Digital Dialogue: କୋଟିଆ ଅଞ୍ଚଳ ପିଲା ଓଡିଆ ପଢିବା କହିବା ଜରୁରୀ: ଗଦାଧର ପରିଡା - କୋରାପୁଟ ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡା
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/640-480-18201103-thumbnail-16x9-vv.jpg)
ଭୁବନେଶ୍ବର: କୋଟିଆକୁ ବଞ୍ଚାଇବା ପାଇଁ ସମସ୍ତେ ଆଗେଇ ଆସିବା ଦରକାର । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯାହା କହିଛନ୍ତି ତାଙ୍କୁ ସାଧୁବାଦ ଜଣାଉଛି । ଖାଲି ରାସ୍ତା କି ସ୍କୁଲ କରିଦେଲେ ହେବ ନାହିଁ । ଏଠାରେ ପାଠ କେମିତି ପଢାଯାଉଛି ସେ କଥାର ତଦାରଖ ମଧ୍ୟ ଜିଲ୍ଲା ପ୍ରଶାସନ କରିବା ଦରକାର । ସୁପ୍ରିମକୋର୍ଟରେ ଚାଲିଥିବା ଲଢେଇରେ ଓଡିଶାକୁ ଜିତିବାକୁ ହେଲେ ସମସ୍ତ ତଥ୍ୟ ପ୍ରମାଣ ଯୋଗାଡ କରିବାକୁ ପଡିବ । ନଚେତ ବରାମୁଠା ପରି ଅବସ୍ଥା ହେବ । ଦୁଇଟି ମୁଖ୍ୟ ପ୍ରମାଣ ହେଲା, ସେଠାକାର ସ୍କୁଲରେ ପଢୁଥିବା ପିଲାମାନେ ଓଡିଆ ଭାଷା କହିବା ସହିତ ଲେଖି ପଢିପାରୁଥିବା ଦରକାର । ଦ୍ବିତୀୟରେ ହେଲା ଜିଲ୍ଲା ପ୍ରଶାସନିକ ଅଧିକାରୀମାନେ ସେଠାରେ ଉପସ୍ଥିତ ରହିବାର ପ୍ରମାଣ ସରକାର ଦେବା ଦରକାର । କାରଣ ଆନ୍ଧ୍ର ଉପ ମୁଖ୍ୟମନ୍ତ୍ରୀ ଏବଂ ଆନ୍ଧ୍ରର ସରକାରୀ ଅଧିକାରୀ ସେଠାକୁ ଆସି ବିଭିନ୍ନ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଉଛନ୍ତି । ଯାହାର ଫଟୋ ଉଠାଇ ସେମାନେ ମାମଲା ବିଚାର ବେଳେ ସୁପ୍ରିମକୋର୍ଟରେ ଉପ ସ୍ଥାପନ କରିବେ । ଓଡିଶା ସରକାର ମଧ୍ୟ ସମାନ୍ତରାଳ ଭାବେ ପ୍ରମାଣ ଯୋଗାଡ କରିବାର ଆବଶ୍ୟକତା ରହିଛି । ଇଟିଭି ଭାରତ ଡିଜିଟାଲ ଡାଇଲଗକୁ ସାକ୍ଷାତକାର ଦେଇ ଏହା କହିଛନ୍ତି କୋରାପୁଟର ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡା । ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତକାର । ସାକ୍ଷାତକାର ଲାଲ ମୋହନ ପଣ୍ଡା, ବ୍ୟୁରୋ ଚିଫ, ଇଟିଭି ଭାରତ ଓଡିଶା