ETV Bharat / state

'ବିକଶିତ ଗାଁ ବିକଶିତ ଓଡ଼ିଶା'ର ଶୁଭାରମ୍ଭ, ଗ୍ରାମସଭାରେ ପ୍ରକଳ୍ପ ତାଲିକା ଚୟନ - VIKSIT GAON VIKSIT ODISHA SCHEME

ଖୋର୍ଦ୍ଧା ଜଙ୍କିଆରୁ ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ । ୫ ବର୍ଷରେ ଗ୍ରାମ ପିଛା ଖର୍ଚ୍ଚ ହେବ ୫ କୋଟି ।

CM Mohan Majhi lunches Viksit Gaon Viksit Odisha Scheme
CM Mohan Majhi lunches Viksit Gaon Viksit Odisha Scheme (ETV Bharat Odisha)
author img

By ETV Bharat Odisha Team

Published : Feb 5, 2025, 3:38 PM IST

ଖୋର୍ଦ୍ଧା: ଗ୍ରାମାଞ୍ଚଳର ବିକାଶ ନିମନ୍ତେ ରାଜ୍ୟ ସରକାରଙ୍କ ଅଭିନବ ଯୋଜନା 'ବିକଶିତ ଗାଁ ବିକଶିତ ଓଡ଼ିଶା'ର ଶୁଭାରମ୍ଭ ହୋଇଯାଇଛି । ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ମିନି ଷ୍ଟାଡିୟମରେ ଏହି ଯୋଜନାରୁ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ନୂତନ ଯୋଜନାରେ ଗ୍ରାମୀଣ ଭିତ୍ତିଭୂମି ଏବଂ ଅର୍ଥନୀତି ସୁଦୃଢ ହେବା ସହ ଗ୍ରାମୀଣ ଜୀବନ ସୁଗମ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଲକ୍ଷ୍ୟ ରଖିଛନ୍ତି ।

'ବିକଶିତ ଗାଁ ବିକଶିତ ଓଡ଼ିଶା'ର ଶୁଭାରମ୍ଭ

CM Mohan Majhi lunches Viksit Gaon Viksit Odisha Scheme (ETV Bharat Odisha)

ଖୋର୍ଦ୍ଧା ଜଙ୍କିଆ ଠାରେ ଶୁଭାରମ୍ଭ ହୋଇଥିବା ଏହି ଯୋଜନାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, "ରାଜ୍ୟରେ ନୂଆ ସରକାର ଆସିବା ପରେ ବିଶେଷ କରି ଗ୍ରାମାଞ୍ଚଳର ବିକାଶ କିପରି ହୋଇପାରିବ, ଗ୍ରାମାଞ୍ଚଳରେ ସାମାଜିକ ଆର୍ଥିକ ପରିବର୍ତ୍ତନ କିଭଳି ହେବ ଏହା ଉପରେ ସ୍ୱତନ୍ତ୍ରତା ଦିଆଯାଇଥିଲା । ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାର ଶୁଭାରମ୍ଭ କରାଯାଇଛି । ଏହି ଯୋଜନା ୫ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯିବ । ଏଥିରେ ୫ କୋଟି ପର୍ଯ୍ୟନ୍ତ ଖର୍ଚ୍ଚ କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି ।"

ଆଦିବାସୀ ଅଞ୍ଚଳକୁ ଫୋକସ୍:

CM Mohan Majhi lunches Viksit Gaon Viksit Odisha Scheme
CM Mohan Majhi lunches Viksit Gaon Viksit Odisha Scheme (ETV Bharat Odisha)

ସେ ଆଉ ମଧ୍ୟ କହିଛନ୍ତି, "ଏହି ଯୋଜନାରେ ଗ୍ରାମାଞ୍ଚଳର ମୌଳିକ ଭିତ୍ତିଭୂମିର ବିକାଶ ଓ ଗ୍ରାମୀଣ ଯୋଗାଯୋଗର ଦୃଢୀକରଣ କରିବା ପାଇଁ ଆଦିବାସୀ, ପଛୁଆ ଯେଉଁ ମାନେ ସହରଠାରୁ ବହୁ ଦୂରରେ ଅଛନ୍ତି ସେହି ଅଞ୍ଚଳକୁ ଅଧିକ ପ୍ରାଧାନ୍ୟ ଦିଆଯାଇଛି । ଆଦିବାସୀ ଅଞ୍ଚଳରେ ୪୦ ପ୍ରତିଶତ ଖର୍ଚ୍ଚ କରିବାକୁ ଗୁରୁତ୍ୱ ଦିଆଯାଇଛି । ଗ୍ରାମାଞ୍ଚଳରେ କଂକ୍ରିଟ ରାସ୍ତା, ପୋଲ, କମ୍ୟୁନିଟି ସେଣ୍ଟର, କଲ୍ୟାଣ ମଣ୍ଡପ, ପର୍ଯ୍ୟଟନ କ୍ଷେତ୍ର, ଶିକ୍ଷା, ଖେଳ ପଡିଆ ଉନ୍ନତିକରଣ, ଗାଧୁଆ ତୁଠ ଆଦିକୁ ଗୁରୁତ୍ୱାରୋପ କରାଯାଇଛି । ଯେଉଁ ପ୍ରକଳ୍ପ ଗୁଡିକ ଆସିବ ତାହା ଗ୍ରାମସଭା ଦ୍ୱାରା ନିଷ୍ପତ୍ତି ନିଆଯିବ ।’

ଗ୍ରାମସଭାରେ ପ୍ରକଳ୍ପ ତାଲିକା ଚୟନ:
ସବୁ ପଞ୍ଚାୟତ ଗ୍ରାମସଭାରେ 'ବିକଶିତ ଗାଁ, ବିକଶିତ ଓଡ଼ିଶା' ଯୋଜନା ପାଇଁ ପ୍ରକଳ୍ପ ଚୟନ କରିବେ । ଗ୍ରାମସଭାରେ ୫ ବର୍ଷିଆ ଯୋଜନା ତାଲିକା ପ୍ରସ୍ତୁତ କରାଯିବ । ଫେବ୍ରୁଆରୀ ୧୪ ସୁଦ୍ଧା ଗ୍ରାମସଭାରେ ପ୍ରକଳ୍ପ ତାଲିକା ଚୟନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ପଞ୍ଚାୟତ ୧୫ ତାରିଖରେ ବ୍ଲକରେ ଏହି ପ୍ରକଳ୍ପ ତାଲିକା ଦାଖଲ କରିବେ । ୧୮ ତାରିଖ ସୁଦ୍ଧା ପଞ୍ଚାୟତ ସମିତିର ଟେକ୍ନିକାଲ କମିଟି ଏହାର ଯାଞ୍ଚ ସାରିବ । ୨୦ ତାରିଖ ସୁଦ୍ଧା ଏହାକୁ ଜିଲ୍ଲାପାଳଙ୍କ ପାଖକୁ ପଠାଯିବ । ଜିଲ୍ଲାପାଳ ପ୍ରକଳ୍ପକୁ ଅନୁମୋଦନ ଦେବା ପରେ କାମ ଆଗେଇବ ବୋଲି କୁହାଯାଇଛି ।

ଏହାମଧ୍ୟ ପଢନ୍ତୁ...

ବାର୍ଷିକ ଉତ୍ସବରେ ଯୋଗଦେଲେ, ଭିତ୍ତିଭୂମି ଉନ୍ନତି ପାଇଁ ୧ କୋଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଓଡିଶାରେ ଷୋଡ଼ଶ ଅର୍ଥ କମିଶନ, ମୁଖ୍ୟମନ୍ତ୍ରୀଙ୍କ ସହ କରିବେ ବୈଠକ

SCBରେ ୫୦୦ ଶଯ୍ୟା ବିଶିଷ୍ଟ ଟ୍ରମା ସେଣ୍ଟରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ବଜେଟକୁ ଲୋକାଭିମୁଖୀ କହିଲେ ମୋହନ, ନବୀନ ଆଣିଲେ କେନ୍ଦ୍ର ଅବହେଳା ଅଭିଯୋଗ

ଆଜିର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହ ଗ୍ରାମ୍ୟ ଉନ୍ନୟନ ତଥା ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ରବି ନାରାୟଣ ନାୟକ, ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ, ଏକାମ୍ର ବିଧାୟକ ବାବୁ ସିଂ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୂପଶ୍ରୀ ରାଣୀ ଗୁମାନସିଂ, ପଞ୍ଚାୟତିରାଜ ସଚିବ ଗିରିଶ ଏସ.ଏନ ଏବଂ ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣା ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.