thumbnail

By

Published : Apr 13, 2023, 8:37 PM IST

ETV Bharat / Videos

ରାଜ୍ୟରେ ଉତ୍କଟ ବେକାରୀ ସମସ୍ୟା, ନିଯୁକ୍ତି ନଯୋଗାଇଲେ କଂଗ୍ରେସର ଆନ୍ଦୋଳନ ଧମକ

ପୁରୀ: ରାଜ୍ୟରେ ବଢୁଛି ଏମ୍ପଲୟମେଣ୍ଟ ଏକ୍ସଚେଞ୍ଜରେ ପଞ୍ଜୀକରଣ ସଂଖ୍ୟା ହେଲେ ନିଯୁକ୍ତି ଶୂନ୍ୟ । ଗତ ୧୦ ବର୍ଷ ମଧ୍ୟରେ ପୁରୀ ଜିଲ୍ଲାରେ ଏମ୍ପଲୟମେଣ୍ଟ ଏକ୍ସଚେଞ୍ଜରେ ୩୫ ହଜାର ୨୭୧ ଜଣ ପଞ୍ଜୀକରଣ କରିଥିଲେ ହେଁ ଜଣଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇ ନଥିବା ଅଭିଯୋଗ କରିଛି ରାଜ୍ୟ ଛାତ୍ର କଂଗ୍ରେସ ।  ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବର୍ଷକୁ ଲକ୍ଷାଧିକ ଯୁବପିଢ଼ିଙ୍କୁ ନିଯୁକ୍ତି ଦେବାକୁ କହିଥିଲେ ମଧ୍ୟ ପୁରୀ ଭଳି ସହରରେ ଜଣଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇନାହିଁ । ଏହାର ପ୍ରତିବାଦରେ ଛାତ୍ର କଂଗ୍ରେସ ଆଜି ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛି  ।  ଆଗାମୀ ଦିନରେ କର୍ମ ନିଯୁକ୍ତିକୁ ପ୍ରସଙ୍ଗ କରି ବ୍ୟାପକ ଆନ୍ଦୋଳନ କରିବ ବୋଲି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । 

ଏହାକୁ ନେଇ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି କହିଛନ୍ତି, "ପୁରୀ ଜିଲ୍ଲାରେ ବେଳାଭୂମି ପର୍ଯ୍ୟଟନକୁ ବିକଶିତ କରାଯିବା ସହ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ମାଧ୍ୟମରେ ଶିକ୍ଷିତ ବେକାର ଯୁବକଯୁବତୀଙ୍କୁ କର୍ମନିଯୁକ୍ତି ଯୋଗାଇ ହୋଇଥାନ୍ତା । ମାତ୍ର ଆନ୍ତରିକତା ଅଭାବରୁ କରାଯାଇନାହିଁ । କେବଳ ପୁରୀ ଜିଲ୍ଲା ନୁହେଁ ରାଜ୍ୟର ସବୁ ଜିଲ୍ଲାର ଅବସ୍ଥା ମଧ୍ୟ ସେହିପରି ।" ତେବେ ନିଯୁକ୍ତି ପ୍ରସଙ୍ଗକୁ ନେଇ ଦଳ ପୁରୀରୁ ଭୁବନେଶ୍ଵର ପଦଯାତ୍ରା କରି ଆନ୍ଦୋଳନକୁ ଓହ୍ଲାଇବାକୁ ଛାତ୍ର କଂଗ୍ରେସ ଚେତାବନୀ ଦେଇଛି । 

ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.