୧୩ବର୍ଷ ପରେ ମନେପଡ଼ିଲା ବାପାମା’ଙ୍କ କଥା, ଘରକୁ ଫେରିଲା ପୁଅ

🎬 Watch Now: Feature Video

thumbnail

By

Published : Jul 18, 2023, 10:32 PM IST

ଭଦ୍ରକ: ମାସେ ନୁହେଁ କି ବର୍ଷେ ନୁହେଁ । ଦୀର୍ଘ ୧୩ ବର୍ଷ ପରେ ଘରକୁ ଫେରିଲା ପୁଅ । ଭଦ୍ରକ ଜିଲ୍ଲା ବନ୍ତ ବ୍ଳକ ଟିଲୋ ପଞ୍ଚାୟତ ତରାପୁର ଗ୍ରାମର ବାସୁଦେବ ଜେନା ଏବଂ ସୁଲୋଚନା ଜେନାଙ୍କ ପୁତ୍ର ଗଜେନ୍ଦ୍ର ଜେନା ନିଜର ଘରକୁ ଫେରିଛନ୍ତି ଦୀର୍ଘ ୧୩ ବର୍ଷ ପରେ । ଏହାକୁ ନେଇ ପରିବାର ସହ ଗ୍ରାମବାସୀଙ୍କ ମଧ୍ୟରେ ଆନନ୍ଦ ଖେଳିଯାଇଛି । ୧୩ ବର୍ଷ ପୂର୍ବେ ଗଜେନ୍ଦ୍ର କୌଣସି କାରଣରୁ ଘର ଛାଡ଼ି କେଉଁ ଆଡେ ଚାଲିଯାଇଥିଲେ । ପରିବାର ଲୋକେ ତାଙ୍କୁ ବହୁ ଖୋଜା ଖୋଜି କରି ପୁଅର ନିଖୋଜ ଖବର ନେଇ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ । କିନ୍ତୁ ତାଙ୍କର କୌଣସି ପତ୍ତା ମିଳି ନଥିଲା । 

ଶେଷରେ ନିଜର ଭାଗ୍ୟକୁ ଆଦରି ବାପା,ମାଆ ପୁଅ ବିନା ଏକାକି ରହିଥିଲେ । ପୁଅ ହଜିବା ଦିନଠୁ ଦୁଃଖରେ ଥିଲେ ଉଭୟ ବାପା,ମାଆ । ତେବେ ଗଜେନ୍ଦ୍ର ବିଭିନ୍ନ ସ୍ଥାନରେ ରହିବା ପରେ ବେଙ୍ଗାଲୁରୁ ଠାରେ ଏକ କମ୍ପାନୀରେ ରହି କାର୍ଯ୍ୟ କରୁଥିଲେ ବୋଲି ଜଣାପଡିଛି । ଦୀର୍ଘ ବର୍ଷ ପରେ ଗାଁ ତଥା ବାପା, ମାଆଙ୍କ କଥା ମନେ ପଡ଼ିବାରୁ ସେ ଗ୍ରାମକୁ ଫେରିବା ପାଇଁ ମନ ବଳାଇଥିଲେ । ହେଲେ ଗ୍ରାମ ରାସ୍ତା ମନେ ନ ଥିବାରୁ ବନ୍ତ ବଜାରରେ ଆସି ସେଠାରେ ତାଙ୍କ ଘର ଏବଂ ବାପାଙ୍କ ନାମ କହିବାରୁ ସ୍ଥାନୀୟ ଲୋକେ ତାଙ୍କୁ ସୂଚନା ଦେଇଥିଲେ । ତେବେ ଗ୍ରାମର ଜଣେ ବ୍ୟକ୍ତି ତାଙ୍କୁ ଚିହ୍ନି ଘରକୁ ନେଇ ଆସିଥିଲେ । ବହୁ ବର୍ଷ ପରେ ପୁଅକୁ ପାଇ ବାପା,ମାଆ ଏବଂ ପରିବାର ସଦସ୍ୟ ଖୁସିରେ ଆତ୍ମହରା ହୋଇଥିବା ବେଳେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଖୁସିର ଲହରି ଖେଳି ଯାଇଛି । 
 

ଇଟିଭି ଭାରତ, ଭଦ୍ରକ 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.