Ganesh Puja: ବ୍ରହ୍ମପୁର ସିଦ୍ଧ ବିନାୟକ ପୀଠରେ ବିଘ୍ନରାଜଙ୍କ ପୂଜାର୍ଚ୍ଚନା, ଦର୍ଶନ ପାଇଁ ଭକ୍ତଙ୍କ ଗହଳି - ଗଣେଶ ପୂଜା ୨୦୨୩
🎬 Watch Now: Feature Video
Published : Sep 19, 2023, 3:41 PM IST
ବ୍ରହ୍ମପୁର: ଆଜି ପବିତ୍ର ଭାଦ୍ରବ ମାସର ଶୁକ୍ଲ ଚତୁର୍ଥୀ । ଧରାପୃଷ୍ଠରେ ବିରାଜିଛନ୍ତି ପାର୍ବତୀ ନନ୍ଦନ ଗଜାନନ । ମନ୍ତ୍ର ଧ୍ବିନିରେ ଗୁଞ୍ଜରିତ ହୋଇଛି ପୁର ପଲ୍ଲୀ । ସବୁଠି ଚାଲିଛି ଅଗ୍ରପୂଜ୍ୟ ଗଣେଶଙ୍କ ଆବାହନ । ଗଣେଶ ପୂଜାକୁ ନେଇ ଉତ୍ସବ ମୁଖର ରହିଛି ସାରା ଦେଶ । ସକାଳୁ ରେଶମ ସହର ବ୍ରହ୍ମପୁରରେ ବିଭିନ୍ନ ସ୍ଥାନରେ ଗଣେଶ ପୂଜା ଆୟୋଜିତ ହୋଇଥିବା ବେଳେ ସହରର ପ୍ରସିଦ୍ଧ ସିଦ୍ଧ ବିନାୟକ ପୀଠରେ ପାରମ୍ପରିକ ରୀତିନୀତିରେ ପ୍ରଭୁ ସିଦ୍ଧ ବିନାୟକଙ୍କ ପୂଜାର୍ଚ୍ଚନା ଚାଲିଛି । ସିଦ୍ଧ ବିନାୟକ ପୀଠ କମିଟି ପକ୍ଷରୁ ଭୋର ସକାଳ ସମୟରୁ ମଙ୍ଗଳ ଆଳତୀ ପରେ ଭକ୍ତମାନେ ଲମ୍ବା ଧାଡିରେ ଯାଇ ବିଘ୍ନରାଜ ଗଣେଶଙ୍କୁ ଦର୍ଶନ କରୁଛନ୍ତି । ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥା ସହିତ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି । ବ୍ରହ୍ମପୁର ସହରର ସିଦ୍ଧ ବିନାୟକ ପୀଠରେ କିପରି ଚାଲିଛି ପୂଜାର୍ଚ୍ଚନା ସେନେଇ ଅଧିକ ସୂଚନା ଦେଉଛନ୍ତି ଆମ ବ୍ରହ୍ମପୁର ପ୍ରତିନିଧି ସମୀର କୁମାର ଆଚାର୍ଯ୍ୟ