ସାଂସଦ ଗାଇଲେ ଏମିତି ରାତି ସେ ଯେ ଅଭୁଲା ସ୍ମୃତି, ଝୁମିଲେ ଛାତ୍ରଛାତ୍ରୀ - ଗୀତ ଗାଇଲେ ସାଂସଦ

🎬 Watch Now: Feature Video

thumbnail

By ETV Bharat Odisha Team

Published : Dec 29, 2023, 2:23 PM IST

MP Sang Odia Song: ଜଗତସିଂହପୁର: ଗୀତ ଗାଇଲେ ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ ଏବଂ ଗୀତର ତାଳେ ତାଳେ ଝୁମିଲେ ଛାତ୍ରଛାତ୍ରୀ । ଜଗତସିଂହପୁର ଜିଲ୍ଲାର ପାରାଦ୍ୱୀପ ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଯୁବ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଦୀର୍ଘ 7 ଦିନ ଧରି ଚାଲିଥିବା କାର୍ଯ୍ୟକ୍ରମର ଗତାକାଲି(ଗୁରୁବାର) ଉଦ୍‌ଯାପନୀ ଦିବସ ରହିଥିବା ବେଳେ ଗୀତ ଗାଇଥିଲେ ଜଗତସିଂହପୁର ସାଂସଦ । ସାଂସଦଙ୍କ ଏମିତି ରାତି ସେ ଯେ ଅଭୁଲା ସ୍ମୃତି... ଗୀତର ତଳେ ତାଳେ ଝୁମିଥିଲେ ଛାତ୍ରଛାତ୍ରୀ । 

ଏହା ମଧ୍ୟ ପଢନ୍ତୁ: ନୌସେନା ସପ୍ତାହ ଉତ୍ସବରେ ଗୀତ ଗାଇଲେ ରାଜ୍ୟପାଳ ଗଣେଶୀ ଲାଲ୍

କାର୍ଯ୍ୟକ୍ରମରେ ଯୋଗ ଦେଇ ସାଂସଦ କହିଥିଲେ, "କଲେଜରେ ପାଠ ପଢିବା ସମୟରେ ବିଭିନ୍ନ କାର୍ଯ୍ୟକ୍ରମରେ ମୁଁ ଏହି ଗୀତ ଗାଉଥିଲି । ଶିକ୍ଷା ପରେ ପ୍ରଥମେ ମୁଁ ଡାକ୍ତରୀ ପେଷାକୁ ଆପଣାଇଥିଲି । କିନ୍ତୁ ସଙ୍ଗୀତ ପ୍ରତି ମୋର ଅହେତୁକ ଦୁର୍ବଳତା ରହିଥିଲା । ହେଲେ ସାଧାରଣ ଲୋକଙ୍କ ନିକଟରେ ଗୀତ ଗାଇବା ପାଇଁ ସୁଯୋଗ ମିଳୁନଥିଲା । ତେବେ ଡାକ୍ତରୀ ବୃତ୍ତି ଛାଡି ରାଜନୀତିରେ ଯୋଗଦେବା ପରେ ବିଭିନ୍ନ ସ୍ଥାନରେ ଖାସ କରି ବିଦ୍ୟାଳୟ ଓ ମହାବିଦ୍ୟାଳୟର ବାର୍ଷିକ ଉତ୍ସବମାନଙ୍କରେ ଗୀତ ଗାଇବା ପାଇଁ ସୁଯୋଗ ମିଳିଥାଏ ।" ଜଗତସିଂହପୁର ସାଂସଦଙ୍କ ଗୀତର ତାଳେ ତାଳେ ଝୁମିଥିଲେ ଛାତ୍ରଛାତ୍ରୀ । ତେବେ ସାଂସଦଙ୍କ ଗୀତ ଶେଷ ହେବା ପରେ ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟ ସେ ମଧ୍ୟ ମଞ୍ଚରେ ଗୀତ ହାଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। 

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.