ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତି , ଶାବର ଶ୍ରୀକ୍ଷେତ୍ର ଉତ୍ସବ ମୁଖର - ରାଜରାଜେଶ୍ୱରୀ ବେଶ
🎬 Watch Now: Feature Video
Published : Jan 15, 2024, 6:35 PM IST
Makar Sankranti Puja : କୋରାପୁଟ: ମକର ସଂକ୍ରାନ୍ତି ଅବସରରେ କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି । ଶାନ୍ତି ପୂର୍ଣ୍ଣ ଭାବେ ଶ୍ରଦ୍ଧାଳୁ ଜଗନ୍ନାଥଙ୍କୁ ଦର୍ଶନ କରୁଛନ୍ତି । ଆଜି ସକାଳ 5 ଟାରେ ଦ୍ଵାର ଫିଟା 6ଟା 5ରେ ମଙ୍ଗଳା ଆଳତୀ ପରେ ଅବକାଶ ନୀତି ପରେ ଜଗନ୍ନାଥ ରାଜ ରାଜେଶ୍ୱରୀ ବେଶରେ ଜଗନ୍ନାଥ ଦର୍ଶନ ଦେଉଛନ୍ତି । ଅବକାଶ ପରେ ମକର ବେଢାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମକର ବେଢାରେ ଭକ୍ତମାନେ ମକର ପ୍ରସାଦ ପାଇ ଆନନ୍ଦିତ ହୋଇଥିଲେ । ଶାବର ଶ୍ରୀକ୍ଷେତ୍ରରେ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଅବିଭକ୍ତ କୋରାପୁଟ ଜିଲ୍ଲା ସମେତ ରାଇପୁର, ଛତିଶଗଡ଼, ଆନ୍ଧ୍ର ପ୍ରଦେଶରୁ ଆସିଥିବା ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି। ଶ୍ରଦ୍ଧାଳୁମାନେ ଦର୍ଶନ ସାରି ଆନନ୍ଦ ବଜାରରେ ମହାପ୍ରସାଦ ସେବନ କରିଛନ୍ତି ।
ଓଡ଼ିଶା ସମେତ ଅନେକ ରାଜ୍ୟରେ ଆଜି ମକର ଉତ୍ସବ ମହା ସମରୋହରେ ପାଳିତ ହେଉଥିବା ବେଳେ ଦକ୍ଷିଣ ଭାରତରେ ଆଜି ପୋଙ୍ଗଲ ପାଳିତ ହେଉଛି । ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ ସହିତ କୋରାପୁଟ ଜିଲ୍ଲାରେ ଆଜିର ଦିନଟିକୁ ମକର ସଂକ୍ରାନ୍ତି ଓ ପୋଙ୍ଗଲ ଭାବେ ପାଳନ କରାଯାଏ । ଏଥିପାଇଁ ଶାବର ଶ୍ରୀକ୍ଷେତ୍ରର ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କୁ ରାଜରାଜେଶ୍ୱରୀ ବେଶରେ ଦର୍ଶନ କରିବା ପାଇଁ ଭକ୍ତଙ୍କ ଭିଡ଼ ଲାଗିରହିଥିବା ମନ୍ଦିରର ସମ୍ପାଦକ ଜଗବନ୍ଧୁ ସାମଲ ସୂଚନା ଦେଇଛନ୍ତି ।
ଏହା ମଧ୍ୟ ପଢନ୍ତୁ.....ବଳଦେବଜୀଉଙ୍କୁ ଲାଗି ହେଲା ୮୪ ବ୍ୟଞ୍ଜନ ଭୋଗ, ମା' ଲକ୍ଷ୍ମୀଙ୍କ ବାପଘରୁ ଆସିଥିଲା
ଇଟିଭି ଭାରତ,କୋରାପୁଟ