ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜଙ୍କ ସଂକଳ୍ପ: '୨୪ରେ ୨୯ରୁ ୨୯ ଲୋକସଭା ଆସନ ଜିତିବ ବିଜେପି'

By ETV Bharat Odisha Team

Published : Dec 9, 2023, 6:29 PM IST

thumbnail

ଭୋପାଳ:  ୨୦୨୪ ଲୋକସଭା ନିର୍ବାଚନରେ ମଧ୍ୟପ୍ରଦେଶରୁ ୨୯ରୁ ୨୯ ଯାକ ଆସନ ଜିତିବ ଭାରତୀୟ ଜନତା ପାର୍ଟି। ଆଉ ୨୯ ଜଣ ସାଂସଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପଦ୍ମଫୁଲ ମାଳ ପିନ୍ଧାଇବେ। ଏହି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ । ଉତ୍ତର ଭୋପାଳରେ ଏକ କାର୍ଯ୍ୟକ୍ରମରେ ସାମିଲ ହୋଇ ଶିବରାଜ କହିଛନ୍ତି ଯେ,  ୨୦୨୩ ନିର୍ବାଚନରେ ରାଜ୍ୟବାସୀ ବିଜେପିକୁ ପୁଣି ଥରେ ଆଶୀର୍ବାଦ କରିଛନ୍ତି । ଉତ୍ତର ଭୋପାଳ ବିଧାନସଭା ନିର୍ବାଚନ ମଣ୍ଡଳୀର ଭୋଟର୍ ଆମକୁ ସହଯୋଗ କରିଛନ୍ତି । ମାତ୍ର ଦୁର୍ଭାଗ୍ୟର କଥା ଆମେ ଏହି ଆସନରେ ପରାସ୍ତ ହୋଇଛୁ । ଯେଉଁ ଆସନରେ ଆମେ ହାରିଛୁ, ପ୍ରଥମେ ସେସବୁ ଅଞ୍ଚଳକୁ ପରିଦର୍ଶନ କରିବୁ । ଆମର ପରବର୍ତ୍ତୀ ମିଶନ ୨୦୨୪ ଲୋକସଭା ନିର୍ବାଚନ । ଆମର ସଂକଳ୍ପ ୨୯ ଯାକ ଆସନରେ ବିଜେପି ପାର୍ଥୀଙ୍କୁ ବିଜୟୀ କରିବା ।  ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ମଧ୍ୟପ୍ରଦେଶରେ ୨୮ ଆସନରେ ବିଜୟୀ ହୋଇଥିବା ବେଳେ, ମାତ୍ର ଗୋଟିଏ ଆସନ କଂଗ୍ରେସକୁ ମିଳିଥିଲା ।  

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.