ETV Bharat / state

NAAC ରେଟିଂ ଲାଞ୍ଚ ମାମଲା: ସମ୍ବଲପୁର ପ୍ରଫେସରଙ୍କ ଘରେ CBI ରେଡ୍ - NAAC RATING BRIBERY CASE

NAAC ରେଟିଂ ଲାଞ୍ଚ ମାମଲାରେ ଛନ୍ଦି ହୋଇଛନ୍ତି ସମ୍ବଲପୁର ବିଶ୍ଵବିଦ୍ୟାଳୟ ପ୍ରଫେସର ବୁଲୁ ମହାରଣା । ତାଙ୍କ ସରକାରୀ କ୍ଵାଟରରେ CBI ରେଡ୍ ।

NAAC Rating Bribery Case
NAAC Rating Bribery Case (ETV Bharat Odisha)
author img

By ETV Bharat Odisha Team

Published : Feb 5, 2025, 2:20 PM IST

ସମ୍ବଲପୁର: NAAC ରେଟିଂ ଲାଞ୍ଚ ମାମଲାରେ ଗିରଫ ହୋଇଥିବା ସମ୍ବଲପୁର ବିଶ୍ଵବିଦ୍ୟାଳୟର ପ୍ରଫେସର ବୁଲୁ ମହାରଣାଙ୍କ ଘରେ ରେଡ୍ କରିଛି ସିବିଆଇ । ବୁର୍ଲା ସ୍ଥିତ ସରକାରୀ କ୍ଵାଟରରେ ଚଢାଉ କରିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ଗତକାଲି(ମଙ୍ଗଳବାର) ସିବିଆଇର 2ଜଣିଆ ଟିମ୍‌ ବୁର୍ଲା ଆସି ପ୍ରଫେସର ବୁଲୁ ମହାରଣାଙ୍କ ଭାଇଙ୍କଠୁ କ୍ଵାଟରର ଚାବି ଆଣି ତାଙ୍କ ଉପସ୍ଥିତିରେ ବିଭିନ୍ନ କାଗଜପତ୍ର ଯାଞ୍ଚ କରିଛନ୍ତି l ଦିନ ପ୍ରାୟ 11ଟାରେ ଏହି ଟିମ୍‌ ଆସି ଅପରାହ୍ନ 2ଟା ପର୍ଯ୍ୟନ୍ତ ଯାଞ୍ଚ କରିଥିଲେ । ଏହାପରେ ସିବିଆଇ ଟିମ୍‌ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ବିଧୁଭୂଷଣ ମିଶ୍ରଙ୍କୁ ଭେଟି କେତେକ ପ୍ରସଙ୍ଗରେ ଆଲୋଚନା କରିଥିବା ଜଣାପଡିଛି ।

  • ପ୍ରଫେସରଙ୍କ ଘରେ CBI ରେଡ୍:

ପ୍ରଫେସର ବୁଲୁ ମହାରଣାଙ୍କ ଭାଇ ବିମଲ କୁମାର ମହାରଣା କହିଛନ୍ତି, "ଏହି ଟିମ ଭୁବନେଶ୍ୱରରୁ ଆସିଥିଲେ । ପାଖାପାଖି ଦିନ 11ଟାରେ ପହଞ୍ଚି ସର୍ଚ୍ଚ କଲେ । ଏଠାରେ ଥିବା 3ଟି ଆଲମିରା ଖୋଲି ଖୋଜାଖୋଜି କରିଥିଲେ । ଏଠାରେ ସେମାନେ କିଛି ପାଇଲେନି, କେବଳ କାଗଜପତ୍ରର ଫଟୋ ଉଠାଇ ନେଇଛନ୍ତି । ସେମାନେ ମୋତେ କିଛି ପଚରାଉଚରା କରିନଥିଲେ । ମୋତେ ଘର ଚାବି ବିଷୟରେ ପଚାରିଥିଲେ । ସେତେବେଳେ ମୋ ପାଖରେ କୌଣସି ଚାବି ନଥିଲା ମୋ ଭାଇ ପାଖରେ ଥିବ ବୋଲି କହିଥିଲି l ତାପରେ ଗୋଟିଏ ଦିନ ପରେ ଚାବି ମିଳିଲା, ତାପରେ ମୁଁ ତାଙ୍କୁ କଲ କରିଥିଲି । ଗତ ଥର ଆସିଥିବା ସମୟରେ ସେମାନେ ମୋତେ ଚାବି ମାଗିଥିଲେ । ସେତେବେଳେ ଚାବି ମୋ ପାଖରେ ନଥିଲା ମୋ ଭାଇଙ୍କ ପାଖରେ ଭୁବନେଶ୍ୱରରେ ଥିଲା ବୋଲି କହିଥିଲି । ସେତେବେଳେ ସେମାନେ କ୍ଵାଟରକୁ ସିଲ କରିଥିଲେ l" ଏନେଇ ସିବିଆଇ ଅଧିକାରୀ କିଛି ପ୍ରତିକ୍ରିୟା ରଖିନାହାନ୍ତି ।

NAAC Rating Bribery Case (ETV Bharat Odisha)
  • NAAC ରେଟିଂ ଲାଞ୍ଚ ମାମଲା:

ସୂଚନାଯୋଗ୍ୟ ଯେ, ନାକ୍(NAAC) ରେଟିଂ ପାଇଁ ଲାଞ୍ଚ କାରବାରରେ ସିବିଆଇ ଦ୍ୱାରା ଗତ ରବିବାର ଦିନ 10 ଗିରଫ ହୋଇଥିବା ସୂଚନା ମିଳିଥିଲା l ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ସମ୍ବଲପୁର ବିଶ୍ୱ ବିଦ୍ୟାଳୟର ପ୍ରଫେସର ବୁଲୁ ମହାରଣା ମଧ୍ୟ ଅଛନ୍ତି । ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ସ୍ଥିତ ଏକ ଶିକ୍ଷା ଅନୁଷ୍ଠାନର NAAC ରେଟିଂ ବଢାଇବା ପାଇଁ ଲାଞ୍ଚ ମଗାଯାଇଥିବା ଅଭିଯୋଗରେ ଏହି ଗିରଫଦାରୀ ହୋଇଥିବା ସୂଚନା ମିଳିଥିଲା l ଗୁଣ୍ଟୁର ସ୍ଥିତ ବଦ୍ଧେଶ୍ୱରମ ନାମକ ଶିକ୍ଷା ଅନୁଷ୍ଠାନର କେତେକ କର୍ମଚାରୀ ଓ ନାକ ଟିମର ମୋଟ 10 ଜଣଙ୍କ ବିରୁଦ୍ଧରେ ସିବିଆଇ ମାମଲା ରୁଜୁ କରିଥିବା ସୂଚନା ରହିଛି । ଏହି ଘଟଣାରେ ଏହି ନିର୍ଦ୍ଦିଷ୍ଟ ଶିକ୍ଷା ଅନୁଷ୍ଠାନ A++ ନାକ ରେଟିଂ ପାଇବା ପାଇଁ ନାକ ଟିମ ସଦସ୍ୟମାନଙ୍କୁ ନଗଦ ଟଙ୍କା, ସୁନା, ମୋବାଇଲ ଓ ଲ୍ୟାପଟପ ଆଦି ଲାଞ୍ଚ ଦେଇଥିବା ଅଭିଯୋଗ ହୋଇଛି l ଏହି ମାମଲାରେ ସିବିଆଇ ଚେନ୍ନାଇ, ବେଙ୍ଗାଲୁରୁ, ବିଜୟୱାଡା, ପାଲାମୁ, ସମ୍ବଲପୁର, ଭୋପାଲ, ବିଳାସପୁର, ଗୌତମବୁଦ୍ଧ ନଗର, ନୂଆଦିଲ୍ଲୀ ଆଦି 20 ଟି ସ୍ଥାନରେ ରେଡ୍ କରିଥିଲା l ଏହି ରେଡରୁ 37 ଲକ୍ଷ ନଗଦ ଟଙ୍କା, ଗୋଟିଏ ଆଇଫୋନ ଓ ଅନ୍ୟ ମୋବାଇଲ ଫୋନ ଇତ୍ୟାଦି ଜବତ ହୋଇଛି ।

NAAC ରେଟିଂ ଲାଞ୍ଚ ମାମଲା: ସମ୍ବଲପୁର ପ୍ରଫେସରଙ୍କ ଘରେ CBI ରେଡ୍
NAAC ରେଟିଂ ଲାଞ୍ଚ ମାମଲା: ସମ୍ବଲପୁର ପ୍ରଫେସରଙ୍କ ଘରେ CBI ରେଡ୍ (ETV Bharat Odisha)

ଏହା ବି ପଢନ୍ତୁ...NAAC ରାଙ୍କିଂ ଲାଞ୍ଚ ମାମଲା, ସମ୍ବଲପୁର ବିଶ୍ବବିଦ୍ୟାଳୟର ପ୍ରଫେସରଙ୍କୁ ଉଠାଇନେଲା CBI

ଏହା ବି ପଢନ୍ତୁ...ଜନ୍ମ ପ୍ରମାଣପତ୍ର ପାଇଁ ନେଉଥିଲେ ଲାଞ୍ଚ, ମାଡି ବସିଲା ଭିଜିଲାନ୍ସ

ଘଟଣାରେ ସିବିଆଇ ଆନ୍ଧ୍ରପ୍ରଦେଶ ଗୁଣ୍ଟୁରର KLEF ଶିକ୍ଷା ଅନୁଷ୍ଠାନର ଭିସି ଜିପି ସାରଧି ବର୍ମା, KLEFର ଭାଇସ ପ୍ରେସିଡେଣ୍ଟ କୋନେରୁ ରାଜା ହରେନ, KL University ର ନିର୍ଦ୍ଦେଶକ ଏ. ରାମକୃଷ୍ଣଙ୍କ ସହ 10 ଜଣଙ୍କୁ ଗିରଫ କରିଛି । ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରଫେସର ବୁଲୁ ମହାରଣା ଯିଏ ବୁର୍ଲା ସହରରେ ରୁହନ୍ତି ତାଙ୍କୁ ମଧ୍ୟ ସିବିଆଇ ଗିରଫ କରିଛି ।

NAAC Rating Bribery Case
NAAC Rating Bribery Case (ETV Bharat Odisha)
ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.