ETV Bharat / bharat

ପ୍ୟାରିସରେ AI ଆକ୍ସନ ସମ୍ମିଳନୀ, ମୋଦି-ମାକ୍ରୋନ କରିବେ ଯୁଗ୍ମ ଅଧ୍ୟକ୍ଷତା - PM MODI VISIT TO FRANCE

କୃତିମ ବୁଦ୍ଧିମତା ଭବିଷ୍ୟତ ସମ୍ପର୍କରେ ମିଳିତ ଆଲୋଚନା କରିବେ ମୋଦି-ମାକ୍ରୋନ । ବୁଧବାର ରାତିରେ ଆମେରିକା ଯିବେ ପ୍ରଧାନମନ୍ତ୍ରୀ । ଗୁରୁବାର ହ୍ବାଇଟ ହାଉସରେ ଟ୍ରମ୍ପ-ମୋଦି ଭେଟଘାଟ୍‌ ।

Prime Minister Narendra Modi with French President Emmanuel Macron in Paris
Prime Minister Narendra Modi with French President Emmanuel Macron in Paris (PTI)
author img

By ETV Bharat Odisha Team

Published : Feb 11, 2025, 3:34 PM IST

ହାଇଦ୍ରାବାଦ: 2 ଦିନିଆ ଫ୍ରାନ୍ସ ଗସ୍ତରେ ପ୍ୟାରିସରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ପ୍ରଧାନମନ୍ତ୍ରୀ AI ଆକ୍ସନ ସମ୍ମିଳନୀରେ ଯୋଗଦେଇ ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରୋନଙ୍କ ସହ AI ଆକ୍ସନ ସମ୍ମିଳନୀର ସହ-ଅଧ୍ୟକ୍ଷତା କରିବେ । ଗତକାଲି (ସୋମବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସ ରାଜଧାନୀ ପ୍ୟାରିସରେ ପହଞ୍ଚିବା ପରେ ପ୍ରତିପକ୍ଷ ମାକ୍ରୋନ ତାଙ୍କୁ ବିମାନ ବନ୍ଦରରେ ଭବ୍ୟ ସ୍ବାଗତ କରିଥିଲେ ।

କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ନିୟମ ତିଆରି କ୍ଷେତ୍ରରେ ଆଲୋଚନା କରିବା ଏହି ବୈଠକର ମୁଖ୍ଯ ରଣନୀତି ରହିଛି । AI ସମ୍ମିଳନୀର ସହ-ଅଧ୍ୟକ୍ଷ ହେବା ପାଇଁ ଭାରତକୁ ଫ୍ରାନ୍ସର ନିମନ୍ତ୍ରଣ ନୂଆଦିଲ୍ଲୀର AI ପ୍ରତି ଆଭିମୁଖ୍ୟ ଏବଂ ନୂତନ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଅଗ୍ରଗତିକୁ ଦର୍ଶାଉଛି । ଚୀନ ପ୍ରଯୁକ୍ତିବିଦ୍ୟାରେ ବିଶ୍ବର ଅଗ୍ରଣୀ ଦେଶ ତାଲିକାରେ ଥିବା ବେଳେ ଭାରତର ଏହି ଆଭିମୁଖ୍ୟ ବେଶ ଗୁରୁତ୍ବ ରଖୁଛି । ଏପରି ସମୟରେ ଫ୍ରାନ୍ସର ଏହି ନିମନ୍ତ୍ରଣରେ ଭାରତର ଭାଗିଦାରୀ ଏବଂ ମୂଲ୍ୟବୋଧ ବେଶ ଗୁରୁତ୍ବପୂର୍ଣ୍ଣ ବୋଲି ବିଚାର କରାଯାଉଛି ।

  • AI ଆକ୍ସନ ସମ୍ମିଳନୀ:

AI ଆକ୍ସନ ସମ୍ମିଳନୀ ବିଶ୍ବ ପାଇଁ ବେଶ ଗୁରୁତ୍ବ ବହନ କରିବ । ଏହି ସମ୍ମିଳନୀରେ ବିଶ୍ବସ୍ତରୀୟ ନେତା ଏବଂ ବଡ଼ ବଡ଼ AI କମ୍ପାନୀଗୁଡିକର ଅଧ୍ୟକ୍ଷ ଅଂଶ ଗ୍ରହଣ କରିବେ । ଯାହା କୃତ୍ରିମ ବୁଦ୍ଧିମତ୍ତା (AI)ର ଭବିଷ୍ୟତ ବିଷୟରେ ଆଲୋଚନା ହେବ । ଏଥିରେ ନବସୃଜନ ଏବଂ ନୈତିକ ବିକାଶକୁ ଅଧିକ ଧ୍ୟାନ ଦିଆଯିବ । ତେବେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଗସ୍ତରେ ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରୋନଙ୍କ ସହ ଗୁରୁତ୍ବପୂର୍ଣ୍ଣ ଦ୍ବିପାକ୍ଷିକ ଆଲୋଚନା ହେବା କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତି ମାକ୍ରୋନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ । ଏହି ଆଲୋଚନାରେ ଭାରତ-ଫ୍ରାନ୍ସର ରଣନୈତିକ ସମ୍ପର୍କକୁ ଆହୁରି ସଦୃଢ କରିବା ଉଦ୍ଦେଶ୍ୟରେ ଅନେକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇପାରେ ବୋଲି ବୈଦେଶିକ ମନ୍ତ୍ରଣାଳୟ ତରଫରୁ ସୂଚନା ମିଳିଛି ।

  • ପ୍ୟାରିସରେ ପ୍ରଧାନମନ୍ତ୍ରୀ ମୋଦି :

ଏନେଇ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ,"ରାଷ୍ଟ୍ରପତି ମାକ୍ରୋନଙ୍କ ନିମନ୍ତ୍ରଣ କ୍ରମେ ମୁଁ 10ରୁ 12 ଫେବୃଆରୀ ଯାଏଁ ଫ୍ରାନ୍ସ ଗସ୍ତ କରିବି । ପ୍ୟାରିସରେ ମୁଁ AI ଆକ୍ସନ ସମ୍ମିଳନୀର ସହ-ଅଧ୍ୟକ୍ଷ ହେବାକୁ ଅପେକ୍ଷା କରିଛି । ବିଶ୍ବନେତା ଏବଂ ବଡ଼ ବଡ଼ ବୈଶୟିକ କମ୍ପାନୀଗୁଡ଼ିକର ଅଧ୍ୟକ୍ଷଙ୍କ ସମାବେଶ ହେବ । ଏଥିରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ତଥା କୃତିମ ବୁଦ୍ଧିମତ୍ତା ସମ୍ପର୍କରେ ଆଲୋଚନ ହେବ । ଏହି ଶକ୍ତିଶାଳୀ ପ୍ରଯୁକ୍ତିବିଦ୍ୟା ଜନସାଧାରଣଙ୍କୁ ଉତ୍ତମ ସେବା ପ୍ରଦାନ କରିବ ।"

  • 'ରାଷ୍ଟ୍ରପତି ମାକ୍ରୋନଙ୍କୁ ଭେଟି ମୁଁ ଆନନ୍ଦିତ':

ପ୍ୟାରିସରେ AI ସମ୍ମିଳନୀର ସହ-ଅଧ୍ୟକ୍ଷ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ଭବ୍ୟ ସ୍ବାଗତ କରିଥିଲେ । ସେପଟେ ମୋଦି ଗତକାଲି ନିଜ ‘X’ରେ ପୋଷ୍ଟ କରି କହିଛନ୍ତି,"ପ୍ୟାରିସରେ ମୋର ବନ୍ଧୁ ରାଷ୍ଟ୍ରପତି ମାକ୍ରୋନଙ୍କୁ ଭେଟି ଆନନ୍ଦିତ ।" ସେହିପରି ରାତ୍ରିଭୋଜନରେ ପ୍ରଧାନମନ୍ତ୍ରୀ ଆମେରିକାର ଉପ-ରାଷ୍ଟ୍ରପତି ଜେଡି ଭାନ୍ସଙ୍କୁ ମଧ୍ୟ ଭେଟିଥିବା ସୂଚନା ମିଳିଛି । ଏହି ଗସ୍ତରେ ଦୁଇ ଦେଶର ଦ୍ୱିପାକ୍ଷିକ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଅଧିକ ଗୁରୁତ୍ବ ଦେଇଛନ୍ତି । ରାଷ୍ଟ୍ରପତି ମାକ୍ରୋନଙ୍କ ସହ ଆଲୋଚନା 2047 ରୋଡମ୍ୟାପ୍ ଅଗ୍ରଗତିରେ ସହାୟକ ହେବ । ଭାରତ-ଫ୍ରାନ୍ସ ରଣନୈତିକ ଭାଗିଦାରୀକୁ ସୁଦୃଢ କରିବା ପାଇଁ ଏହା ଏକ ବ୍ୟାପକ ଯୋଜନା ହେବ ।’’

ଏହା ମଧ୍ୟ ପଢନ୍ତୁ...ଲମ୍ପି ଭାଇରସ ମୁକାବିଲା ପାଇଁ ଆସିଲା ଟିକା, ବାୟୋଲମ୍ପିଭାକ୍ସିନକୁ ଲାଇସେନ୍ସ - LUMPY SKIN DISEASE VACCINE

ଏହା ମଧ୍ୟ ପଢନ୍ତୁ...ଏରୋ ଇଣ୍ଡିଆ-2025 :ଏସିଆର ସର୍ବବୃହତ୍ତ ଏରୋସ୍ପେଶ୍‌ ଓ ପ୍ରତିରକ୍ଷା ପ୍ରଦର୍ଶନୀ - AERO INDIA 2025

ଏହା ମଧ୍ୟ ପଢନ୍ତୁ...ଏନଜାଇଟକୁ ଟାଣୁଛି ସୋସିଆଲ୍‌ ମିଡିଆର ବହୁଳ ବ୍ୟବହାର, କେମିତି ରହିବେ ଡିଜିଟାଲ୍‌ ଡିଟକ୍ସ - SOCIAL MEDIA ANXIETY

  • ଭାରତର ନୂତନ ଦୂତାବାସ କାର୍ଯ୍ୟାଳୟ ଉଦଘାଟନ କରିବେ ମୋଦି :

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ଫ୍ରାନ୍ସର ଐତିହାସିକ ସହର ମାର୍ସେଲରକୁ ମଧ୍ୟ ଯାତ୍ରା କରିବୁ । ଯେଉଁଠାରେ ମୁଁ ଭାରତର ପ୍ରଥମ କନସୁଲେଟ୍ ଉଦଘାଟନ୍‌ କରିବି । ଏଥିସହ ମୁଁ ଅନ୍ତର୍ଜାତୀୟ ଥର୍ମୋନ୍ୟୁକ୍ଲିୟର ଏକ୍ସପେରିମେଣ୍ଟାଲ୍ ରିଆକ୍ଟର (ITER) ପରିଦର୍ଶନ କରିବି । ଯାହା ଏକ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ । ଫ୍ୟୁଜନ୍ ଶକ୍ତି ବ୍ୟବହାର କରିବାକୁ ଲକ୍ଷ୍ୟ ରଖାଯାଇଛି । ଯେଉଁଠାରେ ଭାରତ କନ୍ସୋର୍ଟିୟମର ପ୍ରମୁଖ ସଦସ୍ୟ ଭାବେ ରହିଛି ।" ପ୍ରଧାନମନ୍ତ୍ରୀ ମୋଦି ବିଶ୍ୱଯୁଦ୍ଧ ସମୟରେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ଭାରତୀୟ ସୈନିକମାନଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଜଣାଇବେ ।

  • ଭବ୍ୟ ସ୍ବାଗତ କଲେ ପ୍ରବାସୀ ଭାରତୀୟ

ପ୍ୟାରିସରେ ମୋଦି ଅବତରଣ କରିବା ପରେ ସେଠାରେ ରହୁଥିବା ପ୍ରବାସୀ ଭାରତୀୟଙ୍କ ଦ୍ବାରା ଭବ୍ୟ ସ୍ବାଗତ କରାଯାଇଥିଲା । ପ୍ରବାସୀ ଭାରତୀୟମାନେ ହାତରେ ତ୍ରିରଙ୍ଗା ଏବଂ “ଭାରତ ମାତା କି ଜୟ” ସ୍ଲୋଗାନ ସହ “ମୋଦି ମୋଦି” ନାରା ଦେଉଥିବା ଦେଖିବାକୁ ମିଳିଥିଲା ।

  • ଆସନ୍ତାକାଲି ଯିବେ ଆମେରିକା:-

ଆଜି ଓ ଆସନ୍ତାକାଲି ଦୁଇଦିନିଆ ପ୍ୟାରିସ ଗସ୍ତ ଶେଷ କରିବା ପରେ ପ୍ରଧାନମନ୍ତ୍ରୀ ବୁଥବାର ରାତିରେ ଆମେରିକା ଅଭିମୁଖେ ଯାତ୍ରା କରିବେ । ସେଠାରେ ସେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସାକ୍ଷାତ କରିବେ । ୨୦୨୪ ରେ ମୋଦି ପ୍ରଧାନମନ୍ତ୍ରୀ ଭାବେ ଓ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଉଭୟ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଏହା ପ୍ରଥମ ଭେଟଘାଟ୍‌ । ଉଭୟ ଦେଶର ମିଳିତ ପ୍ରସଙ୍ଗ ସହ ବୈଶ୍ବିକ ପ୍ରସଙ୍ଗରେ ମଧ୍ୟ ଉଭୟଙ୍କ ମଧ୍ୟରେ ଆଲୋଚନା ହେବ । ଟ୍ରମ୍ପଙ୍କ ଆକ୍ରମଣାତ୍ମକ ବାଣିଜ୍ୟ ଓ ଇମିଗ୍ରେସନ ନୀତି ମଧ୍ଯରେ ସାରା ବିଶ୍ବ ଭୟଭୀତ ଥିବା ବେଳେ ମୋଦିଙ୍କର ଏହି ଗସ୍ତ ଭୂ-ରାଜନୈତିକ ସ୍ଥିତିରେ ବେଶ ଗୁରୁତ୍ବପୂର୍ଣ୍ଣ ବିଚାର କରାଯାଉଛି । ଚୀନ ଓ ଅନ୍ୟ ବଡ ଆର୍ଥିକ ଶକ୍ତି ଉପରେ ଆମେରିକା ଟାରିଫ୍‌ ବୃଦ୍ଧି କରିଥିବା ବେଳେ ନୂଆଦିଲ୍ଲୀ ପ୍ରତି ସେପରି ଚରମ ଆଭିମୁଖ୍ୟ ଗ୍ରହଣ କରିନାହିଁ । ଯାହା ଟ୍ରମ୍ପ ପ୍ରଶାସନ ଓ ମୋଦି ସରକାର ମଧ୍ୟରେ ଉତ୍ତମ ସମ୍ପର୍କ ବୋଲି ଚର୍ଚ୍ଚା ହେଉଛି ।

ବ୍ୟୁରୋ ରିପୋର୍ଟ , ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.