ତୋରଣରେ ଭକ୍ତି ଓ ଶିକ୍ଷାର ମିଶ୍ରିତ ଝଲକ, କଳିଙ୍ଗ ବିହାର ମଣ୍ଡପରେ ହାଭାର୍ଡ ୟୁନିଭର୍ସିଟି - durga puja 2023
🎬 Watch Now: Feature Video
Published : Oct 21, 2023, 9:12 PM IST
ଭୁବନେଶ୍ବର: ମା'ଙ୍କ ଆଗମନରେ ଚଳଚଞ୍ଚଳ ରାଜଧାନୀରେ ବିଭିନ୍ନ ପୂଜା ମଣ୍ଡପ । ଏହାରି ଭିତରେ କଳିଙ୍ଗ ବିହାରରେ 'ହାଭାର୍ଡ ୟୁନିଭର୍ସିଟି' ତୋରଣରେ ପୂଜା ପାଉଛନ୍ତି ମା' । କଳିଙ୍ଗ ନଗର ଓ କଳିଙ୍ଗ ବିହାର ପୂଜା କମିଟିରେ ହାଭାର୍ଡ ୟୁନିଭର୍ସିଟି ତୋରଣରେ ପୂଜା ପାଉଛନ୍ତି ମା' ଦୁର୍ଗା । ୧୪ ବର୍ଷର ଏହି ପୂଜା କମିଟି ଆଧ୍ୟାତ୍ମିକ ଓ ଶିକ୍ଷାର ମିଶ୍ରଣରେ ବିଶ୍ୱ ବିଖ୍ୟାତ ହାଭାର୍ଡ ୟୁନିଭର୍ସିଟିର ତୋରଣ ନିର୍ମାଣ କରିଛି । ଯାହାର ଉଚ୍ଚତା ୫୭ ଫୁଟ ଓ ପ୍ରସ୍ଥ ୭୬ ଫୁଟ ରହିଛି ।
ଏହା ବି ପଢନ୍ତୁ...ମହାମାୟୀଙ୍କ ମହାସପ୍ତମୀ, ଝାରପଡ଼ା ମଣ୍ଡପରେ ଶୋଭାପାଉଛି ୮୫ ଫୁଟର ଗୋଲ୍ଡେନ ପ୍ୟାଲେସ
ଆଜି ମହାସପ୍ତମୀରେ ଚକ୍ଷୁଦାନ ଓ ପ୍ରାଣ ପ୍ରତିଷ୍ଠା ପୂଜା କରାଯାଇଥିବାବେଳେ ଅଷ୍ଟମୀରେ ଖେଚୋଡ଼ି ଓ ନବମୀରେ ଖିରି ଭୋଗ ଲାଗି କରାଯାଏ । ଦଶମୀରେ ସିନ୍ଦୁର ଖେଳ ସହ ସ୍ଥାନୀୟ ବାସିନ୍ଦାମାନେ ମା'ଙ୍କୁ ଆବାହନ କରିଥାନ୍ତି । ନିଆରା ତୋରଣ ସହ ପୂର୍ବ ପ୍ରସ୍ତୁତ ନୀତିକାନ୍ତି ଅନୁସାରେ ଏଠାରେ ପୂଜା କରାଯାଉଛି । ବିଶେଷ କରି ଯୁବପିଢିଙ୍କୁ ଏହି ତୋରଣ ଶିକ୍ଷା ପ୍ରତି ବେଶ ଆକର୍ଷିତ କରିବ ବୋଲି ଆଶା ରଖିଛନ୍ତି ପୂଜା କମିଟିର ସଦସ୍ୟ ।
ଇଟିଭି ଭାରତ, ଭୁବନେଶ୍ବର