PM Telephoned ISRO Chief: ବିକ୍ରମ ଲ୍ୟାଣ୍ଡିଂ କରୁ କରୁ ଆସିଲା ପ୍ରଧାନମନ୍ତ୍ରୀଙ୍କ ଫୋନ

By ETV Bharat Odisha Team

Published : Aug 23, 2023, 7:24 PM IST

thumbnail

ବେଙ୍ଗାଲୁର: ଭାରତର ଚନ୍ଦ୍ର ବିଜୟ । ଜହ୍ନରେ ଶୁଭିଲା ଜୟ ହିନ୍ଦ୍‌ ।  ଆଉ ଦୂର ନୁହେଁ ଚନ୍ଦ୍ର ମାମୁଁ । ଭାରତ ହାତରେ ଚନ୍ଦ୍ରମା ।  ବିଶ୍ବର ଚତୁର୍ଥ ଦେଶ ଭାବେ ଓ ଦକ୍ଷିଣ ମେରୁରେ ଅବତରଣ କରି ପ୍ରଥମ ଦେଶ ଭାବେ ଇତିହାସ ସୃଷ୍ଟି କଲା ଭାରତୀୟ ମହାକାଶ ଗେବଷଣା ସଂସ୍ଥାନ(ଇସ୍ରୋ) । ସଫଳ ହେଲା ଭାରତର ସ୍ବପ୍ନ । ସାର୍ଥକ ହେଲା ବୈଜ୍ଞାନିକଙ୍କ କଠୋର ପରିଶ୍ରମ । କାମ ଦେଲା ଦେଶବାସୀଙ୍କ ପ୍ରାର୍ଥନା ।  ଦୀର୍ଘ 50 ଦିନର ମହାକାଶ ଯାତ୍ରା ଶେଷ କରି ଶେଷରେ ଚନ୍ଦ୍ରପୃଷ୍ଠରେ ସଫଳତାର ସହ ଲ୍ୟାଣ୍ଡିଂ କଲା  ଲ୍ୟାଣ୍ଡର ‘ବିକ୍ରମ’। ଚନ୍ଦ୍ରର ଦକ୍ଷିଣ ମେରୁରେ ବିକ୍ରମ ଲ୍ୟାଣ୍ଡର ସଫଳ ଲ୍ୟାଣ୍ଡିଂ ପରେ ଇସ୍ରୋ ମୁଖ୍ୟ ଏସ ସୋମନାଥଙ୍କୁ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରୁ ଫୋନ୍‌ କରି ଶୁଭେଛା ଜଣାଇଛନ୍ତି ପ୍ରଧାନନ୍ତ୍ରୀ ନରେନ୍ଦ୍ର ମୋଦି । ଫୋନ୍‌ କରି ମୋଦି କହିଛନ୍ତି "ଆପଣଙ୍କ ନାମ ତ ସୋମନାଥ । ସୋମନାଥ ନାଁ ଚନ୍ଦ୍ରମା ସହିତ ଯୋଡି ହୋଇ ରହିଛି । ଚନ୍ଦ୍ର ବିଜୟର ଏହି ସଫଳତା ପରେ ଆଜି ଆପଣଙ୍କ ପରିବାରବର୍ଗ ମଧ୍ୟ ଅ ଆନନ୍ଦିତ । ମୋ ତରଫରୁ ଆପଣଙ୍କୁ ଆପଣଙ୍କ ଟିମକୁ ବହୁତ ବହୁତ ଅଭିନନ୍ଦନ । ସମସ୍ତଙ୍କୁ ଶୁଭେଛା । ଖୁବଶୀଘ୍ର ମୁଁ ବ୍ୟକ୍ତିଗତ ଭାବେ ସାକ୍ଷାତ କରି ଶୁଭେଚ୍ଛା ଜଣାଇବି ।"

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.