୟାଲି ଗ୍ରାଉଣ୍ଡ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.