ETV Bharat / technology

Ola Roadster X ବାଇକ୍‌ର ପ୍ରଡକ୍ସନ ମଡେଲର ଖୁଲାସା; ବୁକିଂ ଆରମ୍ଭ, ମାର୍ଚ୍ଚଠୁ ଡେଲିଭରି - OLA ROADSTER X ELECTRIC BIKE LAUNCH

ଓଲା ଇଲେକଟ୍ରିକ୍‌ ଏହାର ପ୍ରଥମ ଇଲେକ୍‌ଟ୍ରିକ୍‌ ବାଇକ୍‌ Roadster Xର ପ୍ରଡକ୍ସନ ମଡେଲର ଖୁଲାସା କରିଥିବାବେଳେ ଏହାର ବୁକିଂ ଆରମ୍ଭ ହୋଇଛି ।

Ola Roadster X Electric Bike launched in India
Ola Roadster X Electric Bike launched in India (Image: Ola Electric)
author img

By ETV Bharat Tech Team

Published : Feb 5, 2025, 3:02 PM IST

ହାଇଦ୍ରାବାଦ: ଭାରତୀୟ ବଜାରରେ ଓଲା ନିଜର ପ୍ରଥମ ଇଲେକଟ୍ରିକ୍‌ ବାଇକ୍‌ Roadster Xକୁ ଲଞ୍ଚ କରିଛି । ଏଥିରେ ଦୁଇଟି ବାଇକ୍‌ Roadster X ଓ Roadster X+ର ଅଛି । ଗତବର୍ଷ ଅଗଷ୍ଟରେ କମ୍ପାନୀ ବାଇକ୍‌କୁ ଲଞ୍ଚ କରିଥିବା ବେଳେ ଆଜି (ବୁଧବାର) ଏହାର ପ୍ରଡକ୍ସନ ମଡେଲର ଖୁଲାସା କରିଛି । ଏହାସହିତ କମ୍ପାନୀ ଉଭୟ ବାଇକ୍‌ର ବୁକିଂ ଆରମ୍ଭ କରିଛି, କିନ୍ତୁ ଆସନ୍ତା ମାସ ମାର୍ଚ୍ଚରୁ ବଜାରରେ ଏହାର ଡେଲିଭରି ଆରମ୍ଭ ହେବ ।

ଓଲା ଗତ ସପ୍ତାହରେ ଏହାର ଇଲେକଟ୍ରିକ ସ୍କୁଟର S1 ରେଞ୍ଜର ନୂଆ ଜେନେରେସନକୁ ଲଞ୍ଚ କରିବା ପରେ ଏବେ ବାଇକ୍‌ ଉପରେ ଫୋକସ କରିଛି । ଗତବର୍ଷ ଓଲା Roadster ରେଞ୍ଜର ବ୍ୟାଟେରୀ ପ୍ୟାକ୍‌ଠୁ ଆରମ୍ଭ କରି ଦାମ ପର୍ଯ୍ୟନ୍ତ ଗ୍ରାହକଙ୍କୁ ସୂଚିତ କରିଥିଲା । କିନ୍ତୁ ଏବେ ଏହାକୁ ବୁକିଂ ଲାଗି ଉପଲବ୍ଧ କରାଇଛି । ଆସନ୍ତା ମାର୍ଚ୍ଚ ମଧ୍ୟଭାଗରୁ ଏହାର ଡେଲିଭରି ଆରମ୍ଭ ହେବ ବୋଲି କମ୍ପାନୀ କହିଛି ।

କହି ରଖୁଛୁ କି, Roadster ସିରିଜରେ 3ଟି ବାଇକ୍‌ Roadster, Roadster X ଓ Roadster Pro ରହିଛି । କମ୍ପାନୀ ଭାରତୀୟ ବଜାରରେ ନିଜର ପ୍ରଥମ ଇଲେକଟ୍ରିକ୍‌ ବାଇକ୍‌ ଭାବେ Roadster Xକୁ ସର୍ବପ୍ରଥମେ ଲଞ୍ଚ କରିଛି । ପୁଣି ଏହି Roadster Xରେ ଦୁଇଟି ଲାଇଅନପ୍‌ X ଓ X+ ବାଇକ୍‌ ରହିଛି । ଆଜି ହୋଇଥିବା ଆନୁଷ୍ଠାନିକ ଘୋଷଣା ଅନୁସାରେ, Roadster Xର ପ୍ରଡକ୍ସନ ଗତ ମାସ ତାମିଲନାଡୁ ସ୍ଥିତ କ୍ରୀଷ୍ଣାନଗରୀ ଫ୍ୟାକ୍ଟ୍ରିରେ ଆରମ୍ଭ ହୋଇଛି ।

Ola Roadster X
Ola Roadster X+ Bike (Image: Ola Electric)

Roadster X: ଦାମ କେତେ

ରୋଡଷ୍ଟର ଏକ୍ସ ଲାଇନଅପ୍‌ରେ ଥିବା ଦୁଇଟି ଭାରିଏଣ୍ଟ X ଓ X+ର ଦାମ ବ୍ୟାଟେରୀ ପ୍ୟାକ୍‌କୁ ନେଇ ଭିନ୍ନ ଭିନ୍ନ ରହିଛି । Xରେ 3ଟି ବ୍ୟାଟେରୀ ଅପସନ ମିଳୁଥିବା ବେଳେ X+ରେ 2ଟି ବ୍ୟାଟେରୀ ଅପସନ ମିଳୁଛି । ଏବେ ଲଞ୍ଚ ସମୟରେ ସମସ୍ତ ବାଇକ୍‌ର ଦାମ ଗୋଟିଏ ପ୍ରକାର ଥିବା ବେଳେ 7ଦିନ ପରେ ଏହାର ଦାମକୁ ବୃଦ୍ଧି କରାଯିବ । ଯଦି ଆପଣ ଆଜିଠୁ 7ଦିନ ମଧ୍ୟରେ ବାଇକ୍‌କୁ ବୁକ୍‌ କରୁଛନ୍ତି ତେବେ ଆପଣ ଲାଭରେ ରହିପାରିବେ । ତେବେ ଉଭୟ ବାଇକ୍‌ର ବ୍ୟାଟେରୀ ଅପସନ ଅନୁଯାୟୀ ଲଞ୍ଚ ସମୟ ମୂଲ୍ୟ ଓ ବାସ୍ତବ ମୂଲ୍ୟ କେତେ ହେବ ନିମ୍ନରେ ଜାଣନ୍ତୁ:

Roadster X Rangeଲଞ୍ଚ ସମୟ ଦାମ (ଅଫର)ବାସ୍ତବ ଦାମ
Roadster X 2.5 kWh₹74,999₹89,999
Roadster X 3.5 kWh₹84,999₹99,999
Roadster X 4.5 kWh₹94,999₹1,09,999
Roadster X+ 4.5 kWh₹1,04,999₹1,19,999
Roadster X+ 9.1 kWh₹1,54,999₹1,69,999
Ola Roadster X
Ola Roadster X (Image: Ola Electric)

Ola Roadster X, Roadster X+: ଡିଜାଇନ

ଓଲା ରୋଡଷ୍ଟର X ବାଇକ୍‌ର ଦାମ ଏହାର ଇଲେକଟ୍ରିକ ସ୍କୁଟର ପରି ପ୍ରାୟତଃ ରହିଛି । ଏହାର ବ୍ୟାଟେରୀ ପ୍ୟାକ୍‌ ତେଲ ଟାଙ୍କି (କେବଳ ଡିଜାଇନ ପାଇଁ ରହିଛି) ତଳେ ରହିଛି, ଯାହାକି କିଛି ଜିନିଷ ରଖିବାକୁ ଷ୍ଟୋରେଜ ସ୍ପେଶ୍‌ ପ୍ରଦାନ କରିଥାଏ । ଏହାର ମୁଖ୍ୟ ଡିଜାଇନ ବିଷୟରେ କହିଲେ ଏଥିରେ ସ୍ଲିକ୍‌ ଆୟତକାର LED ହେଡଲ୍ୟାମ୍ପ୍‌ କଷ୍ଟର, ଫ୍ଲାଟ୍‌ ସିଙ୍ଗଲ ସିଟ୍‌, ସିଙ୍ଗଲ ପିସ୍‌ ପିଲିଅନ ଗ୍ରାବ ରେଲ୍‌ ରହିଛି । ମୋଟାମୋଟି ଭାବେ କହିବାକୁ ଗଲେ ଏହା ଅତ୍ୟାଧୁନିକ ଡିଜାଇନ ସହ ଆସିଛି । Roadster X ଓ X+ ଉଭୟ 5ଟି କଲର ଅପସନ Ceramic White, Pine Green, Industrial Silver, Stellar Blue ଓ Anthracite ସହ ଉପଲବ୍ଧ ହେବ ।

Ola Roadster X, Roadster X+: ଫିଚର

ଯଦି ଏହାର ଫିଚର ସମ୍ପର୍କରେ କହିବା ରୋଡଷ୍ଟର Xରେ 4.3 ଇଞ୍ଚ LCD ଡିଜିଟାଲ ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର ସହ ହେଡଲ୍ୟାମ୍ପ, ଟେଲ୍‌ଲାଇଟ୍‌ ଲାଗି LED ଲାଇଟିଂ ରହିଛି । ଏହାସହ ଟର୍ଣ୍ଣ ଇଣ୍ଡିକେଟର, ଅତ୍ୟାଧୁନିକ ଫିଚର ଯେପରିକି କ୍ରୁଜ କଣ୍ଟ୍ରୋଲ, Ola Mapsକୁ ବ୍ୟବହାର କରି ଟର୍ଣ୍ଣ-ବାଏ-ଟର୍ଣ୍ଣ ନାଭିଗେସନ, ରିଭର୍ସ ମୋଡ୍‌, OTA ଅପଡେଟ୍‌, ଡିଜିଟାଲ ଚାବି, DIY ମୋଡ୍‌ ରହିଛି । ସୁରକ୍ଷା ଫିଚର ଭାବେ ଟାୟାର ପ୍ରେସର ମନିଟରିଂ ସିଷ୍ଟମ, ଜିଓ ଟାଇମ୍‌ ଫେନ୍ସିଂ, ଚୋରି ଚିହ୍ନଟ, ଇମରଜେନ୍ସି SOS ଓ ଭେହିକଲ ଲୋକେଟର ରହିଛି ।

Ola Roadster X, Roadster X+: ପାୱାରଟ୍ରେନ

ରୋଡଷ୍ଟର Xରେ 3ଟି ବ୍ୟାଟେରୀ ବିକଳ୍ପ 2.5 kWh, 3.5 kWh ଓ 4.5 kWh ରହିଛି । ସମସ୍ତ 3ଟି ବ୍ୟାଟେରୀ 7 କିଲୋୱାଟ ଇଲେକ୍ଟ୍ରିକ୍ ମୋଟର ଦ୍ବାରା ଚାଳିତ ଯାହା 9.4 bhp ଶକ୍ତି ଉତ୍ପନ୍ନ କରିଥାଏ । ଏହାର ସର୍ବାଧିକ ବେଗ ଘଣ୍ଟା ପ୍ରତି 118କିମି ଥିବା ବେଳେ ଏହା ମାତ୍ର 3.1 ସେକେଣ୍ଡରେ 0-40kmph ବେଗ ଧରିପାରେ । ଏହାର ଟପ୍‌ ସ୍ପେକ୍‌ 4.5kWh ବ୍ୟାଟେରୀ ଥରେ ଚାର୍ଜ କଲେ 252 କିଲୋମିଟର ଯାତ୍ରା କରିପାରେ ।

ଯଦି X+ କଥା କହିବା ଏଥିରେ ଦୁଇଟି ବ୍ୟାଟେରୀ ବିକଳ୍ପ 4.5 kWh ଓ 9.1 kWh ରହିଛି । ଉଭୟ ବ୍ୟାଟେରୀ 11 କିଲୋୱାଟ୍‌ ମୋଟର ଦ୍ବାରା ଚାଳିତ ଥିବା ବେଳେ ଏହା 14.75bhp ଶକ୍ତି ଉତ୍ପନ୍ନ କରିଥାଏ । ଏହାର ସର୍ବାଧିକ ଟପ୍‌ ସ୍ପିଡ୍‌ ଘଣ୍ଟା ପ୍ରତି 125 କିଲୋମିଟର ରହିଥିବା ବେଳେ ଏହା ମାତ୍ର 2.7 ସେକେଣ୍ଡରେ 0-40kmph ବେଗ ଧରିପାରିବ । 4.5kwh ଭାରିଏଣ୍ଟ ଥରେ ଚାର୍ଜ କଲେ 252 କିଲୋମିଟର ଓ 9.1kWh ବ୍ୟାଟେରୀ ଥରେ ଚାର୍ଜ କଲେ 501km ଯାତ୍ରା କରିପାରିବ ।

ଏହା ବି ପଢନ୍ତୁ
  1. ଆସନ୍ତାକାଲି ମାର୍କେଟକୁ ଆସୁଛି Olaର ପ୍ରଥମ ଇଲେକଟ୍ରିକ ବାଇକ୍‌; ଏତିକି ଦାମ
  2. Ola ଲଞ୍ଚ କଲା S1 ଇଲେକଟ୍ରିକ ସ୍କୁଟରର ତୃତୀୟ ପିଢି; ଦମଦାର ଫିଚର ଭରପୂର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.