ହିନ୍ଦ ମଜଦୁର ସଭା ପାଳନ କଲା ଶ୍ରମିକ ଦିବସ - ଶ୍ରମିକ ଦିବସ

🎬 Watch Now: Feature Video

thumbnail

By

Published : May 1, 2023, 8:44 PM IST

ବାଲେଶ୍ବର: ହିନ୍ଦ ମଜଦୁର ସଭା ପକ୍ଷରୁ ପାଳିତ ହେଲା ଶ୍ରମିକ ଦିବସ । ଶ୍ରମିକ ସଂଗଠନ ହିନ୍ଦ୍ ମଜଦୁର ସଭା ପକ୍ଷରୁ ବାଲେଶ୍ବରର ଏକ କଲ୍ୟାଣ ମଣ୍ଡପରେ ବିଶ୍ବ ଶ୍ରମିକ ଦିବସ ପାଳିତ ହୋଇଯାଇଛି । ପୂର୍ବତନ ଲୋକସଭା ସାଂସଦ ରବୀନ୍ଦ୍ର କୁମାର ଜେନା ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରମିକ ଦିବସ ପାଳନର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିବା ସହ ଶ୍ରମିକ ମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ ।  

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭାପତି ନାରାୟଣ ପ୍ରଧାନ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ପୌରାଧ୍ୟକ୍ଷା ସବିତା ସାହୁ, ସଦର ବ୍ଲକ୍ ଅଧ୍ୟକ୍ଷା ସୁନିତା ବେହେରା ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଶ୍ରମିକ ନେତା ଶାନ୍ତନୁ ଦାସ, ଶିବ ଚରଣ ଦାସ, ହିନ୍ଦ୍ ମଜଦୁର ସଭାର ଉପସଭାପତି ବିରଞ୍ଚି ପ୍ରଧାନ ଏଥିରେ ସମ୍ମାନିତ ବକ୍ତା ଭାବେ ଯୋଗଦେଇ ଶ୍ରମିକ ମାନେ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ଓ ସେଗୁଡ଼ିକର ନିରାକରଣ ସମ୍ପର୍କରେ ଆଲୋଚନା କରିଥିଲେ । ସଂଗଠନର ସଭାପତି ଶ୍ରମିକ ନେତା ଅରୁଣ କୁମାର ସ୍ବାଇଁ ଏଥିରେ ସଭାପତିତ୍ବ କରିବା ସହିତ ଶ୍ରମ ଦିବସ ପାଳନର ଯଥାର୍ଥତା ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ପୂର୍ବତନ ଲୋକସଭା ସାଂସଦ ରବୀନ୍ଦ୍ର କୁମାର ଜେନାଙ୍କୁ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ସାମାଜିକ କାର୍ଯ୍ୟରେ ଉଲ୍ଲେଖନୀୟ ଅବଦାନ ପାଇଁ ହେଲ୍‌ପିଂ ସୋସାଇଟିର ସଭାପତି ହ୍ରିତିକ୍ ନାୟକ ଓ ଅନୁପ ସ୍ବାଇଁଙ୍କୁ ସଂଗଠନର ଉପସଭାପତି ଭାବେ ଦାୟିତ୍ବ ନ୍ୟସ୍ତ କରାଯିବା ସହ ସମ୍ବର୍ଦ୍ଧିତ କରାଯାଇଥିଲା । ଶ୍ରମିକ ନେତା ସେକ୍ ମଇ ଉଦ୍ଦିନ୍ ଶେଷରେ ଧନ୍ୟବାଦ ଦେଇଥିଲେ ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.