ବ୍ରାହ୍ମଣୀ ନଦୀରୁ ଉଦ୍ଧାର ହେଲା ୩୦ କେଜିର ବିଶାଳକାୟ ମାଛ - ବ୍ରାହ୍ମଣୀ ନଦୀରୁ ବିଶାଳକାୟ ମାଛ ଉଦ୍ଧାର
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/30-06-2023/640-480-18882187-thumbnail-16x9-dgd.jpg)
ଯାଜପୁର: ବ୍ରାହ୍ମଣୀ ନଦୀର ଜେନାପୁର ନିକଟରୁ ଉଦ୍ଧାର ହେଲା ବିରାଟକାୟ ମାଛ l ସକାଳେ ଜେନାପୁର ବରହମପୁର ନିକଟରେ ଧୀବରମାନେ ମାଛ ଧରିବାକୁ ଯାଇଥିଲେ । ମାଛ ଧରିବା ପାଇଁ ଧୀବରମାନେ ନଦୀରେ ଜାଲ ଫିଙ୍ଗିଥିଲେ l କିଛି ସମୟ ଜାଲ ଟାଣିବା ପରେ ଓଜନ ଲାଗିଲା l ପ୍ରଥମେ ଧୀବର କୁମ୍ଭୀର ଭାବି ଭୟଭୀତ ହେଇଯାଇଥିଲେ l ପରବର୍ତ୍ତୀ ସମୟରେ ମାଛ ଜାଣିବା ପରେ ଜାଲକୁ କୂଳକୁ ଟାଣି ଜାଲରୁ ତାକୁ ବାହାର କରିଥିଲେ l ବିଶାଳକାୟ ମାଛ ଦେଖି ଧୀବରମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏବଂ ତାକୁ ଉଦ୍ଧାର କରିଥିଲେ । ମାଛର ଓଜନ ପ୍ରାୟ ୩୦ କେଜିରୁ ଊର୍ଦ୍ଧ୍ଵ ହେବ ବୋଲି ଆକଳନ କରାଯାଇଛି । ଖବର ଜଣାପଡିବା ପରେ ବିରାଟକାୟ ମାଛକୁ ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଛି । ଉଦ୍ଧାର ହୋଇଥିବା ମାଛ ସାରନ୍ଦ ପ୍ରଜାତିର ବୋଲି ସୂଚନା ମିଳିଛି ।
ଇଟିଭି ଭାରତ, ଯାଜପୁର