ପାଞ୍ଜି ଗଣନାରେ ତୃଟି, ଯୋଗ ଲଗ୍ନ ନର୍ଣ୍ଣୟରେ ପ୍ରଭାବ ପଡ଼ିବା ଆଶଙ୍କା - ପାଞ୍ଜିକାରେ ତୃଟି

🎬 Watch Now: Feature Video

thumbnail

By

Published : Apr 13, 2023, 5:11 PM IST

ପୁରୀ: ଆସନ୍ତାକାଲି ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି । ଏହି ଦିନ ଠାରୁ ନୂତନ ଓଡ଼ିଆ ପାଞ୍ଜି ପ୍ରଚଳିତ ହୋଇଥାଏ । କିନ୍ତୁ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ପାଞ୍ଜି ଗଣନାରେ ତାରତମ୍ୟ ଦେଖା ଦେଇଛି। ବିଶେଷ କରି ମୁକ୍ତିମଣ୍ଡପ ପଣ୍ଡିତ ସଭା ସ୍ଵୀକୃତି ଦେଇଥିବା କୋହେନୁର ଓ ରଧାରମଣ ପଞ୍ଜିକାରେ ପଞ୍ଚାଙ୍ଗ ଗଣନାଠାରୁ ଆରମ୍ଭ କରି ଚନ୍ଦ୍ରଗ୍ରହଣ ଓ ଆସନ୍ତାବର୍ଷ ପଣା ସଂକ୍ରାନ୍ତି ଦିନକୁ ନେଇ ମଧ୍ୟ ଦ୍ବନ୍ଦ୍ୱ ରହିଛି । ତେଣୁ ପାଞ୍ଜି ଗଣନା ତୃଟିପୂର୍ଣ୍ଣ ଥିବା ଅଭିଯୋଗ ଆଣିଛନ୍ତି ପାଞ୍ଜି ସମୀକ୍ଷକ ।  

ତେବେ ବର୍ଷର ୩୬୫ ଦିନ ମଧ୍ୟରୁ ୩୫୨ ଦିନ ଭୁଲ୍ ଗଣନା ରହିଥିବା ପାଞ୍ଜି ସମୀକ୍ଷକ କହିଛନ୍ତି । ବର୍ଷସାରା ୧ ମିନିଟରୁ ଆରମ୍ଭ କରି ୮ ଘଣ୍ଟା ପର୍ଯ୍ୟନ୍ତ ତଫାତ୍ ରହିଛି । ସାଧାରଣତଃ ଯେଉଁ ବର୍ଷ ଅଧିବର୍ଷ ପଡେ ସେହି ବର୍ଷର ଫେବୃଆରୀ ମାସ ୨୯ ଦିନ ହୁଏ । ଅଧିବର୍ଷରେ ପଣା ସଂକ୍ରାନ୍ତି ଏପ୍ରିଲ ୧୩ରେ ପଡ଼ିଥାଏ । ମାତ୍ର ୨୦୨୪ ଅଧିବର୍ଷ ପଡୁଥିବାରୁ ପଣା ସଂକ୍ରାନ୍ତି କୋହେନୁର ଓ ରଧାରମଣ ପଞ୍ଜିକାରେ ଏପ୍ରିଲ ୧୩ ପରିବର୍ତ୍ତେ ୧୪ ବୋଲି ତୃଟିପୂର୍ଣ୍ଣ ଭାବେ ଦର୍ଶାଯାଇଛି । ଫଳରେ ସାଧାରଣ ଲୋକଙ୍କ ମଧ୍ୟରେ ଦ୍ବନ୍ଦ୍ୱ ଉପୁଜୁଛି । ତୁରନ୍ତ ଶ୍ରୀମନ୍ଦିର ମୁକ୍ତି ମଣ୍ଡପ ପଣ୍ଡିତ ସଭା ତଥା ଶଙ୍କରାଚାର୍ଯ୍ୟ ଜଗତଗୁରୁ ନିଶ୍ଚଳାନନ୍ଦ ସରସ୍ବତୀ ଏହା ଉପରେ ପଦକ୍ଷେପ ନେବାକୁ ଦାବି ହୋଇଛି । ନଚେତ୍ ଏହାର ପ୍ରଭାବ ମଣିଷର ଜନ୍ମ, ମୃତ୍ୟୁ, ପୁଷ୍କର ଦୋଷ, ଶ୍ରାଦ୍ଧ ଦିବସ ନିରୂପଣ, ଜନ୍ମ ଜାତକ ପ୍ରସ୍ତୁତି, ଯୋଗିନୀ ସ୍ଥିତି, ଲଗ୍ନ ନିର୍ଣ୍ଣୟ ସହ ପ୍ରତ୍ୟେକ ଶୁଭାଶୁଭ କାର୍ଯ୍ୟ ଉପରେ ପ୍ରଭାବ ପକାଇବ ବୋଲି ସାମ୍ବାଦିକ ସମ୍ମିଳନୀ ଜରିଆରେ ଚେତାଇ ଦେଇଛନ୍ତି ବରିଷ୍ଠ ଜ୍ୟୋତିର୍ବିଜ୍ଞାନୀ ।

ଇଟିଭି ଭାରତ, ପୁରୀ 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.