ମା'ର ମୃତଦେହକୁ ନେଲେନି ସନ୍ତାନ, ସମ୍ବଲପୁର କମିଶନର କଲେ ଅନ୍ତିମ ସଂସ୍କାର - sambalpur comissioner beda bhusan bhoi

🎬 Watch Now: Feature Video

thumbnail

By

Published : Aug 11, 2023, 7:41 AM IST

ସମ୍ବଲପୁର: ମା'ର ମୃତଦେହକୁ ନେବାକୁ ମନା କରିଦେଲେ ସନ୍ତାନ । ଶେଷରେ ମାନବିକତା ଧର୍ମ ପାଳନ କଲେ ସମ୍ବଲପୁର SMC କମିଶନର ବେଦ ଭୂଷଣ ଭୋଇ । ମହିଳାଙ୍କୁ ମୁଖାଗ୍ନି ଦେଇଛନ୍ତି SMC କମିଶନର । ମୃତଦେହକୁ ନିଜ କାନ୍ଧରେ ବୋହି ଶ୍ମଶାନ ନେବା ସହ ମୁଖାଗ୍ନି ଦେଇଛନ୍ତି ସମ୍ବଲପୁର ମହାନଗର ନିଗମର ନବ ନିଯୁକ୍ତ କମିଶନର ବେଦ ଭୂଷଣ ଭୋଇ ।  

ଏହା ବି ପଢନ୍ତୁ...ମୃତଦେହକୁ ମିଳୁନି ଶେଷ ସମ୍ମାନ: ସତ୍କାର ପାଇଁ କାଠର ଅଭାବ, ହନ୍ତସନ୍ତ ଲୋକେ


ସୂଚନା ଅନୁସାରେ, କେରଳର ପଦ୍ମା ନାୟାର ୧୯୯୮ ମସିହାରୁ ହୀରାକୁଦରେ ଥିବା ଏକ ସ୍କୁଲରେ ସହକାରୀ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ ଥିଲେ । ସେ ଏକାକୀ ରହି ଆସୁଥିବାବେଳେ ଅସୁସ୍ଥତା କାରଣକୁ ଚଲା ବୁଲା କରି ପାରୁନଥିଲେ । ଶେଷରେ ତାଙ୍କର ମୃତ୍ୟୁ ହେଲା । ହେଲେ ତାଙ୍କର ମୃତଦେହ ନେବା ଦୂରର କଥା, ସତ୍କାର କରିବାକୁ ପରିବାରଲୋକେ ଆସିଲେ ନାହିଁ । ଶେଷରେ "ସମ୍ବଳ" ଅନୁଷ୍ଠାନରୁ ସୂଚନା ପାଇ ସମ୍ବଲପୁର କମିଶନର ବେଦଭୂଷଣ ଭୋଇ ମୃତଦେହକୁ ସମ୍ବଲପୁର ରାଜଘାଟ ଆଣି ସତ୍କାର କରିଛନ୍ତିି । କମିଶନରଙ୍କ ଏଭଳି ମହତ କାର୍ଯ୍ୟ ପାଇଁ ଚାରି ଆଡୁ ପ୍ରଶଂସାର ସୁଅ ଛୁଟୁଛି ।

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.