ଅଦ୍ଭୁତପୂର୍ବ ବିଜୟ ପାଇଁ ରାଜ୍ୟବାସୀଙ୍କୁ ଧନ୍ୟବାଦ: ଶିବରାଜ

By ETV Bharat Odisha Team

Published : Dec 3, 2023, 9:40 PM IST

thumbnail

ଭୋପାଳ: ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ବିପୁଳ ବହୁମତ ପାଇବା ପରେ ଏହାକୁ ଅଦ୍ଭୂତପୂର୍ବ ଜନାଦେଶ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ । ସେ ଏକ ଭିଡିଓରେ ରାଜ୍ୟବାସୀଙ୍କୁ ଧନ୍ୟବାଦ ଦେବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବକୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ପ୍ରୟାସ ଓ ରାଜ୍ୟରେ ହେଉଥିବା ବିକାଶମୂଳକ କାର୍ଯ୍ୟ ପାଇଁ ଆଜି ଏହି ଅଦ୍ଭୂତପୂର୍ବ ଜନାଦେଶ ସଫଳ ହୋଇଥିବା କହିଛନ୍ତି ଶିବରାଜ । 
 

ତେବେ ରାଜ୍ୟରେ ବିଜେପି ସରକାର ଗଠନ କରିବାକୁ ଯାଉଥିବା ବେଳେ ଶିବରାଜଙ୍କୁ ପୁଣି ଥରେ ମୁଖ୍ୟମନ୍ତ୍ରୀ କରିବା ନେଇ ଦଳ କୌଣସି ସୂଚନା ଦେଇନି । ଅବଶ୍ୟ ତାଙ୍କର ପଦବୀ ବଜାୟ ରଖିବାର ସର୍ବାଧିକ ସମ୍ଭାବନା ରହିଛି । ଅନ୍ୟପଟେ ରାଜ୍ୟରେ ଏକାଧିକ କେନ୍ଦ୍ରୀୟ ନେତା ତଥା ସାଂସଦ ଓ କେନ୍ଦ୍ରମନ୍ତ୍ରୀ ମଧ୍ୟ ଚଳିତ ଥର ବିଧାନସଭା ନିର୍ବାଚନ ଲଢିଛନ୍ତି । ତେଣୁ ଭାରତୀୟ ଜନତା ପାର୍ଟି ମୁଖ୍ୟମନ୍ତ୍ରୀ ଭାବେ ଶିବରାଜଙ୍କୁ ପୁଣି ଥରେ ଭରସା କରିବ ନା ବିକଳ୍ପ ଖୋଜିବ, ସେନେଇ ସମସ୍ତଙ୍କ ନଜର ରହିଛି ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.