ମଣ୍ଡିରେ ପଡିଛି ବସ୍ତାବସ୍ତା ଧାନ, ହନ୍ତସନ୍ତ ଚାଷୀ

By

Published : Dec 27, 2022, 12:13 PM IST

Updated : Feb 3, 2023, 8:37 PM IST

thumbnail

ନୂଆପଡା: ଜିଲ୍ଲା ଖଡ଼ିଆଳ, ବୋଡେ଼ନ, ସିନାପାଲି, କୋମନା, ନୂଆପଡା ବ୍ଲକ ଅନ୍ତର୍ଗତ ବିଭିନ୍ନ ଧାନମଣ୍ଡିରେ ହଜାର ହଜାର ଧାନ ବସ୍ତା ଦୀର୍ଘଦିନ ହେଲା ପଡିରହିଛି । ଚାଷୀଙ୍କ ଠାରୁ ଅଭିଯୋଗ ପାଇବାପରେ ଆମ ଟିମ ପହଞ୍ଚି ଥିଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଲାଞ୍ଜି ଧାନ ମଣ୍ଡିକୁ । ନୂଆପଡା ଜିଲ୍ଲା ପ୍ରଶାସନ ନଭେମ୍ବର ମାସ 30 ତାରିଖ ଠାରୁ ଧାନ ମଣ୍ଡି ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ, ଲାଞ୍ଜି ଧାନମଣ୍ଡି ଡିସେମ୍ବର ମାସ 5 ତାରିଖରେ ବିଳମ୍ବ ରେ ଆରମ୍ଭ ହୋଇଛି ( farmers facing problem due to Mandi Problem ) । ବିଳମ୍ବରେ ମଣ୍ଡି ଆରମ୍ଭ କାରଣରୁ ଏଠିକାର ଚାଷୀଙ୍କ ଧାନ ଉଠି ପାରିନାହିଁ । ମଣ୍ଡି ଆରମ୍ଭ ଦିନ ଠାରୁ କେବଳ 3 ଟ୍ରିପ ଧାନ ଉଠିଥିବା ଚାଷୀମାନେ ପ୍ରକାଶ କରିଛନ୍ତି । ଫଳରେ 5 ହଜାରରୁ ଉର୍ଦ୍ଧ୍ବ ଧାନବସ୍ତା ପଡିରହିଛି । ଶୀତ କାକରରେ ଚାଷୀ ପଡିରହିଥିବାବେଳେ,ଏପଟେ ଚଳିତ ମାସ 29,30 ତାରିଖରେ ଟୋକାନ ଲାପ୍ସ ହୋଇଯିବ ବୋଲି ଚାଷୀ ବ୍ୟାକୁଲରେ ଚିତ୍କାର କରୁଛି । ଏନେଇ ଜିଲ୍ଲା ପ୍ରଶାସନ ଗୁରୁତ୍ବ ଦେଉନଥିବା ଚାଷୀ ଅଭିଯୋଗ କରିଛନ୍ତି । ଲାଞ୍ଜି ମଣ୍ଡି ଅଧୀନରେ 251 ଜଣ ଚାଷୀ ଧାନବିକ୍ରି ପାଇଁ ପଞ୍ଜିକୃତ ହୋଇଥିବାବେକେ, କେବଳ ମାତ୍ର 40ଜଣ ଚାଷୀଙ୍କ ଧାନବିକ୍ରି ହୋଥିବା ଜଣା ପଡ଼ିଛି । ବକେୟା 201 ଜଣ ଚାଷୀଙ୍କ ଧାନ ବିକ୍ରି ହୋଇ ପାରିନାହିଁ, ମଣ୍ଡି ସ୍ଥିତୁ ପରଖିବା ପାଇଁ ଆମ ନୂଆପଡା ପ୍ରତିନିଧି ସିଧା ସଳଖ ଚାଷୀ, ଚାଷୀନେତା ଓ ପେକ୍ସ ସମ୍ପାଦକଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି ।

Last Updated : Feb 3, 2023, 8:37 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.