Stuart Broad Retirement: ବ୍ରଡଙ୍କୁ ଗାର୍ଡ ଅଫ୍ ଅନର ଦେଲା ଅଷ୍ଟ୍ରେଲିଆ, ଭାବବିହ୍ବଳ ଦର୍ଶକ

By

Published : Jul 31, 2023, 7:03 AM IST

thumbnail

ଲଣ୍ଡନ: ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ଆସେସ୍‌ ସିରିଜର ପଞ୍ଚମ ତଥା ଶେଷ ମୁକାବିଲା ଲଂଣ୍ଡନର କେନ୍ସିଙ୍ଗଟନ ଓଭାଲ ମୈଦାନରେ ଖେଳାଯାଉଛି । ଏହି ଟେଷ୍ଟ ମ୍ୟାଚ୍ ଇଂଲଣ୍ଡର ଭେଟେରାନ ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡଙ୍କ ପାଇଁ ଖାସ୍ । ଦୁନିଆର ସଫଳତମ ଦ୍ରୁତ ବୋଲରଙ୍କ ମଧ୍ୟରେ ସାମିଲ ବ୍ରଡ ଶେଷ ଥର ପାଇଁ ଇଂଲଣ୍ଡ ଟିମ ପାଇଁ ଖେଳୁଛନ୍ତି । ଏହି ମ୍ୟାଚ୍‌ର ଚତୁର୍ଥ ଦିନ ଜୁଲାଇ ୩୦ରେ ବ୍ରଡ ନିଜ ସହଯୋଗୀ ଜିମି ଆଣ୍ଡରସନଙ୍କ ସହ ଶେଷଥର ପାଇଁ ମୈଦାନକୁ ବ୍ୟାଟିଂ ପାଇଁ ଓହ୍ଲାଇଥିଲେ । ଏହି ଦୃଶ୍ୟ ଦେଖି ଭାବ ବିହ୍ବଳ ହୋଇଥିଲେ ଉପସ୍ଥିତ କ୍ରିକେଟପ୍ରେମୀ । ଏହି ସମୟରେ ଓଭାଲରେ ଉପସ୍ଥିତ ଦର୍ଶକ ନିଜ ସ୍ଥାନରେ ଠିଆ ହୋଇ ବ୍ରଡଙ୍କ ପାଇଁ ଚିୟର୍ କରିଥିଲେ । ଅନ୍ୟପଟେ ଅଷ୍ଟ୍ରେଲିଆର ଖେଳାଳୀମାନେ ଶେଷ ମ୍ୟାଚ୍‌ରେ ବ୍ରଡଙ୍କୁ ଗାର୍ଡ ଅଫ୍ ଅନର ଦେଇ ସମ୍ମାନିତ କରିଥିଲେ ।

ଏହା ମଧ୍ୟ ଦେଖନ୍ତୁ: ଅବସର ଘୋଷଣା ବେଳେ ଯୁବରାଜଙ୍କ ୬ ଛକା ମନେ ପକାଇଲେ ବ୍ରଡ, କହିଲେ ଅନେକ କିଛି ଶିଖିଲି

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.