ନୂଆବର୍ଷ ଓ ବଡଦିନ ପୂର୍ବରୁ ମନାଲିରେ ପର୍ଯ୍ୟଟକଙ୍କ ପ୍ରବଳ ଭିଡ : ଟ୍ରାଫିକ ଜାମ, ଦେଖନ୍ତୁ ଭିଡିଓ - ହିମାଚଳ ପ୍ରଦେଶରେ ପର୍ଯ୍ୟଟକଙ୍କ ଭିଡ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/24-12-2023/640-480-20347685-thumbnail-16x9-manaliii.jpg)
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Dec 24, 2023, 8:41 PM IST
ଶିମଲା: ନୂଆବର୍ଷ ଓ ବଡଦିନ ପୂର୍ବରୁ ହିମାଚଳ ପ୍ରଦେଶର ମନାଲିରେ ପର୍ଯ୍ୟଟକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ଆସନ୍ତାକାଲି ବଡଦିନ ପାଳନ କରାଯିବାକୁ ସାରା ଦେଶରେ ପ୍ରସ୍ତୁତି ଜାରି ରହିଥିବା ବେଳେ ଏହା ପୂର୍ବରୁ ଆଜି ଦେଶର ବିଭିନ୍ନ କୋଣ ଅନୁକୋଣରୁ ପର୍ଯ୍ୟଟକମାନେ ମନାଲିରେ ପହଞ୍ଚିଛନ୍ତି । ପୁରା ସହରରେ ବ୍ୟାପକ ଭିଡ଼ ଦେଖିବାକୁ ମିଳିଛି । ମାତ୍ରାଧିକ କାର ଓ ଅନ୍ୟ ଗାଡି ଚଳାଚଳ ଫଳରେ ଟ୍ରାଫିକ ଜାମ ସଦୃଶ ସ୍ଥିତି ସୃଷ୍ଟି ହୋଇଛି ।ବହୁସଂଖ୍ୟାରେ ଗାଡି ରାସ୍ତାରେ ଫସି ରହିଛନ୍ତି ।
ଉତ୍ତର ଭାରତର ପ୍ରସିଦ୍ଧ ହିଲଷ୍ଟେସନ ମଧ୍ୟରୁ ଅନ୍ୟତମ ହେଉଛି ହିମାଚଳ ପ୍ରଦେଶର ମନାଲି । ପ୍ରତ୍ୟେକ ବର୍ଷ ପର୍ଯ୍ୟଟନ ଋତୁରେ ଦେଶ ଓ ବିଦେଶରୁ ପର୍ଯ୍ୟଟକଙ୍କ ଭିଡ ଏଠାରେ ଦେଖିବାକୁ ମିଳେ । ବିଶେଷ ଭାବେ ବଡଦିନ ଓ ନୂଆବର୍ଷ ପାଇଁ ମନାଲି, ଶିମଲାରେ ପ୍ରବଳ ପର୍ଯ୍ୟଟକଙ୍କ ସମାଗମ ହୋଇଥାଏ । ଚଳିତଥର ମଧ୍ୟ ସେପିରି ସ୍ଥିତି ଦେଖିବାକୁ ମିଳିଛି । ଦେଖନ୍ତୁ ଭିଡିଓ