Manipur Case: ‘ଇଣ୍ଟରନେଟ ବ୍ୟାନ ହଟିଲେ ଏମିତି ଭିଡିଓ ଆସିବ’ - ମଣିପୁର ମାମଲାରେ ସ୍ଥାନୀୟ ସାଂସଦଙ୍କ ପ୍ରତିକ୍ରିୟା
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/20-07-2023/640-480-19052929-thumbnail-16x9-manipur.jpg)
ହାଇଦ୍ରାବାଦ: ମଣିପୁରରେ ଦୁଇ ଯୁବତୀଙ୍କୁ ନିବସ୍ତ୍ର କରି ବୁଲାଇବା ସହ ଗଣଦୁଷ୍କର୍ମ ଘଟଣାର ଭିଡିଓ ଭାଇରାଲ ହେବା ପରେ ସାରା ଦେଶରେ ଉଦବେଗ୍ ପ୍ରକାଶ ପାଇବାରେ ଲାଗିଛି । ହେଲେ ଏହି ଘଟଣାଠାରୁ ମଧ୍ୟ ମଣିପୁରରେ ସ୍ଥିତି ଆହୁରି ସାଙ୍ଘାତିକ । ରାଜ୍ୟରେ ଏବେ ଇଣ୍ଟରନେଟ ସେବା ବନ୍ଦ ରହଛି । ଫଳରେ ଅନେକ କିଛି ଲୋମହର୍ଷଣକାରୀ ଘଟଣା ଲୋକଲୋଚନକୁ ଆସିପାରୁନାହିଁ । ରାଜ୍ୟରେ ଇଣ୍ଟେରନେଟ ସେବା ସ୍ବାଭାବିକ ହେବା ପରେ ବିଭିନ୍ନ ସ୍ଥାନରୁ ଏପରି ବିଚଳିତ କରିବା ପରି ଏକାଧିକ ଭିଡିଓ ସାମ୍ନାକୁ ଆସିବ ବୋଲି କହିଛନ୍ତି ଆଉଟର ମଣିପୁର ସଂସଦୀୟ କ୍ଷେତ୍ରର ସାଂସଦ ଡ. ଲୋରହ ଏସ ଫୋଜ (Dr Loroh S Pfoze) । ଇଟିଭି ଭାରତ ସହ ସକ୍ଷାତକାରରେ ସେ ଏପରି ଆଶଙ୍କା ଦର୍ଶାଇଛନ୍ତି ସ୍ଥାନୀୟ ସାଂସଦ ।
ଅନ୍ୟପଟେ ଏହାକୁ ନେଇ ସାରା ଦେଶରେ ପ୍ରତିବାଦ ଦେଖିବାକୁ ମିଳିଲାଣି । ହିଂସାର ସୂତ୍ରପାତ ହୋଇଥିବା ଚୁରାଚାନ୍ଦପୁର ଜିଲ୍ଲାରେ ଏକ ବିଶାଳ ପ୍ରତିବାଦ ଶୋଭାଯାତ୍ରା ଦେଖିବାକୁ ମିଳିଛି । ସ୍ଥାନୀୟ ଅଞ୍ଚଳର ହଜାର ହଜାର ଛାତ୍ରଛାତ୍ରୀ, ଯୁବକ ଯୁବତୀ ଓ ସାମାଜିକ କର୍ମୀମାନେ ଏକ ବିଶାଳ ପ୍ରତିବାଦ ଶୋଭାଯାତ୍ରାରେ ଏକାଠି ହୋଇଛନ୍ତି । ସେମାନେ ଘଟଣାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିବା ସହ ପୀଡିତା ପରିବାରକୁ ନ୍ୟାୟ ଦେବା ପାଇଁ ନାରାବାଜି କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ