ସାପ କାମୁଡାରୁ ହୋଇଥିଲା ମୃତ୍ୟୁ, ଅନ୍ତିମ ସଂସ୍କାର ପୂର୍ବରୁ ହଠାତ୍ ଉଠିବସିଲେ ବ୍ୟକ୍ତି

🎬 Watch Now: Feature Video

thumbnail

ବେଙ୍ଗାଲୁରୁ: ନାରାଗୁଣ୍ଡା ତାଲୁକ ଜିଲ୍ଲା ସ୍ଥିତ ହିରେକୋପ୍ପା ଗାଁରେ ଦେଖିବାକୁ ମିଳିଛି ଅଜବ ଦୃଶ୍ୟ । ଜଣେ ବ୍ୟକ୍ତି ମଦ୍ୟପାନ କରି ଏକ ସାପକୁ ଧରିଥିବାବେଳେ ସାପ ଆକ୍ରମଣର ଶିକାର ହୋଇଥିଲେ । ତେବେ ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଘୋଷଣା କରିଥିଲେ ଡାକ୍ତର । ଆଉ ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଅନ୍ତିମ କ୍ରିୟା ପାଇଁ ନେବା ପୂର୍ବରୁ ହଠାତ୍ ତାଙ୍କର ଚେତା ଫେରିଛି । 

ସୂଚନା ଅନୁସାରେ, ହିରେକୋପ୍ପା ଗାଁର ସିଡ୍ଡାପା ନାମକ ଜଣେ ବ୍ୟକ୍ତିଙ୍କ ଘରେ ସାପ ପଶିଥିଲା । ଏକଥା ଜାଣିବା ପରେ ସେ ନିଶାଶକ୍ତ ଅବସ୍ଥାରେ ଆସି ନିଜକୁ ଗରୁଡ ବୋଲି କହି ସାପକୁ ଧରି ପକାଇଥିଲେ । ଆଉ ସେହି ସମୟରେ ସାପଟି ଚୋଟ ମାରିବାରୁ ସିଡ୍ଡାପାଙ୍କ ଶରୀରରେ ବିଷ ଚରି ଯାଇଥିଲା । ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ହେଲେ ତାଙ୍କୁ ଅନ୍ତିମ ସଂସ୍କାର ପାଇଁ ନେବା ବେଳକୁ ସେ ଉଠି ବସିବା ପରେ ସମସ୍ତେ ଏକ ପ୍ରକାର ଚକିତ ହୋଇଯାଇଛନ୍ତି । ତେବେ ବର୍ତ୍ତମାନ ହୁବାଲି ସ୍ଥିତ କିମ୍ସ ହସ୍ପିଟାଲରେ ତାଙ୍କର ଚିକିତ୍ସା ଜାରି ରହିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.