କାର୍ ଧକ୍କାରେ ଭାଙ୍ଗିଗଲା କାଉଡି; ରାଗିଯାଇ ଏମିତି କାଣ୍ଡ କଲେ କାଉଡିଆ

🎬 Watch Now: Feature Video

thumbnail

ଡେରାଡୁନ: ଉତ୍ତରାଖଣ୍ଡ ରୁର୍‌କିରୁ କାଉଡିଆଙ୍କ ଏକ ଭିଡିଓ ଭାଇରାଲ ହେଉଛି । ଭିଡିଓରେ କିଛି କାଉଡିଆ ମାରପିଟ୍ କରିବା ଏବଂ ଏକ କାର୍ ଭଙ୍ଗାରୁଜା କରୁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି  । କାଉଡିଆମାନେ କାର୍ ଚାଳକଙ୍କୁ ମାଡ଼ ମାରିବା ସହ ତାଙ୍କ ଗାଡି ଜାଳି ଦେବାକୁ ମଧ୍ୟ ଚେଷ୍ଟା କରୁଛନ୍ତି  । ତେବେ ପ୍ରଭୁ ଭୋଳାନାଥଙ୍କୁ ଜଳଲାଗି କରିବା ପାଇଁ ବୋଲବମ୍‌ ଯାତ୍ରା କରୁଥିବା କାଉଡିଆମାନେ କାହିଁକି ଏମିତି ଭଙ୍ଗାରୁଜା କରୁଛନ୍ତି ସେନେଇ ମନରେ ପ୍ରଶ୍ନ ଆସୁଥିବ ନିଶ୍ଚୟ । ତେବେ ଘଟଣାରୁ ଜଣାପଡିଛି ଯେ, ଭିଡିଓଟି ହରିଦ୍ବାର-ଦିଲ୍ଲୀ ହାଇୱେ ନିକଟସ୍ଥ ଗୁଡ ମଣ୍ଡି ଅଞ୍ଚଳର  । ଏଠାରେ କାଉଡିଆଙ୍କର ଏକ ଶିବିର ଲାଗିଥିଲା । ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ଯାତ୍ରା କରୁଥିବା କାଉଡିଆମାନେ ଏହି ଶିବିରରେ ଆଶ୍ରୟ ନେଇଥିଲେ ।

ଏହାମଧ୍ୟ ପଢନ୍ତୁ: Haryana: ବିଧାୟକଙ୍କୁ ପିଟିଲେ ବନ୍ୟା ବିପନ୍ନ ! ଭାଇରାଲ ହେଉଛି ଭିଡିଓ

ଗତ ସୋମବାର ଦିନ ଜଣେ କାର୍ ଚାଳକ ସେହି ସ୍ଥାନକୁ ଯାଇଥିଲେ । କିଛି ସମୟ ପରେ ସେ ସେଠାରୁ ଫେରୁଥିବା ବେଳେ ତାଙ୍କ କାର୍ ଶିବିର ନିକଟରେ ରଖାଯାଇଥିବା କାଉଡିଗୁଡ଼ିକ ସହ ଧକ୍କା ହୋଇଥିଲା ଏବଂ କାଉଡିଗୁଡିକ ଭାଙ୍ଗି ଯାଇଥିଲା  । ଯାହାକୁ ଦେଖି ଖୁବ୍ ରାଗି ଯାଇଥିଲେ କାଉଡିଆମାନେ । ଉତ୍ତ୍ୟକ୍ତ ହୋଇ କାର୍ ଚାଳକଙ୍କୁ ମାରପିଟ କରିବା ସହ ତାଙ୍କର ଗାଡ଼ି ଭାଙ୍ଗି ଚୁରମାର୍ କରିଦେଲେ । ଏମିତିକି ଗାଡି ଜାଳି ଦେବାକୁ ମଧ୍ୟ ଉଦ୍ୟମ କରିଥିଲେ  । ଏହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । 

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 13, 2023, 7:19 AM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.