ହିମାଚଳ ପ୍ରଦେଶରେ ବର୍ଷା ବିତ୍ପାତ: ଭାସିଗଲା ଗାଡି, ମାଡିଗଲା ମାଟିମିଶା ପାଣି

By

Published : Jul 10, 2023, 10:31 AM IST

thumbnail

ସିମଲା: ହିମାଚଳ ପ୍ରଦେଶରେ ବର୍ଷା ଆଣିଛି ବିପତ୍ତି । ଲଗାତାର ବର୍ଷା ଫଳରେ ହିମାଚଳ ପ୍ରଦେଶରେ ଜଳ ପ୍ରଳୟ ହୋଇଛି । ସବୁଠି ଖାଲି ପାଣି ଆଉ ପାଣି । କେଉଁଠି ଗାଡି ଭାସିଗଲାଣି ତ କେଉଁଠି ମାଟି ଧସି ରାସ୍ତା ଜାମ ହେଲାଣି । ତ ପୁଣି ଆଉ କେଉଁଠି ପ୍ରବଳ ବର୍ଷା ପରେ ଭୂସ୍ଖଳନ ଆଉ ମାଟି ମିଶା ପାଣିରେ ରାସ୍ତାଘାଟ ବୁଡିଲାଣି । ଦିଲ୍ଲୀଠୁ ନେଇ ଜାମ୍ମୁ କାଶ୍ମୀର ସବୁଠି ସମାନ ଦୁର୍ଦ୍ଦଶା । ଲଗାଣ ବର୍ଷା କାରଣକୁ ଜଳବନ୍ଧୀ ଜନଜୀବନ ପ୍ରଭାବିତ ହୋଇଛନ୍ତି । ଘରୁ ବାହାରିବା ଲୋକଙ୍କ ପାଇଁ ମୁସ୍କିଲ ହୋଇଛି । ହିମାଚଳରେ ଲଗାଣ ବର୍ଷାରେ ପରିସ୍ଥିତି ଗମ୍ଭୀର ହୋଇଛି । ବର୍ଷା ହୋଇ ରାସ୍ତାଘାଟରେ ଆଣ୍ଠୁଏ ପାଣି ଛିଡ଼ା ହୋଇଛି । କୁନ୍ନୁର ବସଷ୍ଟାଣ୍ଡରେ ଅଣ୍ଟାଏ ପାଣି ଛିଡ଼ା ହୋଇଛି । ଲୋକମାନଙ୍କୁ ଘରେ ରହିବାକୁ ଭିଡିଓ ବାର୍ତ୍ତା ଜରିଆରେ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ସୁଖବିନ୍ଦିର ସିଂହ ସୁଖୁ । ଆସନ୍ତାକାଲି ଯାଏଁ ହିମାଚଳରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ଦେଖନ୍ତୁ ହିମାଚଳ ପ୍ରଦେଶରେ ବର୍ଷା ଆଣିଥିବା ବିପତ୍ତିର କିଛି କରାଳ ଦୃଶ୍ୟ...

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.