Himachal Pradesh: ବନ୍ୟା ଓ ଭୂସ୍ଖଳନ ପ୍ରଭାବିତଙ୍କୁ ଉଦ୍ଧାରକାର୍ଯ୍ୟରେ ବାୟୁସେନା - ହିମାଚଳରେ ଭୂସ୍ଖଳନ

🎬 Watch Now: Feature Video

thumbnail

By

Published : Aug 17, 2023, 8:19 PM IST

ଶିମଲା: ବାଦଲ ଫଟା ବର୍ଷା ପରେ ସୃଷ୍ଟି ହୋଇଥିବା ବନ୍ୟା ଓ ଏକାଧିକ ସ୍ଥାନରେ ଭୂସ୍ଖଳନରେ ଅସମ୍ଭାଳ ହୋଇ ପଡିଛି ହିମାଚଳ ପ୍ରଦେଶ । ଅନେକ ସ୍ଥାନରେ ସ୍ଥିତି ଗମ୍ଭୀର ରହିଛି । ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର କରାଯିବା ପ୍ରକ୍ରିୟା ଜାରି ରହିଛି । ହେଲେ ରାସ୍ତାଘାଟ ଓ ଯୋଗାଯୋଗ ଭୂସସ୍ଖଳନରେ ପ୍ରଭାବିତ ହୋଇଥିବା କାରଣରୁ ବାୟୁସେନା ହେଲିକପ୍ଟରରେ ଏହି ଉଦ୍ଧାର କାର୍ଯ୍ୟ କରାଯାଉଛି । କଙ୍ଗ୍ରା ଜିଲ୍ଲାରେ ବାୟୁସେନାର ଏମ୍‌ଆଇ-17 ହେଲିକପ୍ଟରର ଉଦ୍ଧାର କାର୍ଯ୍ୟ ନିୟୋଜିତ ହୋଇଛି । ଗତ 72 ଘଣ୍ଟା ମଧ୍ୟରେ ପ୍ରାୟ 1 ହାଜରରୁ ଅଧିକ ପ୍ରଭାବିତଙ୍କୁ ଉଦ୍ଧାର କରିବାରେ ବାୟୁସେନା ସଫଳ ହୋଇଛି ।    

ଏହା ମଧ୍ୟ ପଢନ୍ତୁ:- Himachal Pradesh: ଭୂସ୍ଖଳନରେ ମାଟିରେ ମିଶିଗଲା ଏକାଧିକ ଘର, କ୍ୟାମେରାରେ କଏଦ ହେଲା ଭୟଙ୍କର ଦୃଶ୍ୟ

କିଛି ଦିନ ପୂର୍ବରୁ ପ୍ରାକ ମୌସୁମୀ ବର୍ଷାରେ ଜଳ ପ୍ରଳୟ ଦେଖିଥିବା ହିମାଚଳ ପ୍ରଦେଶ ଏବେ ପୁଣି ଥରେ ପ୍ରବଳ ବର୍ଷାରେ ବେହାଲ ହୋଇଛି । ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଓ ଭୂସ୍ଖଳନରେ ପ୍ରାୟ 60 ଜଣଙ୍କ ମୃତ୍ୟୁ ଘଟିଛି । ଅନେକ ଘର, ରାସ୍ତାଘାଟ ଭାଙ୍ଗିଯାଇଛି । ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି । ଏବେ ମଧ୍ୟ ସ୍ଥିତି ଗମ୍ଭୀର ରହିଛି । କିଛି ସ୍ଥାନରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରିବାକୁ ପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ 

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.