ଘରେ କାମୁଡିଲା ସାପ, ହସ୍ପିଟାଲରେ ସାପ ସହ ପହଞ୍ଚିଲେ ଯୁବକ - ସାପ ସହ ହସ୍ପିଟାଲରେ ପହଞ୍ଚିଲେ ଯୁବକ
🎬 Watch Now: Feature Video
ଯାଜପୁର: ସାପ କାମୁଡିବା ପରେ ଚିକିତ୍ସା ପାଇଁ ସାପ ଧରି ଡାକ୍ତରଖାନାରେ ହାଜର ହେଲେ ଯୁବକ। ଏଭଳି ଘଟଣା ଜିଲ୍ଲାର ଦଶରଥପୁର ଅସନପୁର ଛତ୍ରପଡ଼ା ଗାଁରେ ଦେଖିବାକୁ ମିଳିଛି । ଗାଁର ଶ୍ରୀମନ୍ତ ମଲ୍ଲିକ ଘରେ କିଛି କାର୍ଯ୍ୟ କରୁଥିବା ସମୟରେ ତାଙ୍କୁ ଏକ ସାପ କାମୁଡି ଦେଇଥିଲା । ଏହାପରେ ସେ ସାପ ସହିତ ସେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ପହଞ୍ଚିଥିବା ବେଳେ ଲୋକେ ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇପଡ଼ିଥିଲେ । ଡାକ୍ତର ତାଙ୍କର ଚିକିତ୍ସା କରିବା ସହିତ ସ୍ନେକ ହେଲ୍ପ ଲାଇନ ସଦସ୍ୟଙ୍କୁ ଖବର ଦିଆଯାଇ ସାପକୁ ଉଦ୍ଧାର କରାଯାଇଛି ।
ଶ୍ରୀମନ୍ତଙ୍କୁ ସାପ କାମୁଡ଼ିବା ପରେ ଏହା ବିଷଧର କି ନୁହେଁ ତାହା ସେ ଜାଣିପାରିନଥିଲେ। ଏଣୁ ସାପଟିକୁ ଧରି ସେ ହସ୍ପିଟାଲରେ ପହଞ୍ଚିଥିଲେ । ଶ୍ରୀମନ୍ତ ଘରେ ବସି କିଛି କାର୍ଯ୍ୟ କରୁଥିବାବେଳେ ହଠାତ ଘରର ବିଦ୍ୟୁତ ଚାଲିଯାଇଥିଲା । ଏହି ସମୟରେ ତାଙ୍କୁ ଏକ ସାପ କାମୁଡ଼ି ଦେଇଥିବା ଶ୍ରୀମନ୍ତ ଜାଣିବାକୁ ପାଇଥିଲେ । ପ୍ରଥମେ ସାପଟି ବିଷଧର କି ନାହିଁ ଶ୍ରୀମନ୍ତ ଜାଣି ପାରିନଥିଲେ । ଏଥିସହିତ କୌଶଳ କ୍ରମେ ସାପାଟିକୁ ଧରି ପାଖରେ ଥିବା ଏକ ଜରି ବସ୍ତାରେ ପୁରାଇ ଦେଇଥିଲେ । ଶ୍ରୀମନ୍ତ ସାପଟି ବିଷାକ୍ତ କି ନାହିଁ ଜାଣି ନପାରିବାରୁ ଉତ୍ତମ ଚିକିତ୍ସା ଆଶାରେ ଚିକିତ୍ସା ପାଇଁ ସାପକୁ ଧରି ଯାଜପୁର ଟାଉନ ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥିଲେ ।
ଏହା ବି ପଢନ୍ତୁ- କୋରେଇବାସୀଙ୍କ ନିଦ ଉଡାଇଛି କୋଇଲା ଡିପୋ ! ଅସ୍ତବ୍ୟସ୍ତ ଜନଜୀବନ, ଜୋର ଧରିଲା ସ୍ଥାନାନ୍ତର ଦାବି
ସାପକୁ ଦେଖି ପ୍ରଥମେ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତରମାନେ ଭୟଭୀତ ହୋଇଯାଇଥିଲେ । ଏଥିସହିତ ସାପକୁ ଧରିବା ପାଇଁ ତୁରନ୍ତ ସ୍ନେକ ହେଲ୍ପ ଲାଇନ ସଦସ୍ୟାଙ୍କୁ ଫୋନ କଲ କରି ଡାକିଥିଲେ । ସେପଟେ ଫୋନ କଲ ପାଇ ସ୍ନେକ ହେଲ୍ପ ଲାଇନ ସଦସ୍ୟ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ସାପକୁ ଉଦ୍ଧାର କରିଛନ୍ତି । ଏପରି ସାପକୁ ନ ଧରି ତା' ଫଟୋ ଉଠାଇ ଆଣିଥିଲେ ଚିକିତ୍ସା ହୋଇପାରିଥାନ୍ତା ବୋଲି ଡାକ୍ତର କହିଛନ୍ତି । ଏହି ଖବର ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଇଟିଭି ଭାରତ, ଯାଜପୁର