Mangal Alati: ପ୍ରଭାତରୁ ଦର୍ଶନ କରନ୍ତୁ ପତିତପାବନଙ୍କ ମଙ୍ଗଳ ଆଳତୀ
🎬 Watch Now: Feature Video
ପୁରୀ: ଓଁ ନମୋ ଭଗବତେଃ ବାସୁଦେବାୟ । ଅନାଥର ନାଥ ଶ୍ରୀ ଜଗନ୍ନାଥ । କୋଟି ଓଡିଆଙ୍କ ମଉଡମଣି କାଳିଆ ସାଆନ୍ତ । ଭକ୍ତର ଭାବରେ ବନ୍ଧା ସେ ଭାବବିନୋଦିଆ । ପତିତମାନଙ୍କୁ ଉଦ୍ଧାରିବା ପାଇଁ ଧରାଧାମରେ ଅବତାର ନେଇଛନ୍ତି ମହାପ୍ରଭୁ । ବିଶ୍ବର କଲ୍ୟାଣ ପାଇଁ ପ୍ରଭୁ ପତିତପାବନଙ୍କ ନିକଟରେ ପ୍ରତିଦିନ ଦିବ୍ୟ ମଙ୍ଗଳ ଆଳତୀ ହୋଇଥାଏ । ସବୁଦିନ ପରି ଆଜି ମଧ୍ୟ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ହୋଇଛି । ଭୋରୁ ସେବାୟତମାନେ ଶ୍ରୀମନ୍ଦିର ଦ୍ବାର ଫିଟାଇଛନ୍ତି । ହରିବୋଲ ହୁଳହୁଳି ଘଣ୍ଟ ଓ ମନ୍ତ୍ରରେ ପ୍ରକମ୍ପିତ ହୋଇଛି ଶ୍ରୀମନ୍ଦିର ପରିସର । ମଙ୍ଗଳ ଆଳତୀ ଦର୍ଶନ କଲେ ଦିନ ଶୁଭମୟ ହେବ ସହ ମହାପ୍ରଭୁଙ୍କ କରୁଣା ମିଳିଥାଏ ବୋଲି ବିଶ୍ବାସ ରହିଛି । ଜୀବନର ସମସ୍ତ ପାପ କ୍ଷୟ ହୋଇଥାଏ । ଏହି ଆଳତୀ ଦେଖିବାକୁ ସକାଳୁ ସକାଳୁ ଶ୍ରୀମନ୍ଦିରକୁ ଭକ୍ତଙ୍କ ସମାଗମ ହୋଇଛି।
ଇଟିଭି ଭାରତ, ପୁରୀ