ଉଦଯାପିତ ହେଲା ବୁଢ଼ା ଡଙ୍ଗର ଲୋକ ମହୋତ୍ସବ, ଝୁମିଲେ ଦର୍ଶକ

By ETV Bharat Odisha Team

Published : Dec 28, 2023, 7:49 AM IST

thumbnail

Budha Dangar Lok mahotsav: ଭବାନୀପାଟଣା: କଳାହାଣ୍ଡିର କଳା, ସଂସ୍କୃତି, ଐତିହ୍ୟ ଓ ବିକାଶଧାରାର ବାର୍ତ୍ତାବହ ବୁଢା ଡଙ୍ଗର ଲୋକ ମହୋତ୍ସବ-2023 ଉଦଯାପିତ ହୋଇଯାଇଛି । କେସିଙ୍ଗାସ୍ଥିତ ଜଗନ୍ନାଥ ପଡିଆରେ ଥିବା ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ୨୮ତମ ବୁଢା ଡଙ୍ଗର ଲୋକ ମହୋତ୍ସବ ଆୟୋଜିତ କରାଯାଇଥିଲା ।  ଦୁଇ ଦିନ ଧରି ଚାଲିଥିବା ଏହି ସାଂସ୍କୃତିକ କାର୍ଯ୍ୟକ୍ରମର ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବରେ ରାଜ୍ୟସଭା ସାଂସଦ ସୁଜିତ୍ କୁମାର, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ ପ୍ରମୁଖ ଯୋଗ ଦେଇଥିଲେ  । ତେବେ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନର ଏହି ଲୋକ ମହୋତ୍ସବ କଳା ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ କରିବାରେ ବେଶ୍ ସହାୟକ ହୋଇପାରିଥିବା ନେଇ ଉପସ୍ଥିତ ଅତିଥି ମତବ୍ୟକ୍ତ କରିଥିଲେ । 

ଏହା ମଧ୍ୟ ପଢନ୍ତୁ-ଉଦଯାପିତ ହେଲା ସପ୍ତଦଶ ଚଉଷଠି ଯୋଗିନୀ ମହୋତ୍ସବ, ଶେଷ ସନ୍ଧ୍ୟାରେ ମନ ମୋହିଲା କଥକ

ଏହି ମହୋତ୍ସବର ଶେଷ ସାଂସ୍କୃତିକ ସନ୍ଧ୍ୟାରେ ମୁଖ୍ୟ ଆକର୍ଷଣ ଥିଲେ ଓଲିଉଡ ଅଭିନେତ୍ରୀ ଭୂମିକା ଦାସ । ଅଭିନେତ୍ରୀଙ୍କୁ ଦେଖିବା ପାଇଁ ଅନେକ ଦର୍ଶକଙ୍କ ଭିଡ ଜମିଥିଲା । ପରେ ପରେ ଆରମ୍ଭ ହୋଇଥିଲା ଅନେକ ବିଶିଷ୍ଟ ସମ୍ବଲପୁରୀ କଳାକାରମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ । ଆସାମର ବିହୁ ନୃତ୍ୟ, ବରଗଡ଼ର ବଜାଶାଲ ନୃତ୍ୟ ସହ କଳାହାଣ୍ଡିର ବୀରବାଦ୍ୟ ଘୁମୁରା ନୃତ୍ୟରେ ଦୁଲୁକି ଉଠିଥିଲା ବୁଢା ଡଙ୍ଗର ଲୋକ ମହୋତ୍ସବ ମଞ୍ଚ । ଶୀତୁଆ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଭରପୁର ମଜା ଉଠାଇଥିଲେ ଦର୍ଶକ ।

ଇଟିଭି ଭାରତ, କଳାହାଣ୍ଡି 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.