thumbnail

WATCH VIDEO: ପାକିସ୍ତାନ ଚାଲିଯାଇଥିବା ଅଞ୍ଜୁ ବନିଲେ ଫାତିମା, ସାମ୍ନାକୁ ଆସିଲା ଭିଡିଓ

By

Published : Jul 25, 2023, 10:26 PM IST

ଇସଲାମବାଦ: ପାକିସ୍ତାନ ଚାଲିଯାଇଥିବା ୨ ବର୍ଷ ସନ୍ତାନର ମାଆ ଅଞ୍ଜୁ ଏବେ ପାଲଟିଛନ୍ତି ଫାତିମା (୩୪) । ପାକିସ୍ତାନ ଯିବା ପରେ ସେ ନିଜ ଫେସବୁକ ଫ୍ରେଣ୍ଡ ସହିତ ବିବାହ କରିଛନ୍ତି । ଇସଲାମ ଧର୍ମ ଗ୍ରହଣ କରିବା ସହ ନସରୁଲ୍ଲା (୨୯)ଙ୍କୁ କରିଛନ୍ତି ଜୀବନ ସାଥୀ । ଉଭୟ ୨୦୧୯ରେ ଫେସବୁକରେ ଫ୍ରେଣ୍ଡ ହୋଇଥିବା ବେଳେ ଧୀରେ ଧୀରେ ଏହା ପ୍ରେମ ସମ୍ପର୍କରେ ପରିଣତ ହୋଇଥିଲେ । ଅଞ୍ଜୁ ବିବାହିତ ଥିବା ବେଳେ ନସରୁଲ୍ଲାଙ୍କ ପ୍ରେମରେ ପଡ଼ିଥିଲେ । ଏହାପରେ ସ୍ବାମୀ ଓ ୨ ପିଲାଙ୍କୁ ଛାଡ଼ି ଅଞ୍ଜୁ ବାହାରିଲେ ପାକିସ୍ତାନ । ଆଉ ସେଠାରେ ନିଜ ପ୍ରେମିକକୁ ଦ୍ବିତୀୟ ବିବାହ କରିଛନ୍ତି । ଏବେ ଉଭୟଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଦେଖିବାକୁ ମିଳିଛି ଯେ ଅଞ୍ଜୁ ଓରଫ ଫାତିମା ପ୍ରେମିକ ନସରୁଲ୍ଲାଙ୍କ ହାତରେ ହାତ ଛନ୍ଦି ପାକିସ୍ତାନର ପର୍ଯ୍ୟଟନ ସ୍ଥଳରୀ ବୁଲୁଛନ୍ତି । ପାକିସ୍ତାନରେ ସେ ସୁରକ୍ଷିତ ଥିବା ମଧ୍ୟ ଭିଡିଓରେ କହିଛନ୍ତି । ଏ ନେଇ ସେ କହିଛନ୍ତି, " ମୁଁ ସମସ୍ତଙ୍କୁ କହିବାକୁ ଚାହୁଁଛି ଯେ ପୂର୍ବ ଯୋଜନା ମୁତାବକ ପାକିସ୍ତାନକୁ ଆସିଛି । କୌଣସି ବେଆଇନ ଭାବେ ପଡୋଶୀ ଦେଶରେ ପ୍ରବେଶ କରିନାହିଁ । " ଗୋଟିଏ ପଟେ ପଟେ ପାକିସ୍ତାନରୁ ଭାରତ ଆସିଥିବା ସୀମା ହୈଦରଙ୍କ ସମ୍ପର୍କରେ ଚର୍ଚ୍ଚା ହେଉଥିବା ବେଳେ ଏପଟେ ହିନ୍ଦୁ ମହିଳା ଅଞ୍ଜୁ ପାକିସ୍ତାନରେ ପହଞ୍ଚିଛନ୍ତି । 

ଏହା ବି ଦେଖନ୍ତୁ- Seema Haider's lawyer interview: କଣ ହେବ ସୀମା ହାଇଦରଙ୍କ ଭାଗ୍ୟ, ଶୁଣନ୍ତୁ କ’ଣ କହୁଛନ୍ତି ତାଙ୍କ ଓକିଲ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.