ମହୁମାଛି ଆକ୍ରମଣ, ଗୋଟିଏ ପରିବାରର ୪ ଜଣ ଗୁରୁତର

By ETV Bharat Odisha Team

Published : Nov 25, 2023, 10:14 PM IST

thumbnail

ଢେଙ୍ଗାନାଳ: ବଡ଼ଓଷାରେ ଅଘଟଣ । ମହୁମାଛି ଆକ୍ରମଣରେ ଗୋଟିଏ ପରିବାରର ୪ ଜଣ ଗୁରୁତର । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା କନ୍ଦରସିଂହା ସ୍ଥିତ ରାମେଶ୍ୱର ମନ୍ଦିରରୁ ଦର୍ଶନ ସାରି ଫେରୁଥିବା ବେଳେ ଆକ୍ରମଣ କରିଥିଲେ ମହୁମାଛି  ।  

ତେବେ ଗୁରୁତରମାନେ ହେଲେ କାମାକ୍ଷାନଗର ଥାନା ପିପ୍ପଳା ଗାଁର ବାବୁ ରାଉତ, ବାବୁଙ୍କ ପତ୍ନୀ ଶର୍ମିଷ୍ଠା ରାଉତ, ୫ ବର୍ଷର ପୁଅ ଜଗା ଓ ୮ବର୍ଷର ଝିଅ ପୁନମ ରାଉତ । ବଡ଼ଓଷା ପାଇଁ ସମସ୍ତେ ଏକ ବାଇକ ଯୋଗେ ରାମେଶ୍ୱର ମନ୍ଦିରକୁ ଯାଇଥିଲେ । ସେଠାରୁ ଠାକୁର ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବାଟରେ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ । ତେବେ ମହୁମାଛିଙ୍କ ଆକ୍ରମଣରେ 4ଜଣ ଗୁରୁତର ଆହତ ହେବାପରେ ସମସ୍ତଙ୍କୁ ପ୍ରଥମେ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ କାମାକ୍ଷାନଗର ମେଡ଼ିକାଲରୁ ସମସ୍ତଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି । 

ଏହା ମଧ୍ୟ ପଢ଼ନ୍ତୁ......ବଉଳଣି ଘଣ୍ଟ ବିସର୍ଜନରେ ମାତିଲେ ମହୁମାଛି, ଆକ୍ରମଣରେ 13 ଆହତ

ଇଟିଭି ଭାରତ, ଢେଙ୍ଗାନାଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.