ଉଦଯାପିତ ହେଲା ଓଡ଼ିଶା ଆନ୍ତଃ ବିଶ୍ଵବିଦ୍ୟାଳୟ ସାଂସ୍କୃତିକ ଓ ସାହିତ୍ୟକ ପ୍ରତିଯୋଗିତା - ODISHA INTER UNIVERSITY COMPETITION

🎬 Watch Now: Feature Video

thumbnail

By ETV Bharat Odisha Team

Published : Feb 25, 2025, 5:43 PM IST

ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପରିସରରେ ଗତ ଛଅ ଦିନ ଧରି ଆୟୋଜିତ ହୋଇଆସୁଥିବା ଆନ୍ତଃ ବିଶ୍ଵବିଦ୍ୟାଳୟ ସାଂସ୍କୃତିକ ଓ ସାହିତ୍ୟକ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଏହି ପ୍ରତିଯୋଗିତାର ଓଡ଼ିଶାର ୧୭ଟି ବିଶ୍ୱବିଦ୍ୟାଳୟରୁ ୬୦୦ରୁ ଊର୍ଦ୍ଧ୍ବ ପ୍ରତିଯୋଗୀ ସାମିଲ ହୋଇଥିଲେ । ଉଦଯାପନୀ ଉତ୍ସବରେ କୃତି ପ୍ରତିଯୋଗୀମାନଙ୍କୁ ମାନପତ୍ର, ପୁରସ୍କାର ସହିତ ଅର୍ଥରାଶି ପ୍ରଦାନ କରାଯାଇଥିଲା ।

ଆନ୍ତଃ ବିଶ୍ଵବିଦ୍ୟାଳୟ ସାଂସ୍କୃତିକ ଓ ସାହିତ୍ୟକ ପ୍ରତିଯୋଗିତା ଉଦଯାପିତ:

 ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ଦ୍ବାରା ପ୍ରସ୍ତୁତ ଦୈନିକ ପତ୍ରିକା ଓଆଇୟୁସି 2025 ଉନ୍ମୋଚନ ହୋଇଥିଲା । ରାଜ୍ୟସ୍ତରୀୟ ଏହି ପ୍ରତିଯୋଗିତାରେ କ୍ଷୁଦ୍ର ନାଟକ, ଦଳଗତ ଲୋକନୃତ୍ୟ, ଆଧୁନିକ ନୃତ୍ୟ, ଓଡ଼ିଆ ବକୃତା, ରଚନା, ବାଦ୍ୟ ଯନ୍ତ୍ର ପରିବେଷଣ କରାଯାଇଥିଲା । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ଆଇଜର ଶିକ୍ଷାନୁଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ଅଶୋକ କୁମାର ଗାଙ୍ଗୁଲି, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କୋରାପୁଟର ପୂର୍ବତନ କୁଳପତି ତଥା ୟୁନିଭରସିଟି ଗ୍ରାଣ୍ଡ ମେମ୍ୱର ପ୍ରଫେସର ସଚ୍ଚିଦାନନ୍ଦ ମହାନ୍ତି ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ । 

ଏହାମଧ୍ୟ ପଢନ୍ତୁ...

ବାଉଁଶୁଣୀ ଲୋକ ମହୋତ୍ସବ: ମନ ମୋହିଲା ପାରମ୍ପରିକ ଲୋକକଳା

ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିଲା ‘ଖଡ଼ିଆଳ ମହୋତ୍ସବ’ର ଉଦଘାଟନୀ ସଂଧ୍ୟା

ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ପ୍ରଭୁ ନୀଳମାଧବ

ଏହି ଅବସରରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ କହିଛନ୍ତି, " 6 ଦିନ ଧରି ଏହି ପ୍ରତିଯୋଗିତା ହୋଇଥିଲା । 17ଟି ବିଶ୍ୱବିଦ୍ୟାଳୟରୁ 600ରୁ ଅଧିକ ପ୍ରତିଯୋଗୀ ସାମିଲ ହୋଇଥିଲେ । ଛାତ୍ରଛାତ୍ରୀମାନଙ୍କର ପରିବେଷଣ ବେଶ ଉଚ୍ଚକୋଟୀର ଥିଲା ।"
 

ଇଟିଭି ଭାରତ ବ୍ରହ୍ମପୁର 

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.