ETV Bharat / state

ସ୍ବାର୍ଥପର ଦୁନିଆ ପାଇଁ ଉଦାହରଣ; ସାନ ଯା ଜୀବନ ବଞ୍ଚାଇଲେ ବଡ ଯା - WOMAN DONATES LIVER

ଯୌଥ ପରିବାରରେ ଦୁଇ ଯା'ଙ୍କ ମଧ୍ୟରେ ସମ୍ପର୍କ ଏମିତିବି ହୋଇପାରେ । ଯକୃତ ଦାନ କରି ସାନ ଯା'ର ଜୀବନ ବଞ୍ଚାଇଲା ବଡ ଯା' ।

WOMAN DONATES LIVER
WOMAN DONATES LIVER (ETV BHARAT ODISHA)
author img

By ETV Bharat Odisha Team

Published : Feb 11, 2025, 3:06 PM IST

ସମ୍ବଲପୁର: ଆଜିର ସ୍ବାର୍ଥପର ଦୁନିଆରେ ସମ୍ପର୍କ ଯେମିତି ମୂଲ୍ୟହୀନ ହୋଇପଡିଛି । ସ୍ବାର୍ଥରେ ସାମାନ୍ୟ ଆଞ୍ଚ ଆସିଲେ ରକ୍ତର ସମ୍ପର୍କରେ ଲାଗୁଛି ରକ୍ତର ଛିଟା । କେଉଁଠି ଭାଇ ଭଗାରୀ ସାଜୁଛି ତ ଆଉ କେଉଁଠି ଜନ୍ମ ଦେଇଥିବା ବାପା ମାଆଙ୍କୁ ବି ପର କରିଦେଉଛନ୍ତି ଜନ୍ମିତ ସନ୍ତାନ, ପୁଣି କେଉଁଠି ସାତ ଜନ୍ମ ପାଇଁ ସାଥି ହୋଇଥିବା ସ୍ବାମୀ ସ୍ତ୍ରୀଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହେଉଛି । ଯେଉଁଠି ରକ୍ତର ସମ୍ପର୍କ ଧୋକା ଦେଉଛି ସେଇଠି ଗୋଟିଏ ପରିବାରରେ ରହୁଥିବା ଦୁଇ ଯାଙ୍କ ସମ୍ପର୍କ ନିଃସ୍ବାର୍ଥପର ଭଲ ପାଇବାର ଉଦାହରଣ ପାଲଟିଛି । ନିଜ ଜୀବନକୁ ବାଜି ଲଗାଇ ସାନ ଯାକୁ ନୂଆ ଜୀବନ ଦେଇଛନ୍ତି ବଡ ଯାଆ । ସମ୍ବଲପୁରରୁ ଆସିଛି ଏପରି ଖବର ।

WOMAN DONATES LIVER (ETV BHARAT ODISHA)

ଯକୃତ ଦେଇ ସାନ ଯାର ଜୀବନ ବଞ୍ଚାଇଲା ବଡ ଯା:

ସାଧାରଣତଃ ଯୌଥ ପରିବାରରେ ଯା ଯା ମଧ୍ୟରେ ସମ୍ପର୍କ ଏତେଟା ଭଲ ନଥିବା ଶୁଣାଯାଏ । କିନ୍ତୁ ସମ୍ବଲପୁର ଜିଲ୍ଲା ଜୁଯୁମୁରା ବ୍ଲକର ଝାଙ୍କରପାଲି ଗାଁର ଦୁଇ ଯା ପ୍ରତୀମା ପ୍ରଧାନ ଓ ଉମାକାନ୍ତିଙ୍କ ସମ୍ପର୍କ ଏବେ ଚର୍ଚ୍ଚାରେ । ସାନ ଯା ଉମାକାନ୍ତିଙ୍କୁ ନିଜ ଯକୃତ ଦାନ କରି ନୂଆ ଜୀବନ ଦେଇଛନ୍ତି ବଡ ଯା ପ୍ରତୀମା । ବଡ ଯା ଙ୍କ ଏପରି ଅବଦାନ ସମାଜକୁ ସମ୍ପର୍କର ଉଦାହରଣ ଦେଇଛି । ସାନ ଯା କୁ ଯା ନୁହଁ ବରଂ ନିଜ ଝିଅ ବୋଲି ଭାବନ୍ତି ବୋଲି କହିଛନ୍ତି ବଡ ଯା ପ୍ରତୀମା । ସ୍ବ ଇଚ୍ଛାରେ ସେ ହାଇଦ୍ରାବାଦର ଏକ ହସ୍ପିଟାଲରେ ନିଜ ସାନ ଯା ଉମାକାନ୍ତିଙ୍କୁ ଲିଭର ଡୋନେଟ କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ମୃତ୍ୟୁ ପରେ ବି ଅମର ଦମୟନ୍ତୀ ! ଲିଭର ଦାନ କରି ସାଜିଲେ ଉଦାହରଣ, ଅଜଣା ବ୍ୟକ୍ତି ପାଇବେ ନୂଆ ଜୀବନ - ଦମୟନ୍ତୀ ଅମର

ଏହା ମଧ୍ୟ ପଢନ୍ତୁ-ଝିଅ ହେବ ତ ଏମିତି, ଯକୃତର କିଛି ଅଂଶ ଦାନ କରି ପିତାଙ୍କ ଜୀବନ ବଞ୍ଚାଇଲା ଝିଅ - ଦାନ କଲେ ଯକୃତର କିଛି ଅଂଶ

ହାଇଦ୍ରାବାଦର ଘରୋଇ ମେଡିକାଲରେ ଲିଭର ପ୍ରତ୍ୟାରୋପଣ:

2018 ମସିହାରେ ଉମାକାନ୍ତିଙ୍କ ପିତକୋଷ ଅପରେସନ ପରେ ତାଙ୍କ ପେଟ ଭିତରେ ସେପ୍ଟିକ ହୋଇଯାଇଥିବାରୁ ସମ୍ପୂର୍ଣ ଲିଭର୍ ନଷ୍ଟ ହୋଇଯାଉଥିଲା । ଫଳରେ ବୁର୍ଲା ଭୀମସାର, ଭୁବନେଶ୍ବର ଏମ୍ସ ସହିତ ଅନେକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ । ଶେଷରେ ଯକୃତ ପ୍ରତ୍ୟାରୋପଣ ନ କଲେ ଜୀବନ ପ୍ରତି ବିପଦ ଥିବା ଡ଼ାକ୍ତର କହିଥିଲେ । ଏହାକୁ ନେଇ ପୁରା ପରିବାର ଚିନ୍ତାରେ ଭାଙ୍ଗି ପଡ଼ିଥିଲେ । ଲିଭର ପ୍ରତ୍ୟାରୋପଣ କରିବା ପାଇଁ ପରିବାର ସ୍ଥିର କରି ସରକାରୀ ପ୍ରକ୍ରିୟା ଆରମ୍ଭ କରିଥିଲେ । ସ୍ବାମୀ ମହାଦେବଙ୍କ ଲିଭର ପରୀକ୍ଷା କରାଯିବା ପରେ ମ୍ୟାଚ ନହେବାରୁ ବଡ ଯା ପ୍ରତିମା ଲିଭର ଦେବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ପରିବାରବର୍ଗଙ୍କ ସହମତି ପରେ ପ୍ରତିମାଙ୍କ ଲିଭର ପରୀକ୍ଷା କରାଯାଇଥିଲା । ମ୍ୟାଚ୍ ହେବା ଫଳରେ ହାଇଦ୍ରାବାଦର ଏକ ଘରୋଇ ମେଡିକାଲରେ ଗତ ଶୁକ୍ରବାର ସଫଳ ଭାବେ ଲିଭର ପ୍ରତ୍ୟାରୋପଣ ହୋଇଛି । ଲିଭର୍ ଦେବା ପରେ ପ୍ରତିମାଙ୍କ ସ୍ବାସ୍ଥ୍ୟବସ୍ଥା ଠିକ୍ ଥିବା ବେଳେ ଉମାକାନ୍ତି ଏବେ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି। ଉମାକାନ୍ତି ଶୀଘ୍ର ସୁସ୍ଥ ହୋଇ ଘରକୁ ଆସନ୍ତୁ ବୋଲି ପରିବାରର ଅନ୍ୟ ସଦସ୍ୟ ଅପେକ୍ଷା କରିଛନ୍ତି ।

'ସେ ମୋ ଯା ନୁହଁ ଝିଅ':

ଲିଭର ଡୋନେଟ କରିଥିବା ପ୍ରତୀମା ପ୍ରଧାନ କହିଛନ୍ତି, ''ମୋ ଶାଶୁଙ୍କ ମୃତ୍ୟୁ ହୋଇ ସାରିଛି । ଆଉ ବର୍ତ୍ତମାନ ମୁ ଘରର ବଡ଼ ବୋହୂ । ମୋର ସାନ ଯା ର ଦେହ ବହୁତ ଖରାପ ଥିଲା, ତାର ସ୍ୱାସ୍ଥ୍ୟାବସ୍ଥା ବହୁତ ଗମ୍ଭୀର ଥିଲା । ମୁ ତାକୁ ସାନ ଯା ବୋଲି ନଭାବି ନିଜ ଝିଅ ବୋଲି ଭାବୁଥିଲି । ତେଣୁ ତାକୁ ବଞ୍ଚାଇବା ପାଇଁ ମୁ ମୋ ନିଜ ଇଚ୍ଛାରେ ମୋର ଲିଭର ଡୋନେଟ କରିଛି । ମୋତେ କେହି ବି ଏମତି କରିବାକୁ କହିନଥିଲି । ଏବେ ଆମେ ଗୋଟିଏ ଲିଭରରେ ଉଭୟେ ବଞ୍ଚିବୁ ବୋଲି ଭାବୁଛି । ''

ଅନ୍ୟପଟେ ପ୍ରତୀମାଙ୍କ ଶ୍ୱଶୁର ଶ୍ରୀନିବାସ ପ୍ରଧାନ କହିଛନ୍ତି, '' ଉମାକାନ୍ତୀଙ୍କ ଲିଭର ସହ ପରିବାରର ଆଉ କୌଣସି ସଦସ୍ୟଙ୍କ ଲିଭର ମ୍ୟାଚ କରୁନଥିଲା । ଏଭଳି ସ୍ଥିତିରେ ମୋର ବଡ଼ ବୋହୂ ପ୍ରତୀମା ସାନ ବୋହୂକୁ ନିଜର ଝିଅ ଭାବି ତାର ଜୀବନ ବଞ୍ଚାଇବା ପାଇଁ ଲିଭର ଡୋନେଟ କରିଛି । ବଡ଼ ବୋହୂ ପିଲାଟିଚି ଦିନରୁ ତାର ମାଆକୁ ହରେଇଥିଲା । ତେଣୁ ଉମାକାନ୍ତୀଙ୍କ ଛୋଟ ପୁଅ ଯେମିତି ମାଆ ଛେଉଣ୍ଡ ନହେଉ ସେଥିପାଇଁ ସେ ନିଜ ଲିଭର ଡୋନେଟ କରିଥିଲା । ''

ଆଜିର ଦୁନିଆରେ ସମୟ ଅନୁସାରେ ସମ୍ପର୍କର ସଂଜ୍ଞା ବଦଳିଯାଇଛି ସତ, କିନ୍ତୁ ଲିଭର ଦାନ କରି ଅନ୍ୟ ମାନଙ୍କୁ ସମ୍ପର୍କର ମୂଲ୍ୟ ବୁଝାଇ ଦେଇ ଉଦହାରଣ ସାଡିଛନ୍ତି ପ୍ରତିମା ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.