ବଡଯାତ୍ରାରେ ଘଣ୍ଟ ବଜାଇଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ମକା ଖାଇଲେ ଥଣ୍ଡା ପିଇଲେ - ମାଲକାନଗିରି ବଡଯାତ୍ରା
🎬 Watch Now: Feature Video
ମାଲକାନଗିରି: ଜିଲ୍ଲାର ପ୍ରସିଦ୍ଧ ବଡଯାତ୍ରା ଜାରି ରହିଛି । ଏଥରେ ସାମିଲ ହୋଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ । ଯାତ୍ରାରେ ସାମିଲ ହୋଇ ଗିରିଧର ଗମାଙ୍ଗ ଘଣ୍ଟ ବଜାଉଥିବା ଦେଖିବାକୁ ମିଳିଛି । ମାଲକାନଗିରି ଜିଲ୍ଲାର ଗଣପର୍ବ ହେଉଛି ବଡ଼ଯାତ୍ରା । ଏହି ଯାତ୍ରାରେ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଛତିଶଗଡ଼ର ୪ଟି ରାଜ୍ୟର ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ । ପ୍ରତ୍ୟକ୍ଷ ଠାକୁରଙ୍କ ପାଖରେ ମାନସିକ କଲେ, ତାହା ପୂରଣ ହୋଇଥାଏ ବୋଲି ବିଶ୍ବାସ ରହିଛି । ବିଭିନ୍ନ ରାଜନୈତିକ ଦଳର ନେତା ମାନେ ଭଗବାନଙ୍କ ଆଶୀର୍ବାଦ ଭିକ୍ଷା କରିଥାନ୍ତି । ଏହି ଅବସରରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ତାଙ୍କର ନୂତନ ଦଳର କର୍ମୀଙ୍କୁ ଧରି ମାଲକାନଗିରିରେ ପହଞ୍ଚିଥିଲେ । ସହର ଉପକଣ୍ଠ କନ୍ୟାମାଝି ବନ୍ଧ ପୂଜା ମଣ୍ଡପ ନିକଟକୁ ଯାଇ ବଡ଼ଯାତ୍ରା ଠାକୁରଙ୍କ ନିକଟରେ ତାଙ୍କର ପ୍ରିୟ ବାଦ୍ୟ ଚାଙ୍ଗୁ ବଜାଇ ଆଶୀର୍ବାଦ ନେଇଛନ୍ତି । ତାଙ୍କର ଚାଙ୍ଗୁ ବାଜାର ତାଳେତାଳେ କାଳସୀ ଦିଶରୀମାନେ ନୃତ୍ୟ କରିଥିଲେ । ଚଳିତବର୍ଷ ଜାନୁଆରୀରେ ଭାରତ ରାଷ୍ଟ୍ର ସମିତିରେ ସାମିଲ ହୋଇଥିଲେ ଗିରିଧର ଗମାଙ୍ଗ । ଏହା ସହିତ ତାଙ୍କ ପରିବାର ମଧ୍ୟ BRSରେ ସାମିଲ ହୋଇଥିଲେ ।