Watch: ଜାଲରେ ଧରାପଡିଲା ମଣିଷଖିଆ କୁମ୍ଭୀର - କେନ୍ଦ୍ରାପଡାରେ ନରହନ୍ତା କୁମ୍ଭୀର
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/20-07-2023/640-480-19045117-thumbnail-16x9-vf.jpg)
କେନ୍ଦ୍ରାପଡା: ପ୍ରାୟ ଏକ ମାସ ପରେ ବନବିଭାଗ ହାତରେ ଧରା ପଡ଼ିଲା ମଣିଷଖିଆ ବଉଳା କୁମ୍ଭୀର । ରାଜନଗର ବ୍ଲକ୍ ଚରଡିଆ ନାଳ ମଧ୍ୟରୁ କୁମ୍ଭୀରକୁ ଧରିଲା ବନ ବିଭାଗ । କୁମ୍ଭୀରକୁ କାବୁ କରି ଜାତୀୟ ଉଦ୍ୟାନ ଭିତରେ ଥିବା ବାଉଁଶଗଡ ନଦୀରେ ଛାଡ଼ି ଦିଆଯାଇଥିବା ସୂଚନା ମିଳିଛି । ଗତ ଜୁନ ୨୧ ତାରିଖରେ ଚାନ୍ଦିବାଉସମୂଳ ପଞ୍ଚାୟତର ହାତିଆଗଡିରେ ବାଡ଼ି ପଛ ପଟ ପୋଖରୀରେ ବାସନ ମାଜୁଥିବା ବେଳେ ଜଣେ ମହିଳାଙ୍କୁ ଆକ୍ରମଣ କରିଥିଲା କୁମ୍ଭୀର । ଫଳରେ ୪୦ ବର୍ଷୀୟା ସୀତା ଦାସଙ୍କ ମୃତ୍ୟୁ ହୋଇଥିଲା । ତେବେ ସେହିଦିନ ଠାରୁ କୁମ୍ଭୀରକୁ କାବୁ କରିବା ପାଇଁ ବନ ବିଭାଗ ଉଦ୍ୟମ ଚଳାଇଥିଲା । ଏଥିରେ ରାଜନଗର ଓ କନିକା ରେଞ୍ଜର ରେଞ୍ଜରଙ୍କ ସମେତ ଦୁଇ ଟିମ୍ର ୪୫ଜଣ କର୍ମଚାରୀ ସାମିଲ ହୋଇଥିଲେ । ଲଗାତାର ଏକ ମାସ ଧରି ପ୍ରୟାସ ପରେ ଗତକାଲି କୁମ୍ଭୀରକୁ ଧରିବାରେ ସକ୍ଷମ ହୋଇଛନ୍ତି ବନ କର୍ମଚାରୀ । ୧୭ ଫୁଟରୁ ଊର୍ଦ୍ଧ୍ବ ଲମ୍ବର କୁମ୍ଭୀରକୁ ବନ ବିଭାଗ ଧରିବା ପରେ ସ୍ଥାନୀୟ ଲୋକେ ଆଶ୍ୱସ୍ତ ହୋଇଛନ୍ତି ।
ଏହା ମଧ୍ୟ ପଢନ୍ତୁ-ଗାଁ ପୋଖରୀରେ କୁମ୍ଭୀର ଭୟ, ଦିନ ତମାମ ନାକେଦମ ପରେ ଧରାପଡ଼ିଲା କୁମ୍ଭୀର
ଇଟିଭି ଭାରତ, କେନ୍ଦ୍ରାପଡା