thumbnail

By

Published : May 19, 2023, 1:11 PM IST

ETV Bharat / Videos

ସ୍ବାମୀଙ୍କ ପାଇଁ ସାବିତ୍ରୀ ବ୍ରତ, ମନ୍ଦିରରେ ଚାଲିଛି ପୂଜାର୍ଚ୍ଚନା

ରାଉରକେଲା: ସ୍ବାମୀର ଦୀର୍ଘାୟୁ କାମନା କରି ସାବିତ୍ରୀ ଓଷା କରୁଛନ୍ତି ପ୍ରତିଟି ସଧବା ନାରୀ । ଏନେଇ ଚଳଚଞ୍ଚଳ ହୋଇ ଉଠିଛି ରାଉରକେଲା ସହର । ସାବିତ୍ରୀ ଅମାବାସ୍ୟା ପାଳନ କରିବା ପାଇଁ ଆଜି ସମସ୍ତ ମନ୍ଦିରରେ ଭିଡ଼ ଦେଖିବାକୁ ମିଳିଛି । ନାଲି ଶାଢୀ, ଶଙ୍ଖା, ସିନ୍ଦୁର ଓ ଭୋଗ ଧରି ମନ୍ଦିରରେ ପୂଜା କରୁଛନ୍ତି ମହିଳା ମାନେ । ସ୍ବାମୀ ଓ ପରିବାରର ମଙ୍ଗଳ କାମନା କରି ବ୍ରତ ରଖିଛନ୍ତି ମହିଳା ମାନେ । ଜ୍ୟୈଷ୍ଠ ଅମାବାସ୍ୟା ଦିନ ସାବିତ୍ରୀ ଓଷା ପାଳନ ହୁଏ । ଏହି ଦିନକୁ ଉତ୍ସାହର ସହ ଅପେକ୍ଷା କରିଥାନ୍ତି ପ୍ରତିଟି ମହିଳା । ସ୍ବାମୀଙ୍କର ଦୀର୍ଘ ଆୟୁଷ ନିମନ୍ତେ ମଙ୍ଗଳ ମନାସି, ସଧବା ସ୍ତ୍ରୀମାନେ ସାବିତ୍ରୀଙ୍କ ପରି ଆଜୀବନ ସଧବା ହେବା ପାଇଁ ଏ ଓଷା ପାଳନ କରିଥାନ୍ତି । ଆଜିର ଦିନରେ ମହାସତୀ ସାବିତ୍ରୀ ପତି ସତ୍ୟବାନଙ୍କୁ ଯମଙ୍କ ନିକଟରୁ ଫେରାଇ ଆଣିବାରେ ସକ୍ଷମ ହୋଇଥିଲେ ବୋଲି ପୁରାଣରେ ବର୍ଣ୍ଣିତ ରହିଛି ।  

ଇଟିଭି ଭାରତ, ସୁନ୍ଦରଗଡ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.