କଳାହାଣ୍ଡିରେ ତୁଷାରପାତ, ଜାଡରେ ଥରୁଛି ପୁରା ଜିଲ୍ଲା - SNOWFALL IN KALAHANDI

🎬 Watch Now: Feature Video

thumbnail

By ETV Bharat Odisha Team

Published : 3 hours ago

ଭବାନୀପଟାଣା: ଥଣ୍ଡା, କାକର, କୁହୁଡିକୁ ନେଇ ଆସିଛି ଶୀତ । କୁହୁଡିରେ ଢାଙ୍କି ହେଉଛି ପ୍ରକୃତି, ଗଛର କଅଁଳ ପତରରେ ଟଳମଳ ହେଉଛି କାକର ବିନ୍ଦୁ । ଶୀତ ଆସିବା ପରେ ବଦଳି ଯାଇଛି ଗାଁ ଗଣ୍ଡାର ରୂପ ରେଖ । ସକାଳୁ ସକାଳୁ ପ୍ରାତଃ ଭ୍ରମଣରେ ବାହାରି ପଡୁଛନ୍ତି ଲୋକେ । କଳାହାଣ୍ଡିରେ ପାରଦ ୧୦ ଡିଗ୍ରୀ ତଳେ ରହୁଥିବାରୁ ଅସ୍ତବ୍ୟସ୍ତ ହୋଇଯାଇଥି ଜନଜୀବନ । ଥୁଆମୂଳ ରାମପୁରରେ ତାପମାତ୍ରା ୪ ଡିଗ୍ରୀ ରହିଥିବା ବେଳେ କୋହଲା ପବନ ସାଙ୍ଗକୁ ତୁଷାରପାତ ହେଉଛି । ସଂଧ୍ୟା ୬ ଟାରୁ ଜିଲ୍ଲାରେ କାଲୁଆ ପବନ ବହିବା ସାଙ୍ଗକୁ ଆରମ୍ଭ ହେଉଛି ଶୀତର ପ୍ରକୋପ । ରାତି ୯ଟା ବେଳକୁ ରାସ୍ତାଘାଟ ଖାଁ ଖାଁ ହୋଇପଡୁଛି । ଏସବୁ ଭିତରେ ଗୋଟିଏ ପଟେ ସହରବାସୀ ଶୀତୁଆ ସକାଳକୁ ଉପଭୋଗ କରୁଥିବା ବେଳେ ଗରିବ ଖଟିଖିଆଙ୍କୁ ଏହା ବେଶ କଷ୍ଟ ଦେଉଛି । ଥୁଆମୂଳ ରାମପୁରରେ ଲଗାତାର ତୁଷାରପାତ ହେଉଛି । ସକାଳ ପ୍ରାୟ ୮ ଟା ଯାଏଁ କୁହୁଡିର ଏକ ପ୍ରକୋପ ଶୀତକୁ ଦ୍ବିଗୁଣିତ କରିଦେଉଛି । ଫଳରେ ଜରୁରୀ କାମ ଥିଲେ ହେଁ ଲୋକେ ଘରୁ ବାହାରୁଛନ୍ତି । ଏହାସହିତ ସକାଳର ମନୋରମ ଦୃଶ୍ୟ ସମସ୍ତଙ୍କୁ ଆକର୍ଷିତ କରୁଥିବା କହିଛନ୍ତି ସ୍ଥାନୀୟ ଲୋକେ। ଏନେଇ ଥୁଆମୂଳ ରାମପୁର ବାସିନ୍ଦା ଗଣେଶ୍ୱର ନାଏକ କହିଛନ୍ତି ଯେ, "ଗତ କିଛି ଦିନ ହେଲା ଏଠାରେ ବରଫ ପଡ଼ୁଛି ଯାହା ସାଧାରଣ ଲୋକଙ୍କୁ ବେଶ୍ କଷ୍ଟ ଦେଉଥିବା ବେଳେ ଗରିବ ଖଟିଖିଆ ଏହା ବେଶ୍ କଷ୍ଟ ଦେଉଛି। ଦୀର୍ଘ ୧୫ ବର୍ଷ ପରେ ଏଭଳି ଶୀତ ଅନୁଭୂତ ହେଉଥିବା ନେଇ ସେ ପ୍ରକାଶ କରିଛନ୍ତି । ''
ଏହା ମଧ୍ୟ ପଢନ୍ତୁ-ଆସନ୍ତା ୨୪ ଘଣ୍ଟା ଶୀତରେ ଥରିବ ଓଡ଼ିଶା, ୪ ଜିଲ୍ଲାରେ ଘନ କୁହୁଡ଼ି, କାଲିଠୁ ୫ ଦିନ ବର୍ଷା - ODISHA WEATHER UPDATE

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.