ବାଲୁକା କଳାରେ ୭୩ଟି ତବଲା, ଜାକିର ହୁସେନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ସୁଦର୍ଶନ - TRIBUTE TO ZAKIR HUSSAIN
🎬 Watch Now: Feature Video
Published : Dec 17, 2024, 10:05 PM IST
ପୁରୀ: ବାଲୁକା ଚିତ୍ରକଳାରେ ବିଶିଷ୍ଟ ତବଲା ବାଦକ ଜାକିର ହୁସେନଙ୍କୁ ଶ୍ରଦ୍ଧାଞ୍ଜଳି । ଡିସେମ୍ବର ୧୫ରେ ତବଲା ସମ୍ରାଟ ଜାକିର ହୁସେନଙ୍କ ପରଲୋକ ଘଟିଥିବାବେଳେ ତାଙ୍କ ବିୟୋଗରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି । ଅନ୍ତର୍ଜାତୀୟ ବାଲୁକା ଚିତ୍ରକଳା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ବାଲୁକା ଚିତ୍ର କଳାରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।
ବାଲୁକା କଳାରେ ଶ୍ରଦ୍ଧାଞ୍ଜଳି:
ସୁଦର୍ଶନ ପୁରୀର ନୀଳାଦ୍ରି ବେଳାଭୂମିରେ ସ୍ବର୍ଗତଃ ଜାକିର ହୁସେନଙ୍କ ଏକ ପ୍ରତିକୃତି ବାଲିରେ ନିର୍ମାଣ କରିଛନ୍ତି । ଏଥି ସହିତ ତାଙ୍କ ପ୍ରିୟ ତବଲାର ପ୍ରତିକୃତି ମଧ୍ୟ ବାଲିରେ ତିଆରି କରାଯାଇଛି । ଏହି ବାଲୁକା ଚିତ୍ରକଳା ଦେଖିବାକୁ ପର୍ଯ୍ୟଟକଙ୍କ ବେଶ ଭିଡ ହୋଇଥଲା ।
ଏହାମଧ୍ୟ ଦେଖନ୍ତୁ... କୋଣାର୍କ ବାଲୁକା କଳା ମହୋତ୍ସବ, ବୁଦ୍ଧ ଶାନ୍ତି ସ୍ତୁପ ଦେଖି ପର୍ଯ୍ୟଟକ ବିମୋହିତ |
ସୁଦର୍ଶନ ପଟ୍ଟନାୟକ କହିଛନ୍ତି, "ମୁଁ ଜଣେ କଳାକାର ହିସାବରେ ବାଲୁକା ଚିତ୍ରକଳା ମାଧ୍ୟମରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛି । ସେ ତାଙ୍କ କଳାର ଯାଦୁରେ ସମସ୍ତଙ୍କୁ ବାନ୍ଧି ରଖିଥିଲେ । ତାଙ୍କର ବିୟୋଗ ଆମ ଭାରତ ପାଇଁ ବଡ କ୍ଷତି। ମୁଁ ମୋ ବାଲୁକା ଚିତ୍ରକଳା ମାଧ୍ୟମରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି । ୭୩ ବର୍ଷ ବୟସରେ ସେ ଆମକୁ ଛାଡି ଚାଲିଗଲେ । ସେ ଯେଉଁ କଳା ଦେଇଯାଇଛନ୍ତି ସମସ୍ତେ ତାଙ୍କୁ ଜୀବନ ସାରା ମନେ ରଖିବେ । ସେ ନିଜେ କହିଥିଲେ ସମୟ ଆସିବ ଆମେ ସମସ୍ତେ ଖାଲି ହାତରେ ଚାଲିଯିବା । ହେଲେ ଜଣେ କଳାକାର ତାର ଯେଉଁ କଳାର ଛାପ ଛାଡ଼ିଯାଏ, ସେଥିପାଇଁ ଅନେକ ଲୋକ ଅନୁପ୍ରାଣିତ ହୋଇ ବହୁତ ଆଗକୁ ଆଗେଇ ଯାଆନ୍ତି । ଏଣୁ ତାଙ୍କ ବିୟୋଗରେ ଆମେ ୭୩ଟି ତବଲା ବାଲିରେ ନିର୍ମାଣ କରିଛୁ । ଜଣେ କଳାକାର ହିସାବରେ ଆମେ ତାଙ୍କୁ ଆଜି ବାଲୁକା ଚିତ୍ରକଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଦେଇଛୁ ।"
ଇଟିିଭି ଭାରତ, ପୁରୀ