thumbnail

By

Published : May 18, 2023, 6:25 PM IST

ETV Bharat / Videos

କଟକ ପାସ କଲା ବନ୍ଦେ ଭାରତ , ସ୍ୱାଗତ କଲେ କଟକିଆ

କଟକ: କଟକରେ ପାସ୍‌ କଲା ବନ୍ଦେ ଭାରତ । ପୁରୀରୁ କୋଲକାତା ଗଡ଼ିବା ଆରମ୍ଭ କରିବା ପରେ କଟକରେ ପହଞ୍ଚିଥିଲା ବନ୍ଦେ ଭାରତ ଏକ୍ସପ୍ରେସ । ମାତ୍ର 2 ମିନିଟ ଷ୍ଟେସନରେ ରହି ପୁଣି ବେଗ ବଢ଼ାଇ ଥିଲା ଏହି ଟ୍ରେନ । ତେବେ ଏହି ଟ୍ରେନ୍‌ରେ କେନ୍ଦ୍ରମନ୍ତ୍ରୀଙ୍କ ସମେତ ରାଷ୍ଟ୍ରୀୟ ପ୍ରବକ୍ତା ଉପସ୍ଥିତ ରହିଥିଲେ । ସେହିପରି ଟ୍ରେନ୍‌କୁ ଦେଖିବା ପାଇଁ ଷ୍ଟେସନରେ ଜମିଥିଲା ଲୋକଙ୍କ ଭିଡ଼ । ବିଜେପି ରାଜ୍ୟ ସଭାପତି ମଧ୍ୟ ଉପସ୍ଥିତ ରହି ଟ୍ରେନର ଶୁଭାରମ୍ଭକୁ ସ୍ୱାଗତ କରିଥିଲେ । ତେବେ ଏହି ବନ୍ଦେ ଭାରତ ଅନ୍ୟ ଦେଶମାନଙ୍କ ପାଇଁ ଏକ ଉଦାହରଣ । ଆଗମୀ ଦିନରେ ସାରା ବିଶ୍ୱ ଏହି ଟେକ୍ନୋଲୋଜିକୁ ଆପଣେଇବ । ମୋଦି ସରକାରଙ୍କ ଏହି ପଦକ୍ଷେପ ସବୁ ଦିନ ପାଇଁ ଲୋକମାନେ ରଖିବେ ବୋଲି କହିଛନ୍ତି ମନ ମୋହନ ସାମଲ ।

ଏହା ମଧ୍ୟ ପଢନ୍ତୁ- ଏକ ତରଫା ପ୍ରେମରୁ ନାରକୀୟ କାଣ୍ଡ, ପେଟ୍ରୋଲ ଢାଳି ପ୍ରେମିକାକୁ ଜାଳିଦେଲା ପ୍ରେମିକ

ଇଟିଭି ଭାରତ, କଟକ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.