ମହାବିନାୟକ ପୀଠରେ ଜଳଲାଗି କଲେ ଶ୍ରଦ୍ଧାଳୁ

By

Published : Jul 10, 2023, 10:25 PM IST

thumbnail

ଯାଜପୁର: ଶ୍ରାବଣ ମାସର ପ୍ରଥମ ସୋମବାରରେ ମହାବିନାୟକ ପୀଠରେ ବହୁ ଶ୍ରଦ୍ଧାଳୁ ଜଳଲାଗି କରିଛନ୍ତି। ଶ୍ରାବଣ ମାସ ସୋମବାରର ବ୍ରତ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କୁ ସମର୍ପିତ ହୋଇଥାଏ। ଯେଉଁଥିପାଇଁ ଏହି ମାସରେ କାଉଡିଆମାନେ ପାଣିଭାର ନେଇ ବହୁ ଶୈବ କ୍ଷେତ୍ରକୁ ଜଳ ଯାତ୍ରା କରିଥାନ୍ତି। କାଉଡିମାନେ ଯେଉଁ ରାସ୍ତା ଦେଇ ଯାଆନ୍ତି ସେ ରାସ୍ତା ଶିବ ଧ୍ୱନିରେ ପ୍ରକମ୍ପିତ ହୋଇଉଠିଥାଏ। କୁହାଯାଏ, ଏହି ମାସରେ ଦେବ ଦେବ ମହାଦେବଙ୍କ ଲିଙ୍ଗରେ ପାଣି ଢାଳିଲେ ଅଶେଷ ପୂଣ୍ୟ ମିଳିଥାଏ। 

ଶ୍ରାବଣ ପ୍ରଥମ ସୋମବାରରେ ଯାଜପୁର ଜିଲ୍ଲା ଚଣ୍ଡିଖୋଲର ପ୍ରମୁଖ ଶୈବପୀଠ ବାବା ମହାବିନାୟକ କ୍ଷେତ୍ରରେ ବହୁ ଶ୍ରଦ୍ଧାଳୁ ଜଳ ଲାଗି କରିଛନ୍ତି । ରାତ୍ର ଆରମ୍ଭରୁ ବାବା ମହାବିନାୟକଙ୍କର ମଙ୍ଗଳ ଆଳତୀ ନୀତି ପରେ ମଇଲମ ଓ ଅବକାଶ ନୀତି ବାଢ଼ିବା ପରେ ଭୋର ସମୟରୁ କାଉଡିଆମାନଙ୍କ ପାଇଁ ଦ୍ବାର ଫିଟାଇ ଦିଆଯାଇଥିଲା । ଶ୍ରଦ୍ଧାଳୁମାନେ ବ୍ୟାରିକେଡ ଦେଇ ଧାଡି କରି ଆସି ବାବା ମହାବିନାୟକ ଶିବ ଲିଙ୍ଗରେ ପାଣି ଢାଳିଥିଲେ । 

ଏହା ମଧ୍ୟ ପଢନ୍ତୁ...ଆଜି ଶ୍ରାବଣର ପ୍ରଥମ ସୋମବାର, ଚଳଚଞ୍ଚଳ ଶୈବପୀଠ

ମନ୍ଦିର ଟ୍ରଷ୍ଟ ଓ ବଡଚଣା ପୋଲିସ ପ୍ରଶାସନ ତରଫରୁ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିଲା। ସେହିପରି ଯାଜପୁର ଜିଲ୍ଲାର 10ଟି ବ୍ଲକ ଓ ଦୁଇଟି ପୌର ପରିଷଦରେ ଥିବା ଶୈବ ପୀଠରେ ମଧ୍ୟ ଆଜି କାଉଡିଆମାନେ ଅତି ଶ୍ରଦ୍ଧାର ସହିତ ପାଣି ଢାଳିଥିବା ଦେଖିବାକୁ ମିଳିଛି l ବିଶେଷ ଭାବରେ ଜିଲ୍ଲାର ଲିଙ୍ଗେଶ୍ୱର, ସ୍ୱପ୍ନେଶ୍ଵର, ତ୍ରିଲୋଚନଶ୍ୱର ମନ୍ଦିରରେ ଭକ୍ତଙ୍କ ସମାଗମ ହେଇଥିବା ଦେଖିବାକୁ ମିଳିଛି ।

ଇଟିଭି ଭାରତ, ଯାଜପୁର 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.