ଜଗତସିଂହପୁରରେ ଶେଷ ହେଲା ଖୁଦୁରୁକୁଣୀ ଭସାଣ ଉତ୍ସବ - ଖୁଦୁରୁକୁଣୀ ଭସାଣ ଉତ୍ସବ
🎬 Watch Now: Feature Video
ଜଗତସିଂହପୁର: ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ କେନ୍ଦାଳର ପ୍ରସିଧ୍ୟ ଖୁଦୁରୁକୁଣୀ ଯାତ୍ରା ଶେଷ ହୋଇଯାଇଛି । ଏହି ଯାତ୍ରାରେ ଜିଲ୍ଲା ଓ ଜିଲ୍ଲା ବାହାରୁ ହଜାର ହଜାର ଶ୍ରଦ୍ଧାଳୁ ଯୋଗ ଦେଇଥିଲେ । ଗତ ରବିବାର ଠାରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଗୁରୁବାର ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଚାଲିଥିଲା । ଜିଲ୍ଲାର ପ୍ରସିଦ୍ଧ ଏହି ଯାତ୍ରା ୨୦୦ ଶହ ବର୍ଷର ପୁରାତନ ପରମ୍ପରା ଅନୁଯାୟୀ ଅନୁଷ୍ଠିତ ହୋଇ ଆସୁଛି । ବିଭିନ୍ନ ବର୍ଗର ଲୋକେ ଏହି ପୂଜାରେ ସାମିଲ ହୋଇଥାନ୍ତି । ଭାଦ୍ରବ ମାସର ଶେଷ ରବିବାର ପରେ ବୃହତ ମେଢଠାରୁ ୨୦ଟି ମେଢ ବୈଦିକ ରୀତିରେ ପୂଜାର୍ଚ୍ଚନା କରାଯାଏ । ପରେ ଦୁଇଦିନ ବ୍ୟାପି ଭଷlଣ ଉତ୍ସବ କରାଯାଇଥାଏ । ବିଶେଷ ଭାବରେ ପୂଜାରେ ଲାଗୁଥିବା ବିଭିନ୍ନ ପ୍ରକାରର ସାଜସଜ୍ଜାକୁ ମୁସଲମାନ ସମ୍ପ୍ରଦାୟର ଲୋକେ ପ୍ରସ୍ତୁତ କରିଥାନ୍ତି ।
ଇଟିଭି ଭାରତ, ଜଗତସିଂହପୁର
Last Updated : Feb 3, 2023, 8:27 PM IST