thumbnail

By ETV Bharat Odisha Team

Published : Oct 25, 2023, 8:41 PM IST

ETV Bharat / Videos

ଧରାପୃଷ୍ଠରୁ ବିଦାୟ ନେଲେ ଦଶଭୂଜା, ଅପରାଜିତା ପୂଜା ସହ ମା’ଙ୍କୁ ମେଲାଣି

କୋରାପୁଟ: ଦକ୍ଷିଣ ଓଡିଶାର ଦ୍ବୀତିୟ ବୃହତ୍ତମ ସହର ଜୟପୁରରେ ବେଶ ଧୁମ ଧାମରେ ଦଶହରା ପର୍ବ ପାଳିନ ହୋଇଛି । ରାଜା ରାଜୁଡା ଅମଳରୁ ଜୟପୁର ସହରରେ ମାଁ ଭଗବତୀ ଓ ରାଜ ଉଆସରେ ପୂଜା ପାଉଥିବା କନକଦୁର୍ଗା ମନ୍ଦିରରେରେ ଦଶହରା ପୂଜା କରାଯାଇଥିଲା ।  ସହର ଉପକଣ୍ଠ ପଡ଼ିଆରେ ରାବଣ ପୋଡ଼ି ଅନୁଷ୍ଠିତ ମଧ୍ୟ ହୋଇଥିଲା । 

ଆଜି ପାହାନ୍ତିଆରେ ମା’ ଦୁର୍ଗାଙ୍କ ଅପରାଜିତା ପୂଜା ସମ୍ପନ୍ନ ହେବା ସହ ଐତିହାସିକ ଜୟପୁର ଦଶହରା ଉତ୍ସବର ପରିସମାପ୍ତି ଘଟିଛି । ପରମ୍ପରା ଅନୁଯାୟୀ ଦୂରଦୂରାନ୍ତରୁ ନିଜ ନିଜ ଗ୍ରାମ ଦେବୀଙ୍କ ପ୍ରତିନିଧି ଭାବେ ଲାଠିକୁ ଧରି ଆସିଥିବା ଶ୍ରଦ୍ଧାଳୁ ରାତି ତମାମ ଉତ୍ସବରେ ଯୋଗ ଦେଇ ପରମ୍ପରାକୁ ଜୀବିତ ରଖିଥିଲେ ।

 ଆଜି ମା’ଙ୍କ ଭସାଣି ଥିବା ବେଳେ ସକାଳୁ ସମସ୍ତ ରୀତିନୀତିରେ ମା’ଙ୍କ ପୂଜା ଅର୍ଚ୍ଚନା କରିଯାଇଛି । ତେବେ ଐତିହାସିକ ସହର ଜୟପୁରରେ ରାତି ତମାମ ବିଭିନ୍ନ ଆଦିବାସୀ ମା’ଙ୍କ ବିଦାୟ ପୂର୍ବରୁ ଲାଠିରେ ସୁରକ୍ଷା ଦେବା ସହ ଜୟପୁର ଦଶହରାର ସ୍ୱତନ୍ତ୍ରତା ବଜାୟ ରହିପାରିଛି ବୋଲି ଜୟପୁରର ପ୍ରତିଷ୍ଠିତ ସଂସ୍କୃତି ଗବେଷକ ପରେଶ ରଥ ମତ ରଖିଛନ୍ତି ।

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.