ଭାରତୀୟ ଭଲିବଲ ଦଳରେ ଜଗତସିଂହପୁରର ରାହୁଲ, ପରିବାରରେ ଖୁସିର ଲହରୀ - ଭାରତୀୟ ଭଲିବଲ ଦଳରେ ଓଡିଆ
🎬 Watch Now: Feature Video
ଜଗତସିଂହପୁର: ଯେତେ ପାଠ ପଢିବାକୁ କହିଲେ ମନ କିନ୍ତୁ ସେହି ଭଲିବଲ ଖେଳରେ ଥିଲା । ଭଲିବଲ ଯେମିତି ତାଙ୍କୁ ବାୟା କରିଥିଲା । ନିଷ୍ଠା ପରିଶ୍ରମ ବଳରେ ଭାରତୀୟ ଦଳରେ ସ୍ଥାନ ପାଇ ରାଜ୍ୟ ତଥା ଜିଲ୍ଲା ପାଇଁ ଗର୍ବ ଆଣିଛନ୍ତି ବାଣୀକ୍ଷେତ୍ର ମାଟି ପୁଅ ରାହୁଲ ବାରିକ । ଭାରତୀୟ ଭଲିବଲ ଦଳରେ 31 ବର୍ଷ ପରେ ଜଣେ ଓଡ଼ିଆ ଖେଳାଳି ଭାବେ ସ୍ଥାନ ପାଇଛନ୍ତି ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଗରାମ ଗ୍ରାମର ରାହୁଲ ବାରିକ । ଆସନ୍ତା ଜୁଲାଇ 8ରୁ 15 ତାରିଖ ଯାଏଁ ଚତୁର୍ଥ ଏଭିସି ପୁରୁଷ ଚ୍ୟାଲେଞ୍ଜର କପ୍ ଭଲିବଲ ଚମ୍ପିଆନସିପ ଆରମ୍ଭ ହେବ । ଏନେଇ 14 ଜଣିଆ ଭାରତୀୟ ଫୁଟବଲ ଦଳରେ ଜଣେ ଓଡିଆ ଖେଳାଳି ରାହଲୁ ବାରିକ ସ୍ଥାନ ପାଇଛନ୍ତି । ରାହୁଲଙ୍କ ସଫଳାରେ ଗାଁରେ ଖୁସିର ଲହରୀ ଖେଳି ଯାଇଛି । ଗରାମ ଗ୍ରାମର ପ୍ରଶାନ୍ତ ବାରିକଙ୍କ ପୁଅ ରାହୁଲ ବାରିକ ରାଜ୍ଯ ତଥା ଜିଲ୍ଲା ପାଇଁ ଗର୍ବ ଆଣିଛନ୍ତି । ବାପାମାଆଙ୍କ ଖୁସି କହିଲେ ନସରେ । ରାହୁଲଙ୍କ ସଂଘର୍ଷ କଥା କହିଲା ବେଳେ ବାପାମାଆଙ୍କ ଆଖିରେ ଲୁହ ଜକେଇ ଆସୁଛି । ଲୋକ ଦୁଃଖରେ କାନ୍ଦନ୍ତି ହେଲେ ଖୁସିରେ ଆଖିରୁ ଯେଉଁ ଲୁହ ଝରିଆସେ ତାର ମୂଲ୍ୟ ବହୁତ ଅଧିକ । ଖୁଣନ୍ତୁ ରାହୁଲଙ୍କ ସଫଳତା ପରେ କଣ କହୁଛନ୍ତି ପରିବାର ।
ଏହା ବି ପଢନ୍ତୁ...31 ବର୍ଷ ପରେ ଭାରତୀୟ ଭଲିବଲ ଦଳରେ ଓଡିଆ, ଇତିହାସ ରଚିବା ଅପେକ୍ଷାରେ ରାହୁଲ
ଇଟିଭି ଭାରତ, ଜଗତସିଂହପୁର