ମନମୋହୁଛି ସୋରିଷ ଗଣେଶ ସାଙ୍ଗକୁ ବାହାନଗା ଟ୍ରେନ ଟ୍ରେଜେଡିର ଦୃଶ୍ୟ

By ETV Bharat Odisha Team

Published : Sep 20, 2023, 12:12 PM IST

thumbnail


ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଶୋଭା ପାଉଛି ଭଳିକି ଭଳି ଗଜାନନଙ୍କ ପ୍ରତିକୃତି । ତେବେ ଗାଡ଼କଣା ଅଞ୍ଚଳର ମହାବୀର ୟୁଥ୍‌ କ୍ଳବରେ ସୋରିଷରେ ତିଆରି ଗଣେଶ ମୂର୍ତ୍ତି ପୂଜା ପାଉଥିବା ବେଳେ ଆକୃଷ୍ଟ କରୁଛି ବାହାନଗା ଟ୍ରେନ ଦୃଘଟଣାର ଦୃଶ୍ୟ । ଗାଡ଼କଣାର ଏହି ପୂଜା ମଣ୍ଡପରେ ପ୍ରତିବର୍ଷ ନିଆରା ବାର୍ତ୍ତାକୁ ନେଇ ପୂଜା କରାଯାଉଥିବା ବେଳେ ଚଳିତ ବର୍ଷ ୫ କିଲୋ କଲା ସୋରିଷରେ ଶୋଭାପାଉଛନ୍ତି ଗଜାନନ ।

ଏହାମଧ୍ୟ ପଢନ୍ତୁ..ମାଳିରେ ଗଣେଶ, ଦେଖିବାକୁ ଜମୁଛି ଭିଡ଼

ଏଥିସହ ବିଶ୍ୱକୁ ସ୍ତବ୍ଦ କରିଥିବା ବାହାନଗା ଟ୍ରେନ ଦୁର୍ଘଟଣାର ଦୃଶ୍ୟ ମଧ୍ୟ ଏଠାରେ ଦେଖିବାକୁ ମିଳିଛି । ଏଭଳି ଦୁର୍ଘଟଣା ଯେପରି ଆଉ କେବେ ନଘଟୁ ସେନେଇ ଗଜାନନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ମହାବୀର ୟୁଥ୍‌ କ୍ଲବ ସଦସ୍ୟ । ଖାଲି ସେତିକି ନୁହେଁ ଓଡ଼ିଶା ପୋଲିସ ଅଗ୍ନିଶମ ବିଭାଗ ସ୍ବେଛାସେବୀ, ଡାକ୍ତର ଓ ସ୍ଥାନୀୟ ଲୋକଙ୍କ ଉଦ୍ଧାର କାର୍ଯ୍ୟକୁ ମଧ୍ୟ ଏଥିରେ ଦେଖାଯାଇଛି । 

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.