Digital Dialogue: ଚୁକ୍ତି ଭିତ୍ତିକ ନିଯୁକ୍ତି ଉଚ୍ଛେଦ ନିଷ୍ପତ୍ତି ଐତିହାସିକ ନୁହେଁ: ଓଷ୍ଟା ସହ ସମ୍ପାଦକ - ଓଷ୍ଟା ସହ ସମ୍ପାଦକ ପ୍ରଦୀପ ପ୍ରଧାନଙ୍କ ସହ ସାକ୍ଷାତକାର
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/26-08-2023/640-480-19363762-thumbnail-16x9-vv.jpg)
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Aug 26, 2023, 10:05 PM IST
ଭୁବନେଶ୍ବର: ଚୁକ୍ତି ଭିତ୍ତିକ ଶିକ୍ଷକ ନିଯୁକ୍ତି ରାଜ୍ୟ ସରକାରଙ୍କ ଏକ ଐତିହାସିକ ନିଷ୍ପତ୍ତି ନୁହେଁ। କାରଣ ଏହି ନିଯୁକ୍ତି ପରେ ଆହୁରି ୫୦ ହଜାର ଶିକ୍ଷକ ପଦବୀ ଖାଲି ପଡିବ । ଜଣେ ଶିକ୍ଷକ ୧୧ହଜାର ଟଙ୍କା ଦରମା ପାଇଲେ ଚଳିବ କେମିତି? ଏପରି ମାନସିକସ୍ତରରେ ଥିବା ଶିକ୍ଷକ ଗୁଣାତ୍ମକ ଶିକ୍ଷା ଦେବ କିପରି? ଶିକ୍ଷାନୁଷ୍ଠାନ ଏକ ମନ୍ଦିର। ପୂଜକ ଯଦି ଭୋକରେ ରହିବ ସେ କଣ ପୂଜା କରିବ । ଶିକ୍ଷକ ରୂପାନ୍ତର ପାଇଁ ସରକାର ୫ଟି ବ୍ୟବସ୍ଥା କରିଛନ୍ତି। ଯଦି ଶିକ୍ଷକ ମାନକଙ୍କ କଥା ବୁଝନ୍ତି ସବୁ କାମ ସୁରୁଖୁରୁରେ ହେଇଯାଆନ୍ତି। ସରକାର ବିଧାନସଭାରେ ତଥ୍ୟ ରଖିଛନ୍ତି ରାଜ୍ୟରେ ୯୨ ହଜାର ଶିକ୍ଷକ ପଦବୀ ଖାଲି ଅଛି। କେବଳ ପ୍ରାଥମିକ ବିଦ୍ୟାଳୟ ସ୍ତରରେ ୭୦ହଜାର ପଦବୀ ଖାଲି ଅଛି। ଏବେ ସରକାର ମାତ୍ର ୨୦ ହଜାର ପୂରଣ କରିବାକୁ ଘୋଷଣା କରିଛନ୍ତି । ବାକି ୫୦ ହଜାର ପଦବୀ କେବେ ପୁରାଣ ହେବା? କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶନାମା ଅନୁସାରେ ରାଜ୍ୟ ସରକାର ନିଯୁକ୍ତି ଦେଇପାରିବେ। ଦରମା ସ୍ଥିର କରିପାରିବେ। ଅନ୍ୟ ରାଜ୍ୟରେ ଏହା କାର୍ଯ୍ୟକାରୀ ହେଉଥିବା ବେଳେ ଓଡ଼ିଶାରେ କାହିକିଁ ହେଉନାହିଁ। ଇଟିଭି ଭାରତ ଡିଜିଟାଲ ଡାଏଲଗକୁ ସାକ୍ଷାତକାର ଦେଇ ଏହା କହିଛନ୍ତି ଓଷ୍ଟାର ସହ ସମ୍ପାଦକ ପ୍ରଦୀପ ପ୍ରଧାନ । ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତକାର ।
ସାକ୍ଷାତକାର ଲାଲ ମୋହନ ପଣ୍ଡା, ବ୍ୟୁରୋ ଚିଫ, ଇଟିଭି ଭାରତ ଓଡିଶା ।