କେନ୍ଦୁଝରରେ ପ୍ରବଳ ବର୍ଷା, ଘୁରୁଡିଆ ବ୍ରିଜ୍ ଉପରେ ଚାଲିଲା ପାଣି - କେନ୍ଦୁଝରରେ ଲଘୁଚାପ ଜନିତ ବର୍ଷା

🎬 Watch Now: Feature Video

thumbnail

By

Published : Jun 25, 2023, 7:23 PM IST


କେନ୍ଦୁଝର: ମୌସୁମୀର ପ୍ରଥମ ବର୍ଷାରେ ତେଲକୋଇ ବ୍ଲକରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି । ଲଗାତର ଦୁଇ ଦିନ ଧରି ବର୍ଷା ଲାଗି ରହିଥିବାବେଳେ ମୋଟ  ୮୬.୦୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଶନିବାର ଅପରାହ୍ନ ସାଢେ ୧୨ଟାରୁ ବର୍ଷା ଆରମ୍ଭ ହୋଇ ଆଜି ଦିନ ୧୦ଟା ପର୍ଯ୍ୟନ୍ତ ବର୍ଷା ଲାଗି ରହିଥିଲା । ଫଳରେ କରଦାଙ୍ଗି ଗ୍ରାମ ସ୍ଥିତ ଘୁରୁଡିଆ ନାଳ ପୋଲ ଉପରେ ପ୍ରବଳ ଜଳ ପ୍ରବାହିତ ହେଉଛି । ପ୍ରବଳ ବର୍ଷା ଯୋଗୁଁ କରଦାଙ୍ଗି ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛି। 

ଅନ୍ୟ ପକ୍ଷରେ ଶୁଖିଲା ପଡ଼ିଥିବା ସମାକୋଇ ନଦୀର ଜଳସ୍ତର ବନ୍ୟାଜଳରେ ଫୁଲୁଛି । ଲଗାଣ ବର୍ଷାରେ ନିର୍ମାଣାଧୀନ ତେଲକୋଇ-ତାଳଚେର ପୂର୍ତ୍ତ ରାସ୍ତାର ଆକୁଳ-କାଳିମା ପୋଲ ନିକଟରେ ଡାଇଭରସନ ରାସ୍ତା ଧୋଇ ନେବାରୁ ଗାଡି ଚଳାଚଳ ବ୍ୟାଘାତ ହୋଇଛି। ଏହି ନାଳ ଉପରେ ଅଦିନିଆ ବର୍ଷା ଯୋଗୁଁ ପ୍ରବଳ ପାଣି ଚାଲୁଥିବାବେଳେ ବହୁ ଦିନରୁ ଉଚ୍ଚା ପୋଲ ନିର୍ମାଣ ନେଇ ଦାବି ହୋଇଆସୁଥିଲେ ମଧ୍ୟ ପ୍ରଶାସନ ଅବହେଳା ଯୋଗୁଁ ଏହି ପୋଲ ନିର୍ମାଣ କାର୍ଯ୍ୟ ହୋଇପାରୁନଥିବା ଅଭିଯୋଗ ହେଉଛି ।

ମୌସୁମୀ ବର୍ଷା ଯୋଗୁଁ କେନ୍ଦୁଝର ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ଲଘୁଚାପ ସୃଷ୍ଟି ହୋଇଥିବାରୁ ଆହୁରି ଦୁଇ ଦିନ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି । ଶନିବାର ହରିଚନ୍ଦନପୁର ବ୍ଲକରେ ୭୬.୦ମିଲିମିଟର ବର୍ଷା ରେକର୍ଡ ହୋଇଥିବାବେଳେ ତେଲକୋଇ ବ୍ଲକରେ ସର୍ବାଧିକ ୮୬.୦୪ ମିଲିମିଟର ବର୍ଷା ହୋଇଥିଲା । ସେହିପରି ଝୁମ୍ପୁରା ବ୍ଲକରେ ୩୬.୨ ମିଲିମିଟର, ବାଂଶପାଳରେ ୩୩.୨ ମିଲିମିଟର , ସଦର ବ୍ଲକରେ ୧୯.୨ମିଲିମିଟର , ଘଷିପୁରା ବ୍ଲକରେ ୧୩.୨ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଏହାସହ କେନ୍ଦୁଝର ଜିଲ୍ଲାର ଅନ୍ୟ ଅଞ୍ଚଳରେ ମଧ୍ୟ କାଁ ଭାଁ ବର୍ଷା ରେକର୍ଡ ହୋଇଛି । ଏହି ବର୍ଷାକୁ ଦେଖି ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି ହୋଇଥିବା ଜଣାପଡିଛି ।

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.