ଆଜି ଜି20 ସମ୍ମିଳନୀରେ ଅନ୍ତିମ ଦିନ, ରାଜଘାଟରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ବିଶ୍ବନେତା

By ETV Bharat Odisha Team

Published : Sep 10, 2023, 10:29 AM IST

Updated : Sep 10, 2023, 10:58 AM IST

thumbnail

ନୂଆଦିଲ୍ଲୀ: ଜି 20 ଶିଖର ସମ୍ମିଳନୀରେ ଆଜି ଦ୍ବିତୀୟ ତଥା ଅନ୍ତିମ ଦିନ । ଜାତୀୟ ରାଜଧାନୀ ଦିଲ୍ଲୀରେ ବିଶ୍ବ କୂଟନୀତିର ମହାକୁମ୍ଭ ଜି 20 ଶିଖର ସମ୍ମିଳନୀ ଭାରତ ମଣ୍ଡପମରେ ଆରମ୍ଭଏହି ଦୁଇ ଦିନିଆ ସମ୍ମିଳନୀରେ ବିଶ୍ବର ପ୍ରମୁଖ 20ଟି ସଦସ୍ୟ ରାଷ୍ଟ୍ର ନେତାଙ୍କ ସମେତ ଦେଶର ବହୁ ନିମନ୍ତ୍ରିତ ଅତିଥି ସାମିଲ ହୋଇଛନ୍ତି । ଜି20ର 18ତମ ସଂସ୍କରଣକୁ ଦିଲ୍ଲୀରେ ଭବ୍ୟ ଆୟୋଜନ କରାଯାଇଛି । ଆଜି ଦ୍ବିତୀୟ ଦିନରେ ଦିଲ୍ଲୀ ରାଜଘାଟରେ ଜଣକ ପରେ ଜଣେ ବିଶ୍ବର ପ୍ରମୁଖ ନେତା ପହଞ୍ଚିଥିଲେ । ପରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସମାଧି ସ୍ଥଳରେ ପହଞ୍ଚିଥିଲେ ବିଶ୍ବନେତା । ବିଶ୍ବ ନେତୃବନ୍ଦମାନେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । 

ମରିସସ୍ ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ ଜୁଗନ୍ନାଥ, ଇଜିପ୍ଟ ରାଷ୍ଟ୍ରପତି ଅବଦେଲ ଫତାହ ଅଲ-ସି, ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା, ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ, ସ୍ପେନ ଉପରାଷ୍ଟ୍ରପତି ନାଦିଆ କ୍ଲାଭିନୋ, ସିଙ୍ଗାପୁର ପ୍ରଧାନମନ୍ତ୍ରୀ, ଇଜିପ୍ଟ ପ୍ରଧାନମନ୍ତ୍ରୀ, ନେଦରଲାଣ୍ଡସ ପ୍ରଧାନମନ୍ତ୍ରୀ, ତୁର୍ତୀ ରାଷ୍ଟ୍ରପତି, ଇଟାଲୀ ପ୍ରଧାନମନ୍ତ୍ରୀ ପ୍ରମୁଖ ରାଜଘାଟରେ ପହଞ୍ଚିଛି ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସମାଧି ନିକଟରେ ନୀରବ ପ୍ରାର୍ଥନା କରିଥିଲେ ବିଶ୍ବ ନେତା । ରାଜଘାଟରେ ଗାନ୍ଧୀଜୀଙ୍କ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ପ୍ରଥମେ ସେମାନଙ୍କୁ ଖଦିରେ ପ୍ରସ୍ତୁତ ଉପଢୌକନ ଉପହାର ଦେଇ ସ୍ବାଗତ କରିଥିଲେ । ଏହା ସହିତ ସାବତମତି ଆଶ୍ରମ କଥା ବିଶ୍ବ ନେତାଙ୍କୁ ବୁଝାଇଥିଲେ । ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ପରେ ରାଜଘାଟ ସମାଧିସ୍ଥଳ ବୁଲି ଦେଖିଥିଲେ ସହ ବିଶ୍ବ ନେତା ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ଏହା ବି ପଢନ୍ତୁ...G 20 Summit: ବିଦେଶୀ ଅତିଥିଙ୍କ ମନ ଜିଣିଲା ପୈଠାନି ଶାଢୀ ଓ କୋହ୍ଲାପୁରୀ ଚପଲ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 10, 2023, 10:58 AM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.