ଆକ୍ସନ ମୋଡରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ: ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଆଗରୁ ହଟାଇଲେ ଆଇରନ୍ ବ୍ୟାରିକେଡ୍ - ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ

🎬 Watch Now: Feature Video

thumbnail

By ETV Bharat Odisha Team

Published : Dec 7, 2023, 2:24 PM IST

ହାଇଦ୍ରାବାଦ: ଯାହା କହିଥିଲେ, ତାହା  କରି ଦେଖାଇଲେ । ସରକାର ଗଠନ ସଙ୍ଗେ ସଙ୍ଗେ ଆରମ୍ଭ ହୋଇଯାଇଛି ଆକ୍ସନ । ମୁଖ୍ୟମନ୍ତ୍ରୀଙ୍କ ପ୍ରଗତୀଭବନ କାର୍ଯ୍ୟାଳୟ ଆଗରୁ ହଟିଛି ଆଇରନ୍ ବ୍ୟାରିକେଡ୍ ।  ଆଉ ଏହା କରି ଦେଖାଇଛନ୍ତି ତେଲେଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡିଙ୍କ କଥା । ରେବନ୍ତ ରେଡ୍ଡି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ପାଳନ କରିଛନ୍ତି ନିଜର ପ୍ରଥମ ପ୍ରତିଶ୍ରୁତି । ନିର୍ବାଚନ ପୂର୍ବରୁ ରେବନ୍ତ ଘୋଷଣା କରିଥିଲେ ଯେ, ଯଦି ତେଲେଙ୍ଗାନାରେ କଂଗ୍ରେସ ସରକାର କ୍ଷମତାକୁ ଆସେ, ତେବେ  ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଆଗରେ ନିର୍ମାଣ ହୋଇଥିବା ଲୁହା ବ୍ୟାରେକେଡ୍ ହଟାଇ ଦିଆଯିବ । ଆଜି ତେଲେଙ୍ଗାନାରେ ଗଠନ ହୋଇଛି କଂଗ୍ରେସ ସରକାର ଏବଂ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ରେବନ୍ତ ରେଡ୍ଡି । ସରକାର ଗଠନ ପରେ ପ୍ରଥମ ପଦକ୍ଷେପ ଭାବେ ଏହି କାର୍ଯ୍ୟ କରାଇଛନ୍ତି ନୂଆ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡି। 2023 ତେଲେଙ୍ଗାନା ବିଧାନସଭା ନିର୍ବାଚନରେ କଂଗ୍ରେସ ପାର୍ଟି, ବିଆରଏସକୁ ପରାସ୍ତ କରି କ୍ଷମତାକୁ ଫେରିଛି ।  

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ 

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.